ସତ୍ୟପାଠରେ ମିଛ କହିଛନ୍ତି ଅଚ୍ୟୁତ; ହାଇକୋର୍ଟରେ ମାମଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ ରାଜ୍ୟସଭା ନିର୍ବାଚନକୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାୟାର ହୋଇଛି। ଆର୍‌ଟିଆଇ କର୍ମୀ ସୁବାସ ମହାପାତ୍ର ଏହି ମାମଲା ଦାୟାର କରିଛନ୍ତି। ସେ ଅଭିଯୋଗ କରିଛନ୍ତି-“ନାମାଙ୍କନ ବେଳେ ଅଚ୍ୟୁତ ସାମନ୍ତ ମିଥ୍ୟା ସତ୍ୟପାଠ ଦେଇଛନ୍ତି। ଅଚ୍ୟୁତଙ୍କ ନାଁରେ ଅପରାଧୀକ ମାମଲା ରହିଛି। ଏହାଛଡ଼ା ସତ୍ୟପାଠରେ ଆୟ ସଂପର୍କରେ ତଥ୍ୟ ଲୁଚାଇଛନ୍ତି। ଅଚ୍ୟୁତ ୨ଟି ଭୋଟର କାର୍ଡ ଓ ୨ଟି ପ୍ୟାନ୍ କାର୍ଡ ରଖିଛନ୍ତି। ତେଣୁ ତାଙ୍କର ନିର୍ବାଚନ ଅସିଦ୍ଧ […]

achuta samanta

Rakesh Mallick
  • Published: Monday, 30 April 2018
  • , Updated: 30 April 2018, 08:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ ରାଜ୍ୟସଭା ନିର୍ବାଚନକୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାୟାର ହୋଇଛି। ଆର୍‌ଟିଆଇ କର୍ମୀ ସୁବାସ ମହାପାତ୍ର ଏହି ମାମଲା ଦାୟାର କରିଛନ୍ତି। ସେ ଅଭିଯୋଗ କରିଛନ୍ତି-“ନାମାଙ୍କନ ବେଳେ ଅଚ୍ୟୁତ ସାମନ୍ତ ମିଥ୍ୟା ସତ୍ୟପାଠ ଦେଇଛନ୍ତି। ଅଚ୍ୟୁତଙ୍କ ନାଁରେ ଅପରାଧୀକ ମାମଲା ରହିଛି। ଏହାଛଡ଼ା ସତ୍ୟପାଠରେ ଆୟ ସଂପର୍କରେ ତଥ୍ୟ ଲୁଚାଇଛନ୍ତି। ଅଚ୍ୟୁତ ୨ଟି ଭୋଟର କାର୍ଡ ଓ ୨ଟି ପ୍ୟାନ୍ କାର୍ଡ ରଖିଛନ୍ତି। ତେଣୁ ତାଙ୍କର ନିର୍ବାଚନ ଅସିଦ୍ଧ ଘୋଷଣା କରାଯାଉ।”

ଏହି ମାମଲାରେ ଭାରତୀୟ ନିର୍ବାଚନ କମିଶନ, ରାଜ୍ୟ ନିର୍ବାଚନ ଅଧିକାରୀ ଓ ରାଜ୍ୟସଭା ନିର୍ବାଚନ ରିଟର୍ଣ୍ଣିଂ ଅଫିସରଙ୍କୁ ପକ୍ଷଭୁକ୍ତ କରାଯାଇଛି ଆବେଦନକାରୀ ସୁବାସ ମହାପାତ୍ର। ଗତ ରାଜ୍ୟସଭା ନିର୍ବାଚନରେ ସୁବାସ ମହାପାତ୍ରଙ୍କ ପ୍ରାର୍ଥିପତ୍ର ନାକଚ ହୋଇଥିଲା। ତେବେ ପୂର୍ବରୁ ସୁବାସ ମହାପାତ୍ରଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ ସାଂସଦ ଅଚ୍ୟୁତ ସାମନ୍ତ।

Related story