ଏଫ୍‌ଆଇଆର୍‌ରେ ଧର୍ମଶାଳା ବିଧାୟକଙ୍କ ନାଁ, ହୋଇଛି ସାଂଘାତିକ ଅଭିଯୋଗ

ଯାଜପୁର/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କ ଉପରକୁ ବୋମାମାଡ଼ ଘଟଣାରେ ତାଙ୍କ ପତ୍ନୀ ରିଲୁ ବେହୁରା ଆଜି ଯାଜପୁର ଜିଲ୍ଲା ଧର୍ମଶାଳା ଥାନାରେ ଏଫ୍‌ଆଇଆର ଦେଇଛନ୍ତି। ଆଉ ଏଫ୍‌ଆଇଆର୍‌ରେ ସେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ନାଁ ଉଲ୍ଲେଖ କରିଛନ୍ତି। ଏଫ୍‌ଆଇଆର୍‌ରେ ରିଲୁ ବେହେରା ଲେଖିଛନ୍ତି ଯେ ତାଙ୍କ ସ୍ୱାମୀ ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା ଧର୍ମଶାଳା ବ୍ଲକ୍‌ରେ ବିଭିନ୍ନ ସରକାରୀ ଯୋଜନାରେ ହୋଇଥିବା ଦୁର୍ନୀତିର ଖୁଲାସା କରିଛନ୍ତି। ପିଡିଏସ୍‌ ଦୁର୍ନୀତି […]

Rilu Behura

Rilu Behura

Jitendra Garnayak
  • Published: Sunday, 28 March 2021
  • Updated: 28 March 2021, 10:31 PM IST

Sports

Latest News

ଯାଜପୁର/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କ ଉପରକୁ ବୋମାମାଡ଼ ଘଟଣାରେ ତାଙ୍କ ପତ୍ନୀ ରିଲୁ ବେହୁରା ଆଜି ଯାଜପୁର ଜିଲ୍ଲା ଧର୍ମଶାଳା ଥାନାରେ ଏଫ୍‌ଆଇଆର ଦେଇଛନ୍ତି। ଆଉ ଏଫ୍‌ଆଇଆର୍‌ରେ ସେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ନାଁ ଉଲ୍ଲେଖ କରିଛନ୍ତି।

ଏଫ୍‌ଆଇଆର୍‌ରେ ରିଲୁ ବେହେରା ଲେଖିଛନ୍ତି ଯେ ତାଙ୍କ ସ୍ୱାମୀ ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା ଧର୍ମଶାଳା ବ୍ଲକ୍‌ରେ ବିଭିନ୍ନ ସରକାରୀ ଯୋଜନାରେ ହୋଇଥିବା ଦୁର୍ନୀତିର ଖୁଲାସା କରିଛନ୍ତି। ପିଡିଏସ୍‌ ଦୁର୍ନୀତି କଥା ଲୋକଲୋଚନକୁ ଆଣିଛନ୍ତି। ଧର୍ମଶାଳା ତହସିଲ ଅଧୀନରେ ଥିବା ବିଚ୍ଛାଖଣ୍ଡି ଓ ଡଙ୍କାରୀ ପାହାଡ଼ରେ ହୋଇଥିବା କୋଟି କୋଟି ଟଙ୍କାର ଖଣି ଲୁଟ୍ ଦୁର୍ନୀତିର ତଦନ୍ତ ପାଇଁ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହା ସହିତ ବିଚ୍ଛାଖଣ୍ଡି ପାହାଡ଼ରେ ଚାଲିଥିବା ବେଆଇନ ଖଣି ଖନନ, ଆରୁହା ପାହାଡ଼ରେ ଚାଲିଥିବା କଳା ପଥର ଚୋରି, ସରକାରୀ ଅନୁମୋଦନ ନଥାଇ ଯାଜପୁର ଜିଲ୍ଲାରେ ଚାଲିଥିବା କ୍ରସର ୟୁନିଟ୍ ଏବଂ ଗତ ବନ୍ୟା ସମୟରେ କେଲୁଅ ନଦୀବନ୍ଧ ନିର୍ମାଣରେ ହୋଇଥିବା ଦୁର୍ନୀତିକୁ ଚପେଇ ଦେବା ପାଇଁ ଏହାକୁ ଡିନାମାଇଟ୍ ଲଗାଇ ଉଡ଼ାଇ ଦେବା ଆଦି ପ୍ରସଙ୍ଗରେ ତାଙ୍କ ସ୍ୱାମୀ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ସବୁ ଖଣି ଚୋରି ଘୋଟାଲାରେ ଆମ ଅଞ୍ଚଳର ବିଧାୟକ ପ୍ରଣବ ବଳବନ୍ତରାୟ ଓ ଖଣିମାଫିଆମାନେ ସଂପୃକ୍ତ ଥିବାର ଅଭିଯୋଗ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସେ (ସର୍ବେଶ୍ୱର ବେହୁରା) ଦାବି କରି ଆସୁଛନ୍ତି।

[caption id="attachment_631037" align="aligncenter" width="650"]Car & FIR Copy ସର୍ବେଶ୍ୱର ଏହି କାରରେ ଫେରୁଥିବା ବେଳେ ହୋଇଥିଲା ବୋମାମାଡ଼। ତାଙ୍କ ପତ୍ନୀ ଦେଇଥିବା ଏଫଆଇଆର (ଇନସର୍ଟ)।[/caption]

