କଲେଜ ଛାତ୍ରୀମାନଙ୍କୁ ସଚେତନ କରିବ ‘ସାଥୀ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଲେଜ ଛାତ୍ରୀ ଓ କିଶୋରୀମାନଙ୍କୁ ମାନସିକସ୍ତରରେ ସୁଦୃଢ଼ କରି ସମାଜରେ ଜଣେ ଲେଖାଏଁ ସୁନ୍ଦର ନାଗରିକ ଭାବେ ଗଢ଼ି ତୋଳିବା ଉଦ୍ଦେଶ୍ୟରେ ଏକ ସଚେତନତା ଅଭିଯାନ ଆରମ୍ଭ ହୋଇଛି । ଜିଲ୍ଲା ପ୍ରଶାସନ ସହଯୋଗରେ ସାମାଜିକ ସଂଗଠନ ବିଚାର ଭାରତୀ ଟ୍ରଷ୍ଟ ଦ୍ୱାରା ‘ସାଥୀ’ ନାଁରେ ଏହି ସଚେତନତା କାର୍ଯ୍ୟକ୍ରମ ଶନିବାର ଭୁବନେଶ୍ୱରସ୍ଥିତ ମହର୍ଷି ମହିଳା କଲେଜରେ ଆରମ୍ଭ ହୋଇଛି ଓ ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲାର ୩୬ଟି କଲେଜରେ ଏହି ସଚେତନତା ଅଭିଯାନ […]

Students

Ordigital Desk
  • Published: Sunday, 24 July 2022
  • , Updated: 24 July 2022, 09:51 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଲେଜ ଛାତ୍ରୀ ଓ କିଶୋରୀମାନଙ୍କୁ ମାନସିକସ୍ତରରେ ସୁଦୃଢ଼ କରି ସମାଜରେ ଜଣେ ଲେଖାଏଁ ସୁନ୍ଦର ନାଗରିକ ଭାବେ ଗଢ଼ି ତୋଳିବା ଉଦ୍ଦେଶ୍ୟରେ ଏକ ସଚେତନତା ଅଭିଯାନ ଆରମ୍ଭ ହୋଇଛି । ଜିଲ୍