ଆଜିଠୁ ପୁରୀରେ ଆରମ୍ଭ ହେଲା ଉଚ୍ଛେଦ କାମ

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଉଦ୍ଦିଷ୍ଟ ଉଚ୍ଛେଦ କାମ ଦୀର୍ଘ ଦିନ ପରେ ଆଜିଠୁ ପୁଣି ଥରେ ଆରମ୍ଭ ହୋଇଛି। ଲକଡାଉନ୍‌ ଯୋଗୁ ପ୍ରାୟ ୨ ମାସରୁ ଊର୍ଦ୍ଧ୍ୱ ସମୟ ହେଲାଣି ଏହା ବନ୍ଦ ରହିଥିଲା। ପୁରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଉନ୍ନୟନ କାର୍ଯ୍ୟ ପୁଣି ଥରେ ଆରମ୍ଭ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ  ନିର୍ଦ୍ଦେଶ  ପରେ ତତ୍ପର ହୋଇଉଠିଛି ଜିଲ୍ଲା ପ୍ରଶାସନ । ପୁରୀ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଉତ୍ତର ଦ୍ୱାର ପାଖରୁ ଚାଲିଛି ଉଚ୍ଛେଦ […]

puri-1--1

Niharika Rout
  • Published: Friday, 29 May 2020
  • , Updated: 29 May 2020, 10:32 AM IST

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଉଦ୍ଦିଷ୍ଟ ଉଚ୍ଛେଦ କାମ ଦୀର୍ଘ ଦିନ ପରେ ଆଜିଠୁ ପୁଣି ଥରେ ଆରମ୍ଭ ହୋଇଛି। ଲକଡାଉନ୍‌ ଯୋଗୁ ପ୍ରାୟ ୨ ମାସରୁ ଊର୍ଦ୍ଧ୍ୱ ସମୟ ହେଲାଣି ଏହା ବନ୍ଦ ରହିଥିଲା।

ପୁରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଉନ୍ନୟନ କାର୍ଯ୍ୟ ପୁଣି ଥରେ ଆରମ୍ଭ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ  ନିର୍ଦ୍ଦେଶ  ପରେ ତତ୍ପର ହୋଇଉଠିଛି ଜିଲ୍ଲା ପ୍ରଶାସନ । ପୁରୀ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଉତ୍ତର ଦ୍ୱାର ପାଖରୁ ଚାଲିଛି ଉଚ୍ଛେଦ କାର୍ଯ୍ୟ । ପୁଲିସ୍‌ ସହାୟତାରେ ଶ୍ରୀମନ୍ଦିର ଉତ୍ତର ପାର୍ଶ୍ୱରେ ଥିବା ସତ୍ୟନାରାୟଣ ମନ୍ଦିର ପର୍ଯ୍ୟନ୍ତ ଉଚ୍ଛେଦ ହେବ ବୋଲି ଜଣାଯାଇଛି। ପୂର୍ବରୁ ଉତ୍ତରପାର୍ଶ୍ୱ ମଠର କିଛି ଅଂଶ ଉଚ୍ଛେଦ କରାଯାଇଥିଲା । ଏବେ  ସତ୍ୟନାରାୟଣ ମନ୍ଦିର ମଧ୍ୟରେ ଥିବା ମଠ ଓ ଦୋକାନ ଗୁଡିକ ଉଚ୍ଛେଦ କରାଯିବ ।

ପୁରୀରେ ଶ୍ରୀସେତୁ, ଶ୍ରୀଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମହୋଦଧି ମାର୍କେଟ କମ୍ପ୍ଲେକ୍ସ ଏବଂ ମୂଷା ନଦୀର ସମ୍ପ୍ରସାରଣ ଆଦି ଗୂରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଲାଗି ଜମି ଅଧିଗ୍ରହଣ ଶେଷ ହୋଇଛି । ଶ୍ରୀମନ୍ଦିର ଉନ୍ନୟନ ପ୍ରକଳ୍ପ ଲାଗି ଜଗନ୍ନାଥ ହେରିଟେଜ କରିଡର, ବଡ଼ଦାଣ୍ଡ ଉନ୍ନତିକରଣ ପ୍ରକଳ୍ପ, ଜଗନ୍ନାଥ ସଂସ୍କୃତି କେନ୍ଦ୍ର ଆଦି ପ୍ରକଳ୍ପ ପାଇଁ ଡିଜାଇନ ପ୍ରସ୍ତୁତି ମଧ୍ୟ ସରିଯାଇଛି।

କରୋନା ସ୍ଥିତି ଉପୁଜିବା ପରେ ଦେଶରେ ଲକ୍‌ଡାଉନ୍‌ ଆରମ୍ଭ ହୋଇଯାଇଥିଲା । ଫଳରେ ସବୁ ଉନ୍ନୟନ କାମ ବନ୍ଦ ରହିଥିଲା। ହେଲେ ଦୀର୍ଘ ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଅଟକି ରହିଥିବା ଉଚ୍ଛେଦ କାମ ପୁଣି ଥରେ ଆରମ୍ଭ ହୋଇଛି।

Related story