ରୁବେଲା ଟୀକା ନେଲା ଆଉ ଏକ ଜୀବନ!

ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ରୁବେଲା ଟୀକା ନେଇ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଛାତ୍ର ହେଲେ ନାକଟି ଗାଁର ଠାକୁର ଜୟପୁରିଆ। ସେ ବଡ଼ଗାଁ ଥାନା ଇତମା ହାଇସ୍କୁଲର ୯ମ ଶ୍ରେଣୀରେ ପଢ଼ୁଥିଲେ। ଗତ ୩୦ ତାରିଖରେ ଠାକୁର ଟୀକା ନେଇଥିଲେ। ଟୀକା ନେବାର ଗୋଟିଏ ଦିନ ପରେ ସେ ଅସୁସ୍ଥ ହୋଇପଡ଼ି ଥିଲେ। ଜ୍ୱର ନଛାଡ଼ିବାରୁ ପରିବାର ଲୋକେ ତାଙ୍କୁ ୭ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ତାଙ୍କ […]

rubela injection take life in sundragada

Rakesh Mallick
  • Published: Sunday, 18 February 2018
  • , Updated: 18 February 2018, 05:12 PM IST

ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ରୁବେଲା ଟୀକା ନେଇ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଛାତ୍ର ହେଲେ ନାକଟି ଗାଁର ଠାକୁର ଜୟପୁରିଆ। ସେ ବଡ଼ଗାଁ ଥାନା ଇତମା ହାଇସ୍କୁଲର ୯ମ ଶ୍ରେଣୀରେ ପଢ଼ୁଥିଲେ।

ଗତ ୩୦ ତାରିଖରେ ଠାକୁର ଟୀକା ନେଇଥିଲେ। ଟୀକା ନେବାର ଗୋଟିଏ ଦିନ ପରେ ସେ ଅସୁସ୍ଥ ହୋଇପଡ଼ି ଥିଲେ। ଜ୍ୱର ନଛାଡ଼ିବାରୁ ପରିବାର ଲୋକେ ତାଙ୍କୁ ୭ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଗତ ୧୧ ତାରିଖରେ ବୁର୍ଲା ମେଡ଼ିକାଲର ଶିଶୁ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ରୁବେଲା ଟୀକା ନେବାରୁ ଠାକୁରଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

Related story