ଲୁଟେରାଙ୍କୁ ଗୋଡ଼ାଇ ଗୋଡ଼ାଇ କାବୁ କଲା ପୁଲିସ, କୋଟିଏ ପାଞ୍ଚ ଲକ୍ଷ ଉଦ୍ଧାର

ଆଠଗଡ଼/ଢେଙ୍କାନାଳ(ନୀଳକଣ୍ଠ/ରାଜଶ୍ରୀ): ଏଟିଏମ୍‌ କ୍ୟାସ୍‌ ଭ୍ୟାନ୍‌ରୁ ଟଙ୍କା ଲୁଟି କରି ଫେରାର ହେଉଥିବା ବେଳେ ଧରାପଡ଼ିଲେ ୩ ଦୁର୍ବୃତ୍ତ। ଢେଙ୍କାନାଳ ଜିଲ୍ଲା ସଦାଶିବପୁର ଭୋଜଦେଇପୁର ଗାଁରୁ ଧରିଲା ପୁଲିସ୍‌। ସେମାନଙ୍କଠାରୁ ପୁଲିସ ୪ଟି ପିସ୍ତଲ ଓ କୋଟିଏ ପାଞ୍ଚ ଲକ୍ଷ ଟଙ୍କା ଜବତ କରିଛି। ତେବେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇ ଯାଇଛି। ତାକୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି। ପୂରା ଘଟଣା ଏମିତି। ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) […]

DKL

DKL

Manoranjan Sial
  • Published: Monday, 11 October 2021
  • Updated: 11 October 2021, 06:40 PM IST

Sports

Latest News

ଆଠଗଡ଼/ଢେଙ୍କାନାଳ(ନୀଳକଣ୍ଠ/ରାଜଶ୍ରୀ): ଏଟିଏମ୍‌ କ୍ୟାସ୍‌ ଭ୍ୟାନ୍‌ରୁ ଟଙ୍କା ଲୁଟି କରି ଫେରାର ହେଉଥିବା ବେଳେ ଧରାପଡ଼ିଲେ ୩ ଦୁର୍ବୃତ୍ତ। ଢେଙ୍କାନାଳ ଜିଲ୍ଲା ସଦାଶିବପୁର ଭୋଜଦେଇପୁର ଗାଁରୁ ଧରିଲା ପୁଲିସ୍‌। ସେମାନଙ୍କଠାରୁ ପୁଲିସ ୪ଟି ପିସ୍ତଲ ଓ କୋଟିଏ ପାଞ୍ଚ ଲକ୍ଷ ଟଙ୍କା ଜବତ କରିଛି। ତେବେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇ ଯାଇଛି। ତାକୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି।

ପୂରା ଘଟଣା ଏମିତି। ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ଏଟିଏମ୍‌ରେ ଟଙ୍କା ଲୋଡ୍‌ କରିବା ପାଇଁ ଯାଇଥିଲା ଏକ କ୍ୟାସ୍‌ ଭ୍ୟାନ୍‌। ଅପରାହ୍ନ ପ୍ରାୟ ଗୋଟାଏ ବେଳେ ସେମାନେ ଟଙ୍କା ଭ୍ୟାନ୍‌ ଧରି ଆଠଗଡ଼ରୁ ତିଗିରିଆ ଅଭିମୁଖେ ଯାଉଥିଲେ। ତେବେ ରାସ୍ତାରେ ଭୋକ ହେବାରୁ ଏକ ଢ଼ାବା ନିକଟରେ ଅଟକି ଥିଲେ। ଠିକ୍‌ ଏତିକି ବେଳେ ୫ରୁ ୬ ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ଏକ ଡିଜେଆର୍‌ ଗାଡ଼ିରେ ATM କ୍ୟାସ୍‌ ଭ୍ୟାନ୍‌ କର୍ମଚାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ପରେ କ୍ୟାସ୍‌ ଭ୍ୟାନ୍‌କୁ ଧରି ଚମ୍ପଟ ମାରିଥିଲେ। କିଛି ରାସ୍ତା ଗଲେ ନିଛାଟିଆ ରାସ୍ତାରେ କ୍ୟାସ୍‌ ଭ୍ୟାନ୍‌ରୁ ଟଙ୍କା କାଢ଼ି ନିଜ କାର୍‌ରେ ଧରି ଚମ୍ପଟ ମାରିଥିଲେ ଦୁର୍ବୃତ୍ତ।

ଏ ସମ୍ପର୍କରେ ଖବର ପାଇଁ ଆଠଗଡ଼ ପୁଲିସ ଆଖପାଖ ଅଞ୍ଚଳର ଥାନାକୁ ଖବର ଦେଇଥିଲା। ସେହି ଖବରକୁ ଆଧାର କରି ଢେଙ୍କାନାଳ ପୁଲିସ୍‌ ତତ୍ପର ହୋଇଥିଲା। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ପାଇଁ ଉଦ୍ୟମ କରୁଥିଲା। ଠିକ୍‌ ଏତିକି ବେଳେ ଗୋଟିଏ କାର୍‌ ଗାଁଉଲି ରାସ୍ତାରେ ଦ୍ରୁତ ଗତିରେ ପଳାଉଥିବା ଖବର ପାଇଥିଲା ଢେଙ୍କାନାଳ ସଦର ଥାନା ପୁଲିସ। ଏହା ପରେ ପୁଲିସ ଗାଡ଼ି ଉକ୍ତ କାର୍‌କୁ ପିଛା କରିଥିଲା। ପାଖାପାଖି ୩୦ରୁ ୪୦ ମିନିଟ୍‌ ପିଛା କରିବା ପରେ ଦୁର୍ବୃତ୍ତମାନେ କାର୍‌ଟିକୁ ବ୍ରହ୍ମଣୀ ନଦୀ କୂଳରେ ଛାଡ଼ି ଟଙ୍କା ଧରି ପଳାଇବାକୁ ଉଦ୍ୟମ କରୁଥିଲେ।

ସ୍ଥାନୀୟ ଲୋକ ଓ ପୁଲିସ ମିଳିତ ଭାବେ ୩ ଦୁର୍ବୃତ୍ତଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି। ପୁଲିସ୍‌ ସେମାନଙ୍କୁ ଅଟକ ରଖି କୋଟିଏ  ୫ ଲକ୍ଷ ଟଙ୍କା ଜବତ କରିଛି। ତେବେ ୪ର୍ଥ ଅଭିଯୁକ୍ତ ତା’ ଭାଗ ଟଙ୍କା ଧରି ବିଲ ରାସ୍ତା ଦେଇ ଚମ୍ପଟ ମାରିଛି। ତାକୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ପୁଲିସ ସେମାନଙ୍କଠାରୁ ୪ଟି ପିସ୍ତଲ ଜବତ କରିଛି।

ମିଳିଥିବା ସୂଚନା ଅନୁସାରେ କ୍ୟାସ୍‌ ଭ୍ୟାନ୍‌ରୁ କୋଟିଏ ୨୯ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିଲା। ତେବେ କୋଟିଏ ୫ ଲକ୍ଷ ଟଙ୍କା ଉଦ୍ଧାର ହୋଇଛି। ବାକି ଅର୍ଥ ୪ର୍ଥ ଅଭିଯୁକ୍ତ ନେଇ ପଳାଇ ଯାଇଥିବା ପୁଲିସ ସନ୍ଦେହ କରୁଛି।

ଏସ୍‌ଡିପିସଙ୍କ କହିବା ଅନୁସାରେ ଅଭିଯୁକ୍ତମାନେ ଆଠଗଡ଼, କନ୍ଧମାଳ, ନୟାଗଡ଼ ଅଞ୍ଚଳର ହୋଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos