ରେଳ ପ୍ରକଳ୍ପ ପାଇଁ ମାଗିଥିଲେ ୭୨୦୦ କୋଟି, ମିଳିଲା ୩୭୧୨ କୋଟି

ଭୁବନେଶ୍ୱର(ପ୍ରକାଶ ସେଠୀ): ୨୦୨୧-୨୨ ଆର୍ଥିକ ବର୍ଷର କେନ୍ଦ୍ର ବଜେଟ୍‌ରେ ରାଜ୍ୟର ରେଳ ପ୍ରକଳ୍ପ ନିମନ୍ତେ ୭୨୦୦କୋଟି ଟଙ୍କା ଓଡ଼ିଶା ସରକାର ଦାବି କରିଥିଲେ ମଧ୍ୟ ମାତ୍ର ୩୭୧୨କୋଟି ଟଙ୍କା ମିଳିଛି। ୨୦୨୦-୨୧ ଆର୍ଥିକ ବର୍ଷର ମୂଳ ବଜେଟରେ ଓଡ଼ିଶାର ରେଳ ପ୍ରକଳ୍ପ ପାଇଁ ୪୩୭୩ କୋଟି ଟଙ୍କା ମିଳିଥିଲା। କରୋନା ମହାମାରୀର ପ୍ରଭାବ କେନ୍ଦ୍ର ବଜେଟ ଉପରେ ପଡ଼ିଥିବା ବେଳେ ଓଡ଼ିଶାର ରେଳ ପ୍ରକଳ୍ପ ପାଇଁ ଆବଣ୍ଟିତ ଅର୍ଥକୁ ମଧ୍ୟ ପ୍ରଭାବିତ କରିଛି। ରେଳ ମନ୍ତ୍ରଣାଳୟର ସୂଚନା […]

rail,,,00

rail,,,00

Manoranjan Sial
  • Published: Wednesday, 03 February 2021
  • Updated: 03 February 2021, 10:55 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): ୨୦୨୧-୨୨ ଆର୍ଥିକ ବର୍ଷର କେନ୍ଦ୍ର ବଜେଟ୍‌ରେ ରାଜ୍ୟର ରେଳ ପ୍ରକଳ୍ପ ନିମନ୍ତେ ୭୨୦୦କୋଟି ଟଙ୍କା ଓଡ଼ିଶା ସରକାର ଦାବି କରିଥିଲେ ମଧ୍ୟ ମାତ୍ର ୩୭୧୨କୋଟି ଟଙ୍କା ମିଳିଛି। ୨୦୨୦-୨୧ ଆର୍ଥିକ ବର୍ଷର ମୂଳ ବଜେଟରେ ଓଡ଼ିଶାର ରେଳ ପ୍ରକଳ୍ପ ପାଇଁ ୪୩୭୩ କୋଟି ଟଙ୍କା ମିଳିଥିଲା। କରୋନା ମହାମାରୀର ପ୍ରଭାବ କେନ୍ଦ୍ର ବଜେଟ ଉପରେ ପଡ଼ିଥିବା ବେଳେ ଓଡ଼ିଶାର ରେଳ ପ୍ରକଳ୍ପ ପାଇଁ ଆବଣ୍ଟିତ ଅର୍ଥକୁ ମଧ୍ୟ ପ୍ରଭାବିତ କରିଛି।

ରେଳ ମନ୍ତ୍ରଣାଳୟର ସୂଚନା ଅନୁସାରେ, ପୂର୍ବତଟ ରେଳପଥ ପାଇଁ ୨୦୨୧-୨୨ ବଜେଟରେ ମୋଟ ୩୭୧୨ କୋଟି ୫୧ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି। ଏଥିରେ ଓଡ଼ିଶାରେ ରେଳପ୍ରକଳ୍ପ ପାଇଁ ନୂଆ ରେଳମାର୍ଗ ନିର୍ମାଣ ନିମନ୍ତେ ମାତ୍ର ୧୦.୬୦କୋଟି ଟଙ୍କା, ରେଳପଥ ନବୀକରଣରେ ୬୦୦କୋଟି, ସଡ଼କ ସୁରକ୍ଷା ଓ ଅଣ୍ଡର ବ୍ରିଜ୍ ନିର୍ମାଣ ପାଇଁ ୪୦୦.୫୬କୋଟି, ବ୍ରିଜ୍ ଓ ଟନେଲ କାମ ପାଇଁ ୫୫କୋଟି, ଡବଲ ଲାଇନ ବିଛାଇବା ପାଇଁ ୧୪୮.୭୫କୋଟି ଟଙ୍କା, ଯାତ୍ରୀ ସୁବିଧା ନିମନ୍ତେ ୧୧୩.୭୧ କୋଟି ଟଙ୍କା, ଲେଭଲକ୍ରସିଂ କାର୍ଯ୍ୟ ପାଇଁ ୨୬.୮୯କୋଟି ଟଙ୍କା, ସିଗନାଲ ଓ ଟେଲିକମ୍ୟୁନିକେସନ୍ ପାଇଁ ୯୮.୭୭କୋଟି ଟଙ୍କା ବ୍ୟୟବରାଦ ହୋଇଛି।

