ସରକାର ବାହାର ମୂଷାକୁ ଜଗିଲେ, ଖେଳ କଲେ ଭିତିରି ମୂଷା!

ବୌଦ୍ଧ(ଦୀପକ ଅଦର): ଦଲାଲ୍‌ ମୁକ୍ତ ହେବ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆର୍‌ଟିଓ)। ସେଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି। ଆର୍‌ଟିଓ ଅଫିସ୍‌ ପାଖରେ ଥିବା ଚାଳିଆକୁ ହଟାଇବା ସହିତ ସବୁ କାର୍ଯ୍ୟ ଡିଜିଟାଲ୍‌ରେ କରିଛନ୍ତି। ହେଲେ ଯଦି ସେହି ଅଫିସ୍‌ରେ ସରକାରୀ ମୂଷା ପଶିବ, ତାହାହେଲେ କିଏ ସେମାନଙ୍କୁ ଜଗିବ? ଏହାର ନିଗ୍ନ ଚିତ୍ର ଦେଖିବାକୁ ମିଳିଛି ବୌଦ୍ଧ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରେ। ଏଠାରେ ଜଣେ ସହକାରୀ ପ୍ରୋଗ୍ରାମର ବେଆଇନ୍‌ ଭାବେ ୧୧୭ଟି ଗାଡ଼ିକୁ […]

Ranjan

Ranjan

Manoranjan Sial
  • Published: Wednesday, 17 November 2021
  • Updated: 17 November 2021, 06:09 PM IST

Sports

Latest News

ବୌଦ୍ଧ(ଦୀପକ ଅଦର): ଦଲାଲ୍‌ ମୁକ୍ତ ହେବ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆର୍‌ଟିଓ)। ସେଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି। ଆର୍‌ଟିଓ ଅଫିସ୍‌ ପାଖରେ ଥିବା ଚାଳିଆକୁ ହଟାଇବା ସହିତ ସବୁ କାର୍ଯ୍ୟ ଡିଜିଟାଲ୍‌ରେ କରିଛନ୍ତି। ହେଲେ ଯଦି ସେହି ଅଫିସ୍‌ରେ ସରକାରୀ ମୂଷା ପଶିବ, ତାହାହେଲେ କିଏ ସେମାନଙ୍କୁ ଜଗିବ? ଏହାର ନିଗ୍ନ ଚିତ୍ର ଦେଖିବାକୁ ମିଳିଛି ବୌଦ୍ଧ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରେ। ଏଠାରେ ଜଣେ ସହକାରୀ ପ୍ରୋଗ୍ରାମର ବେଆଇନ୍‌ ଭାବେ ୧୧୭ଟି ଗାଡ଼ିକୁ ଫିଟ୍‌ନେସ୍‌ ସିର୍ଟିଫିକେଟ୍‌ ଦେଇ ଏବେ ପୁଲିସ୍‌ ହାତରେ ଧରା ପଡ଼ିଛନ୍ତି।

କେନ୍ଦୁଝର ଜିଲ୍ଲା ବଡ଼ବିଲର ୧୧୭ଟି ଗାଡ଼ିକୁ ବେଆଇନ୍‌ ଭାବେ ଫିଟନେସ୍‌ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ବୌଦ୍ଧ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟର ସହକାରୀ ପ୍ରୋଗ୍ରାମର ରଞ୍ଜନ କୁମାର ଦାସ ବେଆଇନ୍‌ ଭାବେ ଏପରି କାମ କରିଥିବା ଅଭିଯୋଗ ହୋଇଥିଲା। ସେ ସହକାରୀ ଆଞ୍ଚଳିକ ପରିବହନ ଅଧିକାରୀଙ୍କ 'ବାହାନ' ପୋର୍ଟାଲର ୟୁଜର ଆଇଡି ଓ ପାସ୍‌ୱାର୍ଡର ଅପବ୍ୟବହାର କରି ବଡ଼ବିଲର ୧୧୭ଟି ଗାଡିକୁ ବୌଦ୍ଧରେ ଥିବା ଦର୍ଶାଇ ଫିଟନେସ୍‌ ସାର୍ଟିଫିକେଟ୍‌ ପ୍ରଦାନ କରିଥିଲେ।

ଘଟଣା ସମ୍ପର୍କରେ ଖବର ପାଇ ପରିବହନ କମିଶନର ଅରୁଣ ବୋଥ୍ରା ଥାନାରେ ଏତଲା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଶାଲଖୁ ମୁର୍ମୁ ବୌଦ୍ଧ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ମାମଲାର ରୁଜୁ କରି ଘଟଣାର ତଦନ୍ତ କରିଥିଲା ପୁଲିସ୍‌। ଆଜି ପୁଲିସ୍‌ ରଞ୍ଜନ କୁମାର ଦାସକୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ପଚରାଉଚରା ପରେ ପୂରା ଘଟଣା ଉପରୁ ପର୍ଦ୍ଦା ହଟିଥିଲା। ଏହା ପରେ ରଞ୍ଜନକୁ ପୁଲିସ ଗିରଫ କରିଛି।

ଏହି ବେଆଇନ୍‌ କାର୍ଯ୍ୟ କେବଳ ରଞ୍ଜନ ନା ଆଉ କାହାର ସମ୍ପୃକ୍ତି ରହିଛି, ପୁଲିସ ତାହା ଉପରେ ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos