ମାସ୍କ ପିନ୍ଧି ନ ଥିଲେ ଟ୍ରାଫିକ କନେଷ୍ଟବଳ, କଟିଲା ଚାଲାଣ

ପୁରୀ(ଓଡ଼ିଶା ରିର୍ପୋଟର): ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା। କରୋନାର ଦ୍ୱିତୀୟ ଲହର କ୍ଷିପ୍ର ବେଗରେ ମାଡ଼ି ଚାଲିଥିବାରୁ ଏହାର ସ୍ପିଡରେ ବ୍ରେକ ଲଗାଇବାକୁ ମାସ୍କ ପିନ୍ଧା ନିୟମକୁ କଡ଼ାକଡ଼ି କରିଛନ୍ତି ରାଜ୍ୟ ସରକାର। ଏପରିକି ଯିଏ ମାସ୍କ ପିନ୍ଧି ନ ଥିବ ତାଙ୍କ ନିକଟରୁ ଡବଲ ଜୋରିମାନା ଆଦାୟ କରିବାକୁ ଖୋଦ ମୁଖ୍ୟମନ୍ତ୍ରୀ ପୁଲିସ୍‌ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏବେ ଏହି ନିୟମ ଜାଲରେ ପଡ଼ି ଯାଇଛନ୍ତି ପୁରୀର ଜଣେ ଟ୍ରାଫିକ କନେଷ୍ଟବଳ। ନିୟମ ଲାଗୁ […]

Fine from police

Fine from police

Niharika Rout
  • Published: Wednesday, 14 April 2021
  • Updated: 14 April 2021, 09:34 AM IST

Sports

Latest News

ପୁରୀ(ଓଡ଼ିଶା ରିର୍ପୋଟର): ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା। କରୋନାର ଦ୍ୱିତୀୟ ଲହର କ୍ଷିପ୍ର ବେଗରେ ମାଡ଼ି ଚାଲିଥିବାରୁ ଏହାର ସ୍ପିଡରେ ବ୍ରେକ ଲଗାଇବାକୁ ମାସ୍କ ପିନ୍ଧା ନିୟମକୁ କଡ଼ାକଡ଼ି କରିଛନ୍ତି ରାଜ୍ୟ ସରକାର। ଏପରିକି ଯିଏ ମାସ୍କ ପିନ୍ଧି ନ ଥିବ ତାଙ୍କ ନିକଟରୁ ଡବଲ ଜୋରିମାନା ଆଦାୟ କରିବାକୁ ଖୋଦ ମୁଖ୍ୟମନ୍ତ୍ରୀ ପୁଲିସ୍‌ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏବେ ଏହି ନିୟମ ଜାଲରେ ପଡ଼ି ଯାଇଛନ୍ତି ପୁରୀର ଜଣେ ଟ୍ରାଫିକ କନେଷ୍ଟବଳ।

ନିୟମ ଲାଗୁ କରୁ କରୁ ନିଜେ ନିୟମ ଭୁଲିଗଲେ ଜଣେ ଟ୍ରାଫିକ କନେଷ୍ଟବଳ । ଆଉ ଶେଷରେ ଗଣିଲେ ଜରିମାନା । ଏପରି ଏକ ଘଟଣା ପୁରୀରେ ଘଟିଥିବା ବେଳେ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

[caption id="attachment_635440" align="aligncenter" width="650"]Fine ଭାଇରାଲ ହେଉଥିବା ଚାଲାଣ।[/caption]

ଟ୍ରାଫିକ କନେଷ୍ଟବଳଜଣକ ଡ୍ୟୁଟି କରୁଥିବା ବେଳେ ମାସ୍କ ପିନ୍ଧିବାକୁ କିନ୍ତୁ ଭୁଲି ଯାଇଥିଲେ। ଏହା ଟାଉନ ପୁଲିସ୍‌ ଅଧିକାରୀଙ୍କ ନଜରରେ ପଡ଼ିଗଲା। ତା’ ପରେ ସାଧାରଣ ଲୋକଙ୍କୁ ଧରପଗଡ଼ ପରି  ଟ୍ରାଫିକ କନେଷ୍ଟବଳଙ୍କ ନିକଟରୁ ପୁଲିସ୍‌ ଆଦାୟ କରିଛି ୨ ହଜାର ଟଙ୍କା ଜରିମାନା। ଏନେଇ ପୁରୀ ଜିଲ୍ଲା ପୋଲିସ ଟୁଇଟ୍ କରି ଉଲ୍ଲେଖ କରାଯାଇଥିବା ବେଳେ ଚାଲାଣ କଟାଯିବାର ଫଟୋ ସୋଶାଲ ମିଡିଆରେ ଭାଇରାଲ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos