ଆଜି ରୁକୁଣା ରଥଯାତ୍ରା, ୧୪୪ ଧାରା ଜାରି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଅଶୋକାଷ୍ଟମୀ ତଥା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। କିନ୍ତୁ କରୋନାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କୁ ଏହି ରଥଯାତ୍ରାରେ ସାମିଲ ହେବାକୁ ବାରଣ କରାଯାଇଛି। ସେଥିପାଇଁ ୧୪୪ ଧାରା ଜାରି କରାଯାଇଛି। ରଥଖଳାରୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ କମିଶନରେଟ୍ ପୁଲିସ୍ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଆଜି ଦିନ ୧୨ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ଅଞ୍ଚଳରେ ୧୪୪ ଧାରା ବଳବତ୍ତର ହେବ। ଏପ୍ରିଲ ୨୦ ଓ ୨୪ ତାରିଖରେ ୧୪୪ […]

Rukuna Ratha

Rukuna Ratha

Jitendra Garnayak
  • Published: Tuesday, 20 April 2021
  • Updated: 20 April 2021, 08:03 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଅଶୋକାଷ୍ଟମୀ ତଥା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। କିନ୍ତୁ କରୋନାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କୁ ଏହି ରଥଯାତ୍ରାରେ ସାମିଲ ହେବାକୁ ବାରଣ କରାଯାଇଛି। ସେଥିପାଇଁ ୧୪୪ ଧାରା ଜାରି କରାଯାଇଛି।

ରଥଖଳାରୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ କମିଶନରେଟ୍ ପୁଲିସ୍ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଆଜି ଦିନ ୧୨ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ଅଞ୍ଚଳରେ ୧୪୪ ଧାରା ବଳବତ୍ତର ହେବ। ଏପ୍ରିଲ ୨୦ ଓ ୨୪ ତାରିଖରେ ୧୪୪ ଧାରା ବଳବତ୍ତର ରହିବ ବୋଲି ପୁଲିସ୍ କମିଶନର କହିଛନ୍ତି।

କମିଶନରେଟ୍‌ ପୁଲିସ୍ ଓ ପ୍ରଶାସନ ପକ୍ଷରୁ କୁହାଯାଇଛି, ରଥଦାଣ୍ଡକୁ ଭକ୍ତଶୂନ୍ୟ କରିବା ପାଇଁ ୧୪୪ ଧାରା ଲଗାଯାଇଛି। କେବଳ କୋଭିଡ୍ ନେଗେଟିଭ ରିପୋର୍ଟ ଥିବା ସେବାୟତଙ୍କୁ ଏଥିରେ ସାମିଲ ହେବାକୁ ଅନୁମତି ମିଳିବ। ରଥଦାଣ୍ଡର ଦୁଇ ପାର୍ଶ୍ୱରେ ଥିବା ଘର ଗୁଡ଼ିକର ଛାତରେ ବି ଲୋକେ ଜମା ହୋଇପାରିବେ ନାହିଁ।

ରୁକୁଣା ରଥଯାତ୍ରା ପାଇଁ ୧୫ ପ୍ଲାଟୁନ୍ ଫୋର୍ସ ଏବଂ ୫୦ ଅଫିସର ମୁତୟନ ହେବେ। ଗତକାଲି ରଥ ସହିତ ରଥ ଗଡ଼ିବାକୁ ଥିବା ପୂରା ଅଞ୍ଚଳକୁ ସାନିଟାଇଜ୍ କରାଯାଇଛି।

ସୂଚନାଯୋଗ୍ୟ, ଗତବର୍ଷ କରୋନା ଯୋଗୁ ରୁକୁଣା ରଥଯାତ୍ରାକୁ ବନ୍ଦ କରି ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos