ବିପଦ ସଙ୍କେତ ଉପରେ ଋଷିକୁଲ୍ୟା ନଦୀ

ଛତ୍ରପୁର(ଆଲୋକ ଗୌଡ): ଡିପ୍ ଡିପ୍ରେସନ ପ୍ରଭାବରେ ରାଜ୍ୟରେ ୨ ଦିନ ହେଲା ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ବେହାଲ ହେଲାଣି ଦକ୍ଷିଣ ଓଡ଼ିଶା । ବିଶେଷ କରି  ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି। ଏହା ପ୍ରଭାବରେ ପୁରୁଷୋତ୍ତମପୁରରେ ସତର୍କ ସଙ୍କେତ ଡେଇଁଲା ଋଷିକୁଲ୍ୟା ନଦୀ । ଋଷିକୁଲ୍ୟା ନଦୀର ସତର୍କ ସଙ୍କେତ ୧୫.୮୩  ଥିବା ବେଳେ ବର୍ତ୍ତମାନ ରହିଛି ୧୬.୩୫। ଗତକାଲି ବିଳମ୍ବିତ ରାତି ପ୍ରାୟ ଗୋଟାଏରେ ସତର୍କ ସଙ୍କେତ ଡେଇଁଛି […]

river-1

Niharika Rout
  • Published: Wednesday, 14 October 2020
  • , Updated: 14 October 2020, 01:08 PM IST

ଛତ୍ରପୁର(ଆଲୋକ ଗୌଡ): ଡିପ୍ ଡିପ୍ରେସନ ପ୍ରଭାବରେ ରାଜ୍ୟରେ ୨ ଦିନ ହେଲା ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ବେହାଲ ହେଲାଣି ଦକ୍ଷିଣ ଓଡ଼ିଶା । ବିଶେଷ କରି  ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି। ଏହା ପ୍ରଭାବରେ ପୁରୁଷୋତ୍ତମପୁରରେ ସତର୍କ ସଙ୍କେତ ଡେଇଁଲା ଋଷିକୁଲ୍ୟା ନଦୀ । ଋଷିକୁଲ୍ୟା ନଦୀର ସତର୍କ ସଙ୍କେତ ୧୫.୮୩  ଥିବା ବେଳେ ବର୍ତ୍ତମାନ ରହିଛି ୧୬.୩୫।

ଗତକାଲି ବିଳମ୍ବିତ ରାତି ପ୍ରାୟ ଗୋଟାଏରେ ସତର୍କ ସଙ୍କେତ ଡେଇଁଛି ଋଷିକୁଲ୍ୟା ନଦୀ। ।  ନଦୀ କୂଳିଆ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ, ଗଞ୍ଜାମର  ୩ଟି ବ୍ଲକ ଓ ଗଜପତିର ୭ଟି ବ୍ଲକ ବେଶି ପ୍ରଭାବିତ ହୋଇଛି ।  ଗଞ୍ଜାମରେ ୩ ଦିନରେ ୩ଶହ ମିଲିମିଟରରୁ ଅଧିକ ବର୍ଷା ହୋଇଥିବା ବେଳେ ଗଜପତିର ୭ ଟି ବ୍ଲକରେ ୧୫୦ ମିମି ବର୍ଷା ହୋଇଛି।

ଲଗାଣ ବର୍ଷା ଯୋଗୁ ଗଞ୍ଜାମ ଜିଲ୍ଲା ପାତ୍ରପୁର ଆଙ୍କୁଲି ପଞ୍ଚାୟତ ତଡ଼କାସାହି ଓ ଚରିଆବାଡ଼ ରାସ୍ତାରେ ମାଟି ଅତଡ଼ା ଧସିବା ପରେ ଏବେ ବି ସ୍ଥିତି ସ୍ୱାଭାବିକ ହୋଇନାହିଁ । ସ୍ଥିତି ଅନୁଧ୍ୟାନ ପାଇଁ ଘଟଣାସ୍ଥଳରେ ପହଞ୍ଚିଛି ପ୍ରଶାସନ । ଗତକାଲି ପ୍ରବଳ ବର୍ଷା ଯୋଗୁଁ ପାହାଡ଼ରୁ ମାଟି ଅତଡ଼ା ଧସିଯାଇଥିଲା । ଯାହା ଏବେ ବି ରାସ୍ତା ଉପରେ ପଡ଼ି ରହିଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

 

 

Related story