ପୁଣି ଧରାପଡ଼ିଲା ଅଟୋ,ଏଥର ଜୋରିମାନା ୨୭, ୫୦୦

ଭଦ୍ରକ (ପାର୍ଥସାରଥୀ): ଭଦ୍ରକ ଜିଲ୍ଲାରେ ଏକ ଅଟୋ ଉପରେ ପୁଲିସ୍ ଆଜି ୨୭, ୫୦୦ ଜୋରିମାନା ଧାର୍ଯ୍ୟ କରିଛି। ଅନଧିକୃତ ଗାଡ଼ି ଚଳାଇବା ଅଭିଯୋଗରେ ୫ ହଜାର ଟଙ୍କା ଜରିମାନା କରାଯାଇଛି। ସେହିପରି ଡ୍ରାଇଭିଂ ଲାଇସେନ୍ସ ନଥିବା ନେଇ ୫ ହଜାର ଟଙ୍କା ଜରିମାନା କରାଯାଇଥିବା ବେଳେ ଗାଡ଼ିର ରେଜିଷ୍ଟ୍ରେସନ ନଥିବା ଯୋଗୁଁ ୫ ହଜାର ଜରିମାନା,ଗାଡ଼ି ଚଳାଚଳ ପାଇଁ ପରମିଟ ନଥିବାରୁ ୧୦ ହଜାର ଜରିମାନା, ଇନ୍‌ସୁରାନ୍ସ ନଥିବାରୁ ୨ ହଜାର ଓ ସାଧାରଣ ଭୁଲ୍ […]

auto..mmm

Jyoshna Pradhan
  • Published: Saturday, 07 September 2019
  • , Updated: 07 September 2019, 03:36 PM IST

ଭଦ୍ରକ (ପାର୍ଥସାରଥୀ): ଭଦ୍ରକ ଜିଲ୍ଲାରେ ଏକ ଅଟୋ ଉପରେ ପୁଲିସ୍ ଆଜି ୨୭, ୫୦୦ ଜୋରିମାନା ଧାର୍ଯ୍ୟ କରିଛି। ଅନଧିକୃତ ଗାଡ଼ି ଚଳାଇବା ଅଭିଯୋଗରେ ୫ ହଜାର ଟଙ୍କା ଜରିମାନା କରାଯାଇଛି। ସେହିପରି ଡ୍ରାଇଭିଂ ଲାଇସେନ୍ସ ନଥିବା ନେଇ ୫ ହଜାର ଟଙ୍କା ଜରିମାନା କରାଯାଇଥିବା ବେଳେ ଗାଡ଼ିର ରେଜିଷ୍ଟ୍ରେସନ ନଥିବା ଯୋଗୁଁ ୫ ହଜାର ଜରିମାନା,ଗାଡ଼ି ଚଳାଚଳ ପାଇଁ ପରମିଟ ନଥିବାରୁ ୧୦ ହଜାର ଜରିମାନା, ଇନ୍‌ସୁରାନ୍ସ ନଥିବାରୁ ୨ ହଜାର ଓ ସାଧାରଣ ଭୁଲ୍ ପାଇଁ ୫୦୦ ଜରିମାନା କରାଯାଇଛି।

ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ଭୁବନେଶ୍ୱରର ଏକ ଅଟୋ ଚାଳକଙ୍କ ଉପରେ ୪୭ ହଜାର ୫୦୦ ଟଙ୍କା ଫାଇନ ହୋଇଥିଲା।

ସାଧାରଣ ନିୟମ ଭାଙ୍ଗିଥିବାରୁ ୫୦୦ ଟଙ୍କା, ଅଣଅଧିକୃତ ବ୍ୟକ୍ତି ଅଟୋ ଚଳାଉଥିବା ଅଭିଯୋଗରେ ୫୦୦୦ ଟଙ୍କା, ବିନା ଲାଇସେନ୍ସରେ ଚଳାଉଥିବାରୁ ୫୦୦୦ ଟଙ୍କା, ମଦ ପିଇ ଡ୍ରାଇଭିଂ କରୁଥିବାରୁ ୧୦ ହଜାର, ପ୍ରଦୂଷଣ ପ୍ରମାଣପତ୍ର ନ ଥିବାରୁ ୧୦ ହଜାର ଟଙ୍କା, ଆରସି ବୁକ୍ ଓ ଫିଟନେସ୍ ସାର୍ଟିଫିକେଟ ନ ଥିବାରୁ ୫୦୦୦ ଟଙ୍କା, ପରମିଟ୍ ସର୍ତ୍ତ ଖିଲାପ କରି ଗାଡ଼ି ଚଲାଉଥିବାରୁ ୧୦ ହଜାର ଟଙ୍କା, ଗାଡ଼ିର ଇନ୍ସ୍ୟୁରାନ୍ସ ନ ଥିବାରୁ ତାଙ୍କ ଉପରେ ୨୦୦୦ ଟଙ୍କା ଜରିମାନା ଲଗା ଯାଇଥିଲା।

Related story