ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ହେଉଛି। ଏଥିପାଇଁ ସମଗ୍ର ଦେଶରେ ୪ ଲକ୍ଷ ଗାଁର ୧୧ କୋଟି ପରିବାର ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ କରାଯିବ। ସେଥିରୁ ପଶ୍ଚିମ ଓଡ଼ିଶାର ୧୪ ହଜାର ଗାଁର ୧୬ ଲକ୍ଷ ପରିବାର ଲୋକଙ୍କୁ ଭେଟିବ ଶ୍ରୀରାମ ମନ୍ଦିର ନିଧି ସମର୍ପଣ ସମିତି। ଏପରିକି ରାମ ମନ୍ଦିର ନିର୍ମାଣ ସମ୍ପର୍କରେ ସେମାନଙ୍କୁ ଅବଗତ କରାଯିବ। ରାମ ମନ୍ଦିର ନିର୍ମାଣ ପାଇଁ ନିଜ ସାମର୍ଥ ଅନୁସାରେ ସେମାନେ ଯାହା ଅନୁଦାନ ଦେବେ, ତାକୁ ସଂଗ୍ରହ କରାଯାଇ ଅଯୋଧ୍ୟା ପଠାଯିବ। ଏ ନେଇ ସୂଚନା ଦେଇଛନ୍ତି ଆର୍ଏସ୍ଏସ୍ ପ୍ରଚାରକ ସପନ ମୁଖାର୍ଜୀ।
ସେ କହିଛନ୍ତି-“ସମଗ୍ର ଦେଶରେ ଏହି ଅଭିଯାନ ଜାନୁଆରୀ ୧୫ ତାରିଖ ମକର ସଂକ୍ରାନ୍ତିରୁ ଫେବୃଆରୀ ୨୭ ମାଘ ପୂର୍ଣ୍ଣିମା ଯାଏ ଚାଲିବ। ତେବେ ପଶ୍ଚିମ ଓଡ଼ିଶାରେ ଏହି ଅଭିଯାନ ଜାନୁଆରୀ ୨୫ରୁ ଫେବୃଆରୀ ୧୦ ଯାଏ ଚାଲିବ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।