ଋଣ ଭାର ସହି ନ ପାରି ମା’ ଝିଅଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ: କଟକ ସୂତାହାଟ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଋଣ ଭାର ସହି ନ ପାରି ମା’ ଝିଅ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ସିଟି ହସପିଟାଲରେ  ଭର୍ତ୍ତି କରାଯାଇଥିଲା। ତେବେ ଝିଅର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣା ଅନୁଯାୟୀ, ସୂତାହାଟ ଅଞ୍ଚଳର ମହିଳା ଜଣକ ଏକ ମହିଳା ଗୋଷ୍ଠୀ ମାଧ୍ୟମରେ  ଘରୋଇ ଫାଇନାନ୍ସ କମ୍ପାନୀଠାରୁ ଅଢ଼େଇ ଲକ୍ଷ ଟଙ୍କା ଋଣ ଆଣିଥିଲେ। […]

cuttack

Rakesh Mallick
  • Published: Thursday, 26 January 2017
  • , Updated: 26 January 2017, 06:34 PM IST

କଟକ: କଟକ ସୂତାହାଟ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଋଣ ଭାର ସହି ନ ପାରି ମା’ ଝିଅ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ସିଟି ହସପିଟାଲରେ  ଭର୍ତ୍ତି କରାଯାଇଥିଲା। ତେବେ ଝିଅର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଘଟଣା ଅନୁଯାୟୀ, ସୂତାହାଟ ଅଞ୍ଚଳର ମହିଳା ଜଣକ ଏକ ମହିଳା ଗୋଷ୍ଠୀ ମାଧ୍ୟମରେ  ଘରୋଇ ଫାଇନାନ୍ସ କମ୍ପାନୀଠାରୁ ଅଢ଼େଇ ଲକ୍ଷ ଟଙ୍କା ଋଣ ଆଣିଥିଲେ। କିସ୍ତି ଆକାରରେ ଋଣ ଟଙ୍କା ଶୁଝୁଥିଲେ ମଧ୍ୟ ଆଜି କମ୍ପାନୀ କର୍ମଚାରୀମାନେ ତାଙ୍କ ଘରକୁ ଆସି କିସ୍ତି ଟଙ୍କା ଦେବାକୁ କହିଥିଲେ। ଟଙ୍କା ଦେବା ପାଇଁ କିଛି ସମୟ ଦେବାକୁ ମହିଳା ଜଣକ ଅନୁରୋଧ କରିଥିଲେ ମଧ୍ୟ କମ୍ପାନୀ କର୍ମଚାରୀମାନେ ଣୁଣି ନ ଥିଲେ। ଏପରିକି ଘର ଆଗରେ ତାଙ୍କୁ ଅପମାନିତ କରିଥିଲେ ବୋଲି ଅଭିଯୋଗ ହୋଇଛି। ଫଳରେ  ସେମାନଙ୍କ କଥା ସହି ନ ପାରି ମା’ ଝିଅ ବିଷ ଖାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ।

 

Related story