ସେହିପରି ଖୋର୍ଦ୍ଧା-ବଲାଙ୍ଗିୀର ରେଳପଥ ନିର୍ମାଣ ପଶଇଁ ୫୦୦କୋଟି, ଅନୁଗୁଳ-ସୁକିନ୍ଦା ରେଳମାର୍ଗ ନିର୍ମାଣ ପାଇର୍ ୪୦୦କୋଟି, ହରିଦାସପୁର-ପାରାଦୀପ ରେଳମାର୍ଗ ପାଇଁ ୧୦୦କୋଟି, ଜୟପୁର-ମାଲକାନଗିରି ପାଇଁ ୨୮କୋଟି ଓ ଜୟପୁର-ନବରଙ୍ଗପୁର ପାଇଁ ୧୫କୋଟି ଟଙ୍କା ବ୍ୟୟବରାଦ ହୋଇଛି। ନୂଆପଡ଼ା-ଗୁଣୁପୁର-ଥେରୁଭାଲି, ତାଳଚେର-ଅନୁଗୁଳ, ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ପାଇଁ କେବଳ ଟୋକେନ୍ ବ୍ୟବସ୍ଥା ହୋଇଛି। ସେହିପରି ସମ୍ବଲପୁର-ଟିଟିଲାଗଡ଼ ପାଇଁ ୨୫କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ଖୋର୍ଦ୍ଧା-ବାରଙ୍ଗ ତୃତୀୟ ଲାଇନ୍ ପାଇଁ ୨୦କୋଟି ଟଙ୍କା ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ୨୦୧୯-୨୦ ଆର୍ଥିକ ବର୍ଷରେ ଓଡ଼ିଶାକୁ ରେଳବଜେଟରେ ୫୯୯୩କୋଟି ଟଙ୍କା ମିଳିଥିବାବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ରେଳ ପ୍ରକଳ୍ପ ନିମନ୍ତେ ପୂର୍ବ ତୁଳନାରେ ୨୭ପ୍ରତିଶତ କମ୍ ଅର୍ଥାତ ୪୩୭୩ କୋଟି ଟଙ୍କା ମିଳିଥିଲା। ମାତ୍ର ୨୦୨୧-୨୨ ଆର୍ଥିକ ବର୍ଷ ବଜେଟରେ ରେଳ ପ୍ରକଳ୍ପ ନିମନ୍ତେ ପ୍ରାୟ ୬୫୩ କୋଟି ଟଙ୍କା କମ୍ ଅନୁଦାନ ମିଳିବ।
ଅବଶ୍ୟ ବଜେଟ ଆବଣ୍ଟନ ବାହାରେ ପ୍ରାୟ ୨୫୮୯କୋଟି ଟଙ୍କା ଅତିରିକ୍ତ ବଜେଟ ସମ୍ବଳ ଭାବେ ରଖାଯାଇଛି। ଏହି ଅର୍ଥକୁ ସଂସଦର ଅନୁମୋଦନ ବାହାରେ ରଖାଯାଇଛି। ଏଥିରେ ନୂଆ ଲାଇନ୍ ନିର୍ମାଣ ନିମନ୍ତେ ୫୦୦କୋଟି, ଡବଲ ଳାଇନ୍ ପାଇଁ ୧୬୬.୪୦କୋଟି, ସଡ଼କ ସୁରକ୍ଷା ଓ ନିରାପତ୍ତା ପାଇଁ ୧୦୯.୩୦କୋଟି ଓ ଯାତ୍ରୀ ସୁବିଧା ନିମନ୍ତେ ୩୧୬କୋଟି ଟଙ୍କା ରହିଥିବା ପିଙ୍କବୁକରେ ଉଲ୍ଲେଖ ଅଛି।

