ସି ସୋରର ୬୫୦ କୋଟିର ସ୍ଥାବର ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ

consfiscate

chitfund

chitfund

Manoranjan Sial
  • Published: Friday, 26 February 2021
  • Updated: 26 February 2021, 05:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ସି ସୋର ଚିଟ୍‌ଫଣ୍ଡ ସଂସ୍ଥାର ସ୍ଥାବର ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ଲାଗି ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ୱତନ୍ତ୍ର ଚିଟ୍‌ଫଣ୍ଡ ଅଦାଲତ। ସଂସ୍ଥାର ୧୯୭ ଏକର ଜମି, ୧୩୮୫ ଗ୍ରାମ ସୁନା, ୨ କ୍ୱିଣ୍ଟାଲ ରୁପା, ବ୍ୟାଙ୍କରେ ଜମା ଥିବା ୧ କୋଟି ୮୮ ଲକ୍ଷ ୭୫ ହଜାର ଟଙ୍କା ବାଜ୍ୟାପ୍ତି ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବାଜ୍ୟାପ୍ତ ସମ୍ପତ୍ତିକୁ ସର୍ବସାଧାରଣରେ ନିଲାମ ଲାଗି ନିର୍ଦ୍ଦେଶ। ନିଲାମରୁ ଲବ୍ଧ ଅର୍ଥକୁ ଜମାକାରୀଙ୍କ ମଧ୍ୟରେ ବାଣ୍ଟିବାକୁ ନିର୍ଦ୍ଦେଶ। ବାଜ୍ୟାପ୍ତ ସମସ୍ତ ସମ୍ପତ୍ତି ରଆନୁମାନିକ ୬୫୦ କୋଟି ଟଙ୍କା ହେବ।

ସି ସୋର ଚିଟ୍‌ଫଣ୍ଡ କମ୍ପାନୀ ପ୍ରାୟ ୫୦୦ କୋଟିରୁ ଅଧିକ ଟଙ୍କା ଠକିଛି। ଏହି ମହା ଠକେଇରେ  ହଜାର ହଜାର ଜମାକାରୀଙ୍କ ବିଶ୍ୱାସରେ ବିଷ ଦେଇଥିଲେ ସି ସୋର ଚିଟ୍‌ଫଣ୍ଡ ସଂସ୍ଥାର ମୁଖ୍ୟ ପ୍ରଶାନ୍ତ ଦାଶ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସି-ସୋର୍ ସମେତ ଓଡ଼ିଶାର ୪୪ଟି ଚିଟ୍‌ଫଣ୍ଡ କମ୍ପାନୀର  ତଦନ୍ତ ଦାୟିତ୍ୱ ସିବିଆଇ ହାତକୁ ଯାଇଥିଲା । ସିବିଆଇ ସି ସୋର୍ ବିରୋଧରେ ଦାୟର କରିଥିବା ଚାର୍ଜସିଟ୍‌ରେ ୪୮୭ କୋଟି ଟଙ୍କାର ଠକେଇ କଥା ଉଲ୍ଲେଖ କରିଥିଲା।

ସେହିପରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ପ୍ରିଭେନସନ୍ ଅଫ୍ ମନିଂ ଲଣ୍ଡରିଂ ଅକ୍ଟ ବଳରେ ସି-ସୋର୍ କମ୍ପାନୀର ୨୪୨ କୋଟି ଟଙ୍କାର ସଂପତ୍ତି ଆଟାଚ୍ କରିଥିଲା।  EDର ଚାର୍ଜସିଟ୍ ଅନୁଯାୟୀ, ପ୍ରଶାନ୍ତ ଦାଶ ୨୧ଟି ସେଲ୍ କମ୍ପାନୀ ଓ ୧୩ଟି କୋପରେଟିଭ୍ ସୋସାଇଟି ମାଧ୍ୟମରେ ଜମାକାରୀଙ୍କଠାରୁ କୋଟି କୋଟି ଟଙ୍କା ସଂଗ୍ରହ କରି ଠକିଥିଲେ। ଏନେଇ ଅଭିଯୋଗ ହେବା ପରେ ୨୦୧୩ ମସିହା ଜୁନ୍ ୨୦ ତାରିଖରେ ପ୍ରଶାନ୍ତଙ୍କୁ ଗିରଫ କରିଥିଲା ପୁଲିସ। ପ୍ରାୟ ସାଢ଼େ ୪ ବର୍ଷ ଜେଲରେ ରହିବା ପରେ ଜାମିନରେ‌ ପାଇଥିଲେ ପ୍ରଶାନ୍ତ। ଚିଠ୍‌ଫଣ୍ଡ ଠକେଇ ମାମଲାର ଅଭିଯୁକ୍ତ ପ୍ରଶାନ୍ତଙ୍କୁ ମୋଟ ୮ଟି ମାମଲାରେ ହାଇକୋର୍ଟ ଓ ତଳ କୋର୍ଟରୁ ଚାମିନ୍‌ ଦେଇଛନ୍ତି।

ପ୍ରଶାନ୍ତଙ୍କ ପୂର୍ବରୁ ସି-ସୋର୍ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ୩ ଜଣ ଅଭିଯୁକ୍ତ ଜାମିନରେ ବାହାରିଥିଲେ। ପ୍ରଶାନ୍ତଙ୍କ ପୂର୍ବରୁ ତାଙ୍କ ଭାଇ ପ୍ରଭାତ ଦାଶ ଓ ସି ସୋର୍ ପାଇଁ ମଧ୍ୟସ୍ଥି ଥିବା ଶୁଭଙ୍କର ନାୟକ ବି ଜାମିନ୍‌ରେ ମୁକୁଳି ସାରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story