ବନ୍ଦ ହେଲା ଭୁବନେଶ୍ୱର RTO-2

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରସ୍ଥିତ RTO-1କୁ ବନ୍ଦ କରିବା ପରେ RTO-2କୁ ମଧ୍ୟ ବନ୍ଦ କରିଛି ବିଏମ୍‌ସି। ଆସନ୍ତା ସୋମବାର ପର୍ଯ୍ୟନ୍ତ ଏହି କାର୍ଯ୍ୟାଳୟ ବନ୍ଦ ରହିଛି। RTO-1ର ଜଣେ କର୍ମଚାରୀଙ୍କ ସହଯୋଗୀ ପଜିଟିଭ ହେବା ପରେ ଏପରି ପଦକ୍ଷେପ ନିଆଯାଇଛି। କରୋନା ସଂକ୍ରମଣ  ବ୍ୟାପିବା ଆଶଙ୍କାରେ ଏହାକୁ ବନ୍ଦ କରି ଦିଆଯାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, କରୋନା ସଂକ୍ରମଣ ରୋକିବାକୁ ଭୁବନେଶ୍ୱର ମହାନଗର ନିଗମ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ୪ ପଜିଟିଭ ଚିହ୍ନଟ ହେବା ପରେ ଭୁବନେଶ୍ୱର ଆଚାର୍ଯ୍ୟ ବିହାରସ୍ଥିତ RTO-1 କାର୍ଯ୍ୟାଳୟକୁ ବନ୍ଦ କରିଛି ବିଏମ୍‌ସି ।  ଏଥିସହ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା RTO-1ର ସମସ୍ତ କର୍ମଚାରୀଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।