ସୂଚନାଯୋଗ୍ୟ, ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟର ରେଳ ପୁରୁଣା ପ୍ରକଳ୍ପ ନିମନ୍ତେ ୩୫୦୦କୋଟି ଓ ନୂଆ ପ୍ରକଳ୍ପ ନିମନ୍ତେ ୩୭୦୦କୋଟି ଟଙ୍କା ଦେବା ପାଇଁ ଓଡ଼ିଶା ଦାବି କରିଥିଲା। ଏଥିରେ ନୂଆପଡ଼ା-ଗୁଣୁପୁର ରେଳଲାଇନକୁ ଥେରୁଭାଲି ପର୍ଯ୍ୟନ୍ତ(୭୯କିମି) ସମ୍ପ୍ରସାରଣ ପାଇଁ ୩୦୦କୋଟି, ପୁରୀ-କୋଣାର୍କ ରେଳ ଲାଇନ(୩୮କିମି) ପାଇଁ ୧୦୦କୋଟି ଟଙ୍କା, ବାଂଶପାଣି-ବଡ଼ବିଲ(୧୮କିମି) ପାଇଁ ୫୦କୋଟି, କେନ୍ଦୁଝର ରୋଡ-ଧାମରା ବନ୍ଦର ଭାୟା ଯାଜପୁର/ଆରଡି(୯୫କିମି) ପାଇଁ ୧୦୦କୋଟି ଟଙ୍କା, ତାଳଚେର-ଗୋପାଳପୁର ରେଳ ମାର୍ଗ(୨୪୫କିମି) ପାଇଁ ୩୦୦କୋଟି, ପାରାଦୀପ-ଧାମରା ରେଳମାର୍ଗ(୮୦କିମି)କୁ ୫୦କୋଟି ଟଙ୍କା, ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ରେଳଲାଇନ୍ ନିମନ୍ତେ ୧୦୦କୋଟି, ଖୋର୍ଦ୍ଧା-ବଲାଙ୍ଗିର ଏନବିଜି ରେଳ ଲାଇନ-ହଜାରେ କୋଟି ଟଙ୍କା, ତାଳଚେର-ବିମଳାଗଡ଼(୧୫୪କିମି) ପାଇଁ ୮୦୦କୋଟି ଟଙ୍କା, ଜଳେଶ୍ୱର-ଦୀଘ(୪୧କିମି) ପାଇଁ ୨୦୦କୋଟି ଟଙ୍କା, ଜୟପୁର-ନବରଙ୍ଗପୁର (୩୮କିମି) ପାଇଁ ୩୦୦କୋଟି ଟଙ୍କା, ଜୟପୁର-ମାଲକାନଗିର (୧୩୦କିମି) ପାଇଁ ୪୦୦କୋଟି ଟଙ୍କାର ପାଣ୍ଠି ୨୦୨୧-୨୨ ଆର୍ଥିକ ବଜେଟରେ ବ୍ୟୟବରାଦ ନିମନ୍ତେ ଓଡ଼ିଶା ସରକାର ପ୍ରସ୍ତାବ ଦେଇଥିଲେ । ରାଜ୍ୟ ସରକାର ଯୁକ୍ତି ବାଢ଼ିଥିଲେ ଯେ, ଭାରତୀୟ ରେଳବାଇ ପ୍ରତିବର୍ଷ ଓଡ଼ିଶାରୁ ୨୦ହଜାର କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରୁଥିବାବେଳେ ଓଡ଼ିଶାରେ ରେଳବାଇ ସାନ୍ଧ୍ରତା (୧୫.୦) ରହିଛି। ଯାହାକି ଜାତୀୟ ହାର(୧୯.୦) ତୁଳନାରେ ଖୁବ କମ୍ । ତେଣୁ ରାଜ୍ୟରେ ରେଳବାଇ ଭିତ୍ତିଭୂମି ବିକାଶକୁ ଗତିଶୀଳ କରିବା ନିମନ୍ତେ ଓଡ଼ିଶା ସରକାର ଯୌଥ ଉଦ୍ୟୋଗ/ଏସପିଭି ମାଧ୍ୟମରେ ମନ୍ତ୍ରଣାଳୟ ସହ ମିଶି ମାଗଣା ଜମି ଓ ଖର୍ଚ୍ଚରେ ସହଯୋଗ କରି ନୂଆ ରେଳ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ଚାହୁଁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story