‘ଫୋନି’ କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତାର ହାତ ବଢ଼ାଇଲା ଆରଏସ୍‌ଏସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ କ୍ଷତିଗ୍ରସ୍ତଙ୍କ ପାଇଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସ୍‌ଏସ୍) ସହାୟତାର ହାତ ବଢ଼ାଇଛି। ସଂଘ ପକ୍ଷରୁ ୧ ଲକ୍ଷ ୬୪ ହଜାର ୭୬ଜଣ ବିପନ୍ନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ, ପାଣି, ତାରପୋଲିନ ଓ ଔଷଧ ଯୋଗାଇ ଦିଆଯାଇଛି। ଏହାସହ କ୍ଷତିଗ୍ରସ୍ତ ହୋଇଥିବା ପ୍ରାୟ ୧୦ ହଜାର ପରିବାରକୁ ଖାଦ୍ୟ ଓ ଆର୍ଥିକ ସହାୟତା ଯୋଗାଇବ ଆରଏସ୍‌ଏସ୍। ଏଥିସହ କ୍ଷତିଗ୍ରସ୍ତ ପାନ ଚାଷୀଙ୍କୁ ମଧ୍ୟ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବା ନେଇ ଆରଏସ୍‌ଏସ୍ […]

rss

Jyoshna Pradhan
  • Published: Saturday, 11 May 2019
  • , Updated: 11 May 2019, 09:03 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ କ୍ଷତିଗ୍ରସ୍ତଙ୍କ ପାଇଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସ୍‌ଏସ୍) ସହାୟତାର ହାତ ବଢ଼ାଇଛି। ସଂଘ ପକ୍ଷରୁ ୧ ଲକ୍ଷ ୬୪ ହଜାର ୭୬ଜଣ ବିପନ୍ନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ, ପାଣି, ତାରପୋଲିନ ଓ ଔଷଧ ଯୋଗାଇ ଦିଆଯାଇଛି। ଏହାସହ କ୍ଷତିଗ୍ରସ୍ତ ହୋଇଥିବା ପ୍ରାୟ ୧୦ ହଜାର ପରିବାରକୁ ଖାଦ୍ୟ ଓ ଆର୍ଥିକ ସହାୟତା ଯୋଗାଇବ ଆରଏସ୍‌ଏସ୍।

ଏଥିସହ କ୍ଷତିଗ୍ରସ୍ତ ପାନ ଚାଷୀଙ୍କୁ ମଧ୍ୟ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବା ନେଇ ଆରଏସ୍‌ଏସ୍ ପକ୍ଷରୁ କୁହାଯାଇଛି। ନଡ଼ିଆ ଚାଷୀଙ୍କୁ ମଧ୍ୟ ଚାରା ଯୋଗାଇ ଦିଆଯିବ ବୋଲି ଆରଏସ୍‌ଏସ୍‌ର ବରିଷ୍ଠ କର୍ତ୍ତୃପକ୍ଷ ଭି.ଭାଗେୟାଜୀ କହିଛନ୍ତି।

ବାତ୍ୟା ଫୋନି ପରଠୁ ଓଡ଼ିଶାରେ ପ୍ରାୟ ଦେଢ଼ ହଜାରରୁ ଅଧିକ ସ୍ୱୟଂ ସେବକ ପ୍ରଭାବିତଙ୍କ ସହାୟତାରେ ଲାଗିଛନ୍ତି। କ୍ଷୟକ୍ଷତି ହୋଇଥିବା ସ୍ଥାନର ଅବସ୍ଥା ନସୁଧୁରିବା ପର୍ଯ୍ୟନ୍ତ ସଂଘ ତରଫରୁ କାର୍ଯ୍ୟ ଜାରି ରହିବ ବୋଲି ଭି.ଭାଗେୟାଜୀ କହିଛନ୍ତି।

Related story