ଶ୍ରୀଜିଉଙ୍କୁ ସୁନା ଦାନ ପାଇଁ କୁଣ୍ଠାବୋଧ ଭକ୍ତ: ବିଗତ ୩୪ ବର୍ଷରେ ମିଳିଛି ମାତ୍ର ୧୮ କେଜି ସୁନା

ପୁରୀ (ଓଡ଼ିଶା ରିପୋର୍ଟର): ଆଭୂଷଣ ପ୍ରିୟ ଶ୍ରୀଜଗନ୍ନାଥଙ୍କ ସୁନାବେଶ ବେଳେ ଅଙ୍ଗେ ଅଙ୍ଗେ ଅଳଙ୍କାର ଖଚିତ ଶ୍ରୀଜିଉଙ୍କ ଦିବ୍ୟବେଶ ଦେଖି ଭକ୍ତମାନେ ବିମୋହିତ ହୁଅନ୍ତି, କିନ୍ତୁ ଜାତିର ଆରାଧ୍ୟ ଦେବତାଙ୍କୁ ସୁନା ଦାନ କରିବା ପାଇଁ କାହାରି ହାତ ଖୋଲା ନଥାଏ। ଆର୍ଟିଆଇ ସୂତ୍ରରୁ ମଳିଥିବା ତଥ୍ୟ ଏମିତି କିଛି ଘଟଣା ବୟାନ୍‌ କରୁଛି। ୧୯୮୩ ମସିହାରୁ ଦାନଗ୍ରହଣ ପାଇଁ ଶ୍ରୀମନ୍ଦିରରେ ହୁଣ୍ଡି ବସିବା ପରଠାରୁ ଏପର୍ଯ୍ୟନ୍ତ ଅର୍ଥାତ୍-ବିଗତ ୩୪ ବର୍ଷ ଭିତରେ ହୁଣ୍ଡିରୁ ବାହାରିଛି ମାତ୍ର […]

Puri _slideshow

Rakesh Mallick
  • Published: Sunday, 11 March 2018
  • , Updated: 11 March 2018, 09:04 PM IST

ପୁରୀ (ଓଡ଼ିଶା ରିପୋର୍ଟର): ଆଭୂଷଣ ପ୍ରିୟ ଶ୍ରୀଜଗନ୍ନାଥଙ୍କ ସୁନାବେଶ ବେଳେ ଅଙ୍ଗେ ଅଙ୍ଗେ ଅଳଙ୍କାର ଖଚିତ ଶ୍ରୀଜିଉଙ୍କ ଦିବ୍ୟବେଶ ଦେଖି ଭକ୍ତମାନେ ବିମୋହିତ ହୁଅନ୍ତି, କିନ୍ତୁ ଜାତିର ଆରାଧ୍ୟ ଦେବତାଙ୍କୁ ସୁନା ଦାନ କରିବା ପାଇଁ କାହାରି ହାତ ଖୋଲା ନଥାଏ। ଆର୍ଟିଆଇ ସୂତ୍ରରୁ ମଳିଥିବା ତଥ୍ୟ ଏମିତି କିଛି ଘଟଣା ବୟାନ୍‌ କରୁଛି।

୧୯୮୩ ମସିହାରୁ ଦାନଗ୍ରହଣ ପାଇଁ ଶ୍ରୀମନ୍ଦିରରେ ହୁଣ୍ଡି ବସିବା ପରଠାରୁ ଏପର୍ଯ୍ୟନ୍ତ ଅର୍ଥାତ୍-ବିଗତ ୩୪ ବର୍ଷ ଭିତରେ ହୁଣ୍ଡିରୁ ବାହାରିଛି ମାତ୍ର ୧୮ କେଜି ୨୬୧ ଗ୍ରାମ୍ ସୁନା। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ସାଢ଼େ ୫ କୋଟି ଟଙ୍କା ହେବ। ଏହାଛଡ଼ା ଏହି ସମୟ ଭିତରେ ଠାକୁରଙ୍କୁ ମିଳିଛି ୧୧୯ କେଜି ୭୮ ଗ୍ରାମ୍‌ର ରୂପା। ସୁନା,ରୁପା ତୁଳନାରେ ଠାକୁରଙ୍କୁ ଟଙ୍କା ଦାନର ପରିମାଣ କିନ୍ତୁ ଅଧିକ ରହିଛି। ଗତ ତିନିବର୍ଷର ହିସାବ ଦେଖିଲେ ପ୍ରତିବର୍ଷ ପ୍ରାୟ ୭ରୁ ୮ କୋଟି ଟଙ୍କା ଜଗନ୍ନାଥଙ୍କ ହୁଣ୍ଡିରୁ ବାହାରୁଛି । ତେବେ ଟଙ୍କା ତୁଳନାରେ ସୁନା ରୂପା ଦାନର ପରିମାଣ ଏତେ କମ କାହିଁକି, ଏ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି।

ଏ ସମ୍ପର୍କରେ ସେବାୟତମାନଙ୍କ କହିବା କଥା ହେଲା ସୁନା କିମ୍ବା ରୂପା ଦାନ ସମ୍ପର୍କରେ ସରକାର କି ଶ୍ରୀମନ୍ଦିର ପ୍ରଶାସନ ଠିକ୍‌ ଭାବରେ ପ୍ରଚାର ପ୍ରସାର କରୁନାହାଁନ୍ତି। ଫଳରେ ଭକ୍ତଙ୍କ ମନରେ ସଚେତନତା ସୃଷ୍ଟି ହୋଇପାରୁ ନାହିଁ। ପ୍ରତିଦିନ ହୁଣ୍ଡିରୁ ଆଦାୟ ହେଉଥିବା ଅର୍ଥ ସମ୍ପର୍କରେ ଯେଉଁଭଳି ସୂଚନା ଦିଆଯାଉଛି, ଯଦି ଗହଣା ସମ୍ପର୍କରେ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଏଭଳି ସୂଚନା ଦିଆଗଲେ, ଏହା ଭକ୍ତଙ୍କ ମନରେ ସଚେତନତା ସୃଷ୍ଟି କରି ପାରନ୍ତା।

Related story