ନାଲି ପାଣି ପାଇଁ ମଦୁଆ ବାଉଳା, ମୁଣ୍ଡରେ ହାତ ଦେଇଦେଲା ପୁଲିସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍ ପିରିୟଡ଼ରେ ଯଦି ସବୁଠୁ ଅଧିକ କିଏ ବ୍ୟତିବ୍ୟସ୍ତ ହେଉଥିବାର ପ୍ରଶ୍ନ ଉଠେ ତାହାଲେ ସହଜରେ ଉତ୍ତର ଆସିବ ମଦ୍ୟପ । ତେବେ ନିୟମ କୋହଳ ପରେ ଗ୍ରୀନ୍‌ଜୋନ୍ରେନ୍‌ରେ ଏହାର ବିକ୍ରି ଆରମ୍ଭ ହୋଇଥିବା କଥା ଶୁଣି ଲାଗିଛି ସେମାନଙ୍କ ଲମ୍ବା ଲାଇନ୍ କେଉଁଠି ପୋଲିସ ଡରରେ ଯତ୍କିଞ୍ଚିତ ସାମାଜିକ ଦୂରତ୍ୱ ବଜାୟ ରହିଛି। ହେଲେ ଅନେକ ସ୍ଥାନରେ ଧଜ୍ଜିଆ ଉଡିଛି। ହେଲେ କରୋନା ବିପତ୍ତି ସମୟରେ ମଦ ଦୋକାନ ସମ୍ପୂର୍ଣ୍ଣ ବନ୍ଦ କରିଦେଲେ […]

Matile-Madua

Tapas Behera
  • Published: Monday, 04 May 2020
  • , Updated: 04 May 2020, 08:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍ ପିରିୟଡ଼ରେ ଯଦି ସବୁଠୁ ଅଧିକ କିଏ ବ୍ୟତିବ୍ୟସ୍ତ ହେଉଥିବାର ପ୍ରଶ୍ନ ଉଠେ ତାହାଲେ ସହଜରେ ଉତ୍ତର ଆସିବ ମଦ୍ୟପ । ତେବେ ନିୟମ କୋହଳ ପରେ ଗ୍ରୀନ୍‌ଜୋନ୍ରେନ୍‌ରେ ଏହାର ବିକ୍ରି ଆରମ୍ଭ ହୋଇଥିବା କଥା ଶୁଣି ଲାଗିଛି ସେମାନଙ୍କ ଲମ୍ବା ଲାଇନ୍ କେଉଁଠି ପୋଲିସ ଡରରେ ଯତ୍କିଞ୍ଚିତ ସାମାଜିକ ଦୂରତ୍ୱ ବଜାୟ ରହିଛି। ହେଲେ ଅନେକ ସ୍ଥାନରେ ଧଜ୍ଜିଆ ଉଡିଛି। ହେଲେ କରୋନା ବିପତ୍ତି ସମୟରେ ମଦ ଦୋକାନ ସମ୍ପୂର୍ଣ୍ଣ ବନ୍ଦ କରିଦେଲେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଛି ନିଶାମୁକ୍ତି ଆନ୍ଦୋଳନ।

ଦେଢ଼ ମାସ ହେଲାଣି ପାଟି ଆମ୍ବିଳା । ତେଣୁ ଗ୍ରୀନ ଜୋନ୍‌ରେ ନାଲି ପାଣି ମୁନ୍ଦେ ପାଇଁ ମଦୁଆ ବାଉଳା । ସେଇ ମାଲ୍ ପାଣି ବୋତଲେ ପାଇଁ ଧାଡ଼ି କୁଆଡୁ ବାହାରିଛି କୁଆଡ଼େ ଯାଉଛି ଠଉରେଇବା ମୁସ୍କିଲ । କି ବୃଦ୍ଧ କି ଟୋକା ସମସ୍ତେ ବ୍ୟଗ୍ର, ବ୍ୟସ୍ତ। ଲକ୍ଷ୍ୟ କେବଳ ସେଇ  କାଉଣ୍ଟର। ଦିଲ୍ଲୀର ବସନ୍ତ ବିହାର ହେଉ କି ସେର ନାଇନ୍ ସବୁଠି ଲାଇନ୍ । ଜଗି ଜଗି ପୁଲିସ ନୟାନ୍ତ । ମଜା କଥା ହେଲା କାଉଣ୍ଟର ପାଖରେ ଯିଏ ପହଞ୍ଚି ଯାଉଥିଲା ତାକୁ ଯେମିତି ମିଳି ଯାଉଥିଲା କୋଟିନିଧି ।

 

ଜଣେ ଜଣେ ବ୍ୟକ୍ତି ବିକଳରେ ମେଞ୍ଚେ ମେଞ୍ଚେ ବୋତଲ କିଣି ପକାଇଛନ୍ତି, ଏବେ କେମିତି ନେବେ ବାଉଳା ହେଉଛନ୍ତି । ଆଜି ଦେଶର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ହେଲେ ବହୁ ସ୍ଥାନରେ ମଦ କିଣିବାକୁ ଲୋକେ ଏମିତି ପାଗଳ ଥିଲେ ଯେ, ସାମାଜିକ ଦୂରତ୍ୱ କଥା ବି ପାଶୋରି ଯାଇଥିଲେ। ଏଇ ଯେମିତି ବିଶାଖାପାଟଣାର ଏକ କାଉଣ୍ଟର ନିକଟର ଦୃଶ୍ୟ ଧାଡ଼ି ଲମ୍ବା, ହେଲେ ପୂରା ଦିହକୁ ଦିହ ବାଜୁଛି । ତେଣୁ ଏଭଳି ସ୍ଥିତି ଦେଖି ଅନେକ କହିଲେଣି, ଯଦି ଏମିତି ମଦ କିଣା ଚାଲେ ତାହାଲେ ତ ଦିନ କେଇଟାରେ କରୋନା ରୋଗୀ ଦିଗୁଣା ହୋଇଯିବେ।

ଏଣେ ଓଡ଼ିଶାରେ ବି ଗ୍ରୀନ ଜୋନ୍ ମାନଙ୍କରେ ଆଜି ମଦ କିଣିବାକୁ ଦେଖିବାକୁ ମିଳିଥିଲା ଗ୍ରାହକଙ୍କ ଜବରଦସ୍ତ ଭିଡ। କଟକର ବୋତଲେ ମଦ କିଣିବାକୁ ଅନେକେ ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଛିଡ଼ା ହୋଇଥିଲେ। ତେବେ ରାଜ୍ୟର ଆଜି କେଭଁଠି ବି ମଦ ଦୋକାନ ଖୋଲିନଥିଲା । ତେବେ ଲକ୍‌ଡାଉନ୍ ଅବଧି ବୃଦ୍ଧି ସମୟରେ ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ ନେଇ ଆପତ୍ତି ଉଠାଇଲେଣି ନିଶାମୁକ୍ତି ଆନ୍ଦୋଳନ ସଂଗଠନ। ସେମାନଙ୍କ ମତରେ କରୋନା ବିପତ୍ତି ସମୟରେ ଦୀର୍ଘ ଦେଢ଼ ମାସ ଧରି ମଦ ଦୋକାନ ବନ୍ଦ ନିଷ୍ପତ୍ତି ନେଇ ସରକାର ଯେଉଁ ମହାନ ପଦକ୍ଷେପ ନେଇଥିଲେ ତାହା ବଳବତ୍ତର ରଖିଥିଲେ ଅସୁବିଧା କେଉଁଠି ?

Related story