ଦିଲ୍ଲୀକୁ ଅକ୍ସିଜେନ୍‌ ଯୋଗାଇବ ଆର୍‌ଏସ୍‌ପି ଓ ଟାଟା ଷ୍ଟିଲ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଦିଲ୍ଲୀରେ ଦେଖାଦେଇଥିବା ଅକ୍ସିଜେନ୍‌ ଶଙ୍କଟ ଦୂର କରିବ ଓଡ଼ିଶା। ସେଥିପାଇଁ ରାଉରକେଲା ଷ୍ଟିଲ ପ୍ଲାଣ୍ଟ(ଆର୍‌ଏସ୍‌ପି) ଓ କଳିଙ୍ଗ ନଗର ଟାଟା ଷ୍ଟିଲ୍‌ ଦିଲ୍ଲୀକୁ ଅକ୍ସିଜେନ୍‌ ଯୋଗାଇବେ। RSP ଦୈନିକ ୪୦ ମେଟ୍ରିକ ଟନ୍ ଓ ଟାଟା ଷ୍ଟିଲ୍‌ ଦୈନିକ ୩୦ ମେଟ୍ରିକ ଟନ୍ ଅକ୍ସିଜେନ୍‌ ଦେବେ। ଅକ୍ସିଜେନ ପରିବହନ ପାଇଁ ଓଡ଼ିଶା ସରକାର ସହାୟତା ଯୋଗାଇବେ। ଅକ୍ସିଜେନ ପାଇଁ ଷ୍ଟିଲପ୍ଲାଣ୍ଟ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏବେ […]

sail-and-tata

Manoranjan Sial
  • Published: Thursday, 22 April 2021
  • , Updated: 22 April 2021, 06:05 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଦିଲ୍ଲୀରେ ଦେଖାଦେଇଥିବା ଅକ୍ସିଜେନ୍‌ ଶଙ୍କଟ ଦୂର କରିବ ଓଡ଼ିଶା। ସେଥିପାଇଁ ରାଉରକେଲା ଷ୍ଟିଲ ପ୍ଲାଣ୍ଟ(ଆର୍‌ଏସ୍‌ପି) ଓ କଳିଙ୍ଗ ନଗର ଟାଟା ଷ୍ଟିଲ୍‌ ଦିଲ୍ଲୀକୁ ଅକ୍ସିଜେନ୍‌ ଯୋଗାଇବେ। RSP ଦୈନିକ ୪୦ ମେଟ୍ରିକ ଟନ୍ ଓ ଟାଟା ଷ୍ଟିଲ୍‌ ଦୈନିକ ୩୦ ମେଟ୍ରିକ ଟନ୍ ଅକ୍ସିଜେନ୍‌ ଦେବେ। ଅକ୍ସିଜେନ ପରିବହନ ପାଇଁ ଓଡ଼ିଶା ସରକାର ସହାୟତା ଯୋଗାଇବେ। ଅକ୍ସିଜେନ ପାଇଁ ଷ୍ଟିଲପ୍ଲାଣ୍ଟ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏବେ ଦୈନିକ ୨୮ଟି ଷ୍ଟିଲପ୍ଲାଣ୍ଟରୁ ୧୫ଶହ ମେଟ୍ରିକ ଟନ ଅକ୍ସିଜେନ୍ ଦିଆଯାଉଛି। ମେଡିକାଲ ପାଇଁ ଏବେ ଷ୍ଟିଲପ୍ଲାଣ୍ଟରେ ୩୦ ହଜାର ଟନ ଅକ୍ସିଜେନ୍ ଗଚ୍ଛିତ ଅଛି। କରୋନା ହେବାଠାରୁ ଏଯାବତ ୧.୩ ଲକ୍ଷ ଟନ ଅକ୍ସିଜେନ ଦେଲେଣି ଷ୍ଟିଲ ପ୍ଲାଣ୍ଟ। ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ନିର୍ଦ୍ଦେଶରେ ୨୪ ଘଣ୍ଟା ଅକ୍ସିଜେନ ଉତ୍ପାଦନରେ ଲାଗିଛନ୍ତି ଷ୍ଟିଲ ପ୍ଲାଣ୍ଟ।

ସେପଟେ ଦେଶରେ ଅକ୍ସିଜେନ ଉତ୍ପାଦନ ବୃଦ୍ଧି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଭିନ୍ନ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ପରେ ପ୍ରଧାନମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ପରିବହନ ପାଇଁ ଟ୍ୟାଙ୍କର ଅଭାବ ସମସ୍ୟା ଦୂର କରିବା ବାଟ ବତାଇଲେ ମୋଦି। ନାଇଟ୍ରୋଜେନ ଓ ଆର୍ଗନ ପରିବହନ କରୁଥିବା ଟ୍ୟାଙ୍କରକୁ ଉପଯୋଗ କରିବାକୁ ପରାମର୍ଶ ଦେଲେ। ସେସବୁ ଟ୍ୟାଙ୍କରକୁ ଅକ୍ସିଜେନ ପରିବହନ ପାଇଁ ପରିବର୍ତ୍ତନ କରିବାକୁ କହିଲେ। ଆବଶ୍ୟକ ପଡ଼ିଲେ ବାହାରୁ ବିମାନରେ ଟ୍ୟାଙ୍କର ମଗାଇବାକୁ ନିର୍ଦ୍ଦେଶ ଦେଲେ। ସମୟ ଅପଚୟ ରୋକିବାକୁ ଖାଲି ଟ୍ୟାଙ୍କରକୁ ବିମାନରେ ନେବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। କଳାବଜାର ରୋକିବାକୁ ରାଜ୍ୟମାନେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ। ରାଜ୍ୟମାନଙ୍କୁ ଅକ୍ସିଜେନ ଯୋଗାଣ ବୃଦ୍ଧି କରାଯାଇଥିବା ବୈଠକରେ ସୂଚନା। ୨୦ ରାଜ୍ୟକୁ ଦୈନିକ ୬୭୮୫ MT ଦରକାର। ଏବେ ୬୮୨୨MT ଦିଆଯାଉଛି।

ମହାମାରୀ କରୋନା ନିଆଁ ପରି ବ୍ୟାପି ଚାଲିଛି। ଗତ ୨୪ ଘଣ୍ଟା ଭିତରେ ଦେଶରେ ୩,୧୪,୮୩୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୯,୩୦,୯୬୫ରେ ପହଞ୍ଚିଛି। ଏବେ ୨୨,୯୧,୪୨୮ ଜଣ ଚିକିତ୍ସାଧୀନ ଅଛନ୍ତି। ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ୨,୦୧୪ ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୧୮୪୬୫୭ ଜଣଙ୍କ ଜୀବନ କରୋନା ନେଇସାରିଲାଣି।

Related story