ରିଲୁ ବେହୁରା ଲେଖିଛନ୍ତି, ଉପରୋକ୍ତ ସମସ୍ତ ଅଭିଯୋଗକୁ ଲୋକାୟୁକ୍ତ ଗ୍ରହଣ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ସହ ଯାଜପୁର ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ଭାବେ ହାଜର ପାଇଁ ନୋଟିସ୍ କରିଛନ୍ତି। ଲୋକାୟୁକ୍ତରୁ କେସ୍ ପ୍ରତ୍ୟାହାର କରିବା ପାଇଁ ଖଣି ମାଫିଆ ଓ ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କର ଦଳୀୟ ଗୁଣ୍ଡାମାନେ ମୋ ସ୍ୱାମୀଙ୍କୁ ଚାପ ପ୍ରୟୋଗ କରିବା ସହ ଧମକ ଦେଇ ଆସୁଥିଲେ। ମୋର ସ୍ପଷ୍ଟ ଅନୁମାନ ବିଧାୟକ ପ୍ରଣବ ବଳବନ୍ତରାୟ ଓ ଖଣି ମାଫିଆ ଷଡ଼ଯନ୍ତ୍ର କରି ଗୁଣ୍ଡା ଲଗାଇ ବୋମା ପକାଇ ମୋ ସ୍ୱାମୀଙ୍କୁ ଜୀବନରୁ ମାରି ଦେବାକୁ ଷଡ଼ଯନ୍ତ୍ର କରିଥିଲେ। ସେଥିପାଇଁ ଗତକାଲି ତାଙ୍କ ଉପରକୁ ବୋମା ଫିଙ୍ଗା ଯାଇଥିଲା।

ଏହା ସହିତ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବିଧାୟକ ପ୍ରଣବ ବଳବନ୍ତରାୟ ଓ ଖଣିମାଫିଆଙ୍କ ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସର୍ବେଶ୍ୱରଙ୍କ ପତ୍ନୀ ନିବେଦନ କରିଥିବା ବେଳେ ବିପଦ ଥିବାରୁ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ଏଥିରେ ଉଲ୍ଲେଖ କରିଛନ୍ତି।

ରାସ୍ତାକୁ ଓହ୍ଲାଇବାକୁ ବିଜେପିର ଚେତାବନୀ

ଅନ୍ୟପକ୍ଷରେ ଏହି ଘଟଣା ନେଇ ଆଜି ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଦଳର ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର କହିଥିଲେ ଯେ ସର୍ବେଶ୍ୱରଙ୍କ ପତ୍ନୀ ଥାନାରେ ଦେଇଥିବା ଏଫ୍‌ଆଇଆର୍‌ରେ ଧର୍ମଶାଳା ବିଧାୟକଙ୍କ ନାଁ ରହିଛି। ସେ ସର୍ବେଶ୍ୱରଙ୍କୁ ଧମକ ଦେଉଥିବା ଉଲ୍ଲେଖ ହୋଇଛି। ତେଣୁ ଧର୍ମଶାଳା ବିଧାୟକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ।

ସେ ଆହୁରି କହିଛନ୍ତି, ରାଜ୍ୟରେ କ୍ରମାଗତ ଭାବେ ରାଜନୈତିକ ହିଂସା ବଢ଼ିଚାଲିଛି। ବିଜେପିର କର୍ମୀ ଓ ସୂଚନା ଅଧିକାର କର୍ମୀମାନଙ୍କୁ ଆକ୍ରମଣ କରାଯାଉଛି। ଏଣୁ ମାମଲାରେ ନିଜେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।

ଏହା ସହିତ ସେ କହିଛନ୍ତି, ସର୍ବେଶ୍ୱରଙ୍କୁ ବୋମାମାଡ଼ ଘଟଣାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ହେଉ। ବିଧାୟକ ଓ ଅନ୍ୟ ସହଯୋଗୀଙ୍କୁ ନଧରିଲେ ବିଜେପି ରାସ୍ତାକୁ ଓହ୍ଲାଇବ ଓ ଆନ୍ଦୋଳନ କରିବ।

କାଲି ହୋଇଥିଲା ବୋମାମାଡ଼

ସର୍ବେଶ୍ୱର ବେହୁରା ଗତକାଲି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଇମାମନଗରରେ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ସେ ସେଠାରୁ କାର ଯୋଗେ ତାଙ୍କର ଦୁଇ ଜଣ ସହଯୋଗୀଙ୍କ ସହ ଫେରୁଥିବା ବେଳେ ତାଙ୍କ ଉପରକୁ ବୋମାମାଡ଼ କରାଯାଇଥିଲା। ସର୍ବେଶ୍ୱରଙ୍କ ପତ୍ନୀ ଦେଇଥିବା ଏଫ୍‌ଆଇଆର୍‌ରେ ୪ଟି ବୋମା କାର ଉପରକୁ ଫିଙ୍ଗା ଯାଇଥିବା ଉଲ୍ଲେଖ କରିଛନ୍ତି। ସ୍ଥାନୀୟ ଲୋକେ ଆହତ ସର୍ବେଶ୍ୱରଙ୍କୁ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏବେ କଟକର ଏକ ଘରୋଇ ନର୍ସିଂହୋମରେ ସେ ଚିକିତ୍ସାଧୀନ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story