ପୁରୀ (ଓଡ଼ିଶା ରିପୋର୍ଟର): ରୁଷ ଓ ୟୁକ୍ରେନ୍ ମଧ୍ୟରେ ଘମାଘୋଟ୍ ଲଢ଼େଇ ଚାଲିଛି। ଉଭୟ ଦେଶରୁ ଶତାଧିକ ସୌନିକଙ୍କ ମୃତ୍ୟୁ ଘଟିଛି। ଏପରି ସ୍ଥିତିରେ ଶାନ୍ତି ଫେରାଇ ଆଣିବାକୁ ମହାପ୍ରଭୁଙ୍କ ନିକଟରେ ଗୁହାରୀ କରୁଛନ୍ତି ରୁଷ ନାଗରିକ।
ସାତଦରିଆ ପାର ହୋଇ ଶ୍ରୀକ୍ଷେତ୍ର ଆସିଛନ୍ତି ରୁଷ ନାଗରିକ। ସେମାନେ ଶ୍ରୀମନ୍ଦିର ଭିତରକୁ ସିନା ଯାଇପାରିଲେ ନାହିଁ। ହେଲେ ସିଂହଦ୍ୱାର ସମ୍ମୁଖରେ ଛିଡ଼ା ହୋଇ ମହାପ୍ରଭୁଙ୍କୁ ମାଗିଲେ ଶାନ୍ତିର ବାର୍ତ୍ତା। ଯଦିଓ ତାଙ୍କ ଭାଷା ପୂରା ବୁଝି ହେଉନି, କିନ୍ତୁ ସେମାନେ ଯୁଦ୍ଧକୁ ନାପସନ୍ଦ କରୁଛନ୍ତି।
ରୁଷ ନାଗରିକମାନେ ରତ୍ନବେଦୀରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିଲେ ନାହିଁ। କିନ୍ତୁ ମହାପ୍ରସାଦ ପାଇ ନିଜକୁ କୃତ୍ୟ।କୃତ୍ୟ ହୋଇଛନ୍ତି। ବର୍ତ୍ତମାନ ଦୁଇ ଦେଶ ମୁହାଁମୁହିଁ ହୋଇଥିବା ବେଳେ ରୁଷର ଇସ୍କନ ଭକ୍ତ ଶ୍ରୀଜଗନ୍ନାଥଙ୍କ ଦୁଆରେ ଶାନ୍ତି, ପ୍ରେମର ବାର୍ତ୍ତା ଦେଇଛନ୍ତି। ସେମାନେ ମଙ୍ଗୁମଠ ନିକଟରେ ବସିବା ସମୟରେ ଶ୍ରୀଜଗନ୍ନାଥ ସେନାର ଆବାହକ ତାଙ୍କୁ ଶାନ୍ତି ଓ ପ୍ରେମର ନିଦର୍ଶକ ଫୁଲ ପ୍ରଦାନ କରି ସ୍ୱାଗତ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍
ଶ୍ରୀମନ୍ଦିର ପରିସର କୀର୍ତ୍ତନ ଚକଡ଼ା ଫଟୋ ଭାଇରାଲ୍ ହୋଇଛି। ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ସୋଶାଲ୍ ମିଡିଆରେ ଭାଇରାଲ୍ କରିଛନ୍ତି ଗୌରବ କୁମାର ସାହୁ ନାମକ ଯୁବକ।
Miscellaneous
‘ଆୟୁଷ୍ମାନ ଭାରତ’ ଯୋଜନା ପାଇଁ କାଲି MOU; ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଆସନ୍ତାକାଲି ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି।
Events & Festivals
ଜାନୁଆରୀ ୨୮ରୁ ଉତ୍କର୍ଷ ଓଡ଼ିଶା କନକ୍ଲେଭ, ଛୁଟିବ ଶିଳ୍ପପତିଙ୍କ ସୁଅ
ଜାନୁଆରୀ ୨୮, ୨୯ ଦୁଇ ଦିନ ଧରି ଭୁବନେଶ୍ୱର ଜନତା ମଇଦାନରେ ଚାଲିବ ମେଗା ନିବେଶକ ସମ୍ମିଳନୀ- ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫। ପ୍ରଥମ ଥର ଲାଗି ରାଜ୍ୟର ଏହି ଶିଳ୍ପ ମହାକୁମ୍ଭକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Events & Festivals
କଂସ ଦରବାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ, ଅନୁଦାନ ୧୦ ଲକ୍ଷରୁ କୋଟିଏକୁ ବୃଦ୍ଧି
କଲ୍ୟାଣ ମଣ୍ଡପରୁ ହାତୀ ପିଠିରେ ବସି କଂସ ମହାରାଜଙ୍କ ଦରବାର ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ। ଆସନ୍ତାକାଲି କଂସ ବଦ୍ଧ ସହ ଏହି ମହା ନାଟକରେ ପଡ଼ିବ ମହା ଯବନିକା।
Events & Festivals
କୁମ୍ଭମେଳା ପାଇଁ ଆରମ୍ଭ ହେଲା ସ୍ୱତନ୍ତ୍ର ବସ୍ ଓ ଟ୍ରେନ ସେବା
କୁମ୍ଭମେଳା ପାଇଁ ପୁରୀ, ସମ୍ବଲପୁର, ଭବାନୀପାଟଣା ଏବଂ ବ୍ରହ୍ମପୁରରୁ ପ୍ରୟାଗରାଜ ଅଭିମୁଖେ ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ପୂର୍ବତଟ ରେଲୱେ ଘୋଷଣା କଲା ୭ଟି ସ୍ୱତନ୍ତ୍ର ଟ୍ରେନ୍।