ଦେଶର ଅଖଣ୍ଡତା ବଜାୟ ରଖିବାକୁ ‘ରନ୍ ଫର୍ ୟୁନିଟି’

ଭୁବନେଶ୍ୱର: ଦେଶର ଅଖଣ୍ଡତା ବଜାୟ ରଖିବାକୁ ଭୁବନେଶ୍ୱରରେ ବିଜେପି ପକ୍ଷରୁ ‘ରନ୍ ଫର୍ ୟୁନିଟି’ ଗଣଦୌଡ଼ ଅନୁଷ୍ଠିତ ହୋଇଛି। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନ ଅବସରରେ ଆୟୋଜିତ ଏହି ଗଣଦୌଡ଼ ପଟିଆ ଛକ ଠାରୁ ଗାନ୍ଧି ମଇଦାନ ଯାଏଁ ଯାଇଥିଲା।  ଏଥିରେ ଶତାଧିକ ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ଭାଗ ନେଇ ଦୌଡ଼ିଥିଲେ।

ଏଥିରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଓ ବହୁ ଦଳୀୟ ନେତା ଯୋଗ ଦେଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।