୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ମୋହନା (ମିହିର ଯତି): ଶଟ୍‌ଡାଉନ୍‌ ସମୟରେ ରାୟଗଡ଼ରୁ ପଶ୍ଚିମଙ୍ଗକୁ ଗଞ୍ଜେଇ ଚାଲାଣ ହେଉଥିଲା। ହେଲେ ପୁଲିସ୍‌ ହାତରେ ଧରାପଡ଼ିଥିଲେ। ମୋହନା ଥାନା ପୁଲିସ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଥିବା ବେଳେ ୨ ଜଣଙ୍କୁ ଗିରଫ କରିଛି। ଗଜପତି ଜିଲ୍ଲା ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ନେତୃତ୍ୱରେ ଏକ ଟିମ୍‌ ପାଟ୍ରୋଲିଂ କରୁଥିବା ବେଳେ ଲୁଡ୍ର ଛକ  ନିକଟରୁ ଗୋଟିଏ ପିକ୍‌ଅପ୍‌ ଭ୍ୟାନକୁ ଅଟକାଇ ଥିଲେ। ଯାଞ୍ଚ ବେଳେ ଗାଡିରୁ ୧୪ ବସ୍ତା […]

mohana

mohana

Manoranjan Sial
  • Published: Saturday, 11 July 2020
  • Updated: 11 July 2020, 09:14 PM IST

Sports

Latest News

ମୋହନା (ମିହିର ଯତି): ଶଟ୍‌ଡାଉନ୍‌ ସମୟରେ ରାୟଗଡ଼ରୁ ପଶ୍ଚିମଙ୍ଗକୁ ଗଞ୍ଜେଇ ଚାଲାଣ ହେଉଥିଲା। ହେଲେ ପୁଲିସ୍‌ ହାତରେ ଧରାପଡ଼ିଥିଲେ। ମୋହନା ଥାନା ପୁଲିସ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଥିବା ବେଳେ ୨ ଜଣଙ୍କୁ ଗିରଫ କରିଛି।

ଗଜପତି ଜିଲ୍ଲା ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ନେତୃତ୍ୱରେ ଏକ ଟିମ୍‌ ପାଟ୍ରୋଲିଂ କରୁଥିବା ବେଳେ ଲୁଡ୍ର ଛକ  ନିକଟରୁ ଗୋଟିଏ ପିକ୍‌ଅପ୍‌ ଭ୍ୟାନକୁ ଅଟକାଇ ଥିଲେ। ଯାଞ୍ଚ ବେଳେ ଗାଡିରୁ ୧୪ ବସ୍ତା ଗଞ୍ଜେଇ ଜବତ କରିଛି। ଯାହାର ଓଜନ ୪ କ୍ୱିଣ୍ଟାଲ୍‌ ୬୮ କେଜି ହେବ। ଏହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ। ଏହି ଗଞ୍ଜେଇ ଚୋରା ଚାଲାଣରେ  ସଂମ୍ପୃକ୍ତ ୨ ଜଣଙ୍କୁ ପୁଲିସ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗ ଆସାନ୍‌ସୋଲର ତପନ ରାୟ ଓ ଗୌତମ ଲୋ। ଦୁହେଁ ରାୟଗଡା ଜିଲ୍ଲା ମୁକୁନ୍ଦପୁର ଅଞ୍ଚଳରୁ ଗଞ୍ଜେଇ କିଣି ଗାଡିରେ ପଶ୍ଚିମବଙ୍ଗ ଅଭିମୁଖେ ଚାଲାଣ କରୁଥିବା ବେଳେ ପୁଲିସ ସେମାନଙ୍କୁ ଗିରଫ କରିଛି। ଗଞ୍ଜେଇ ଜବତ ନେଇ ଆର.ଉଦୟଗିରି ଏସ୍‌ଡିପିଓ ଅଶୋକ କୁମାର ମହାନ୍ତି ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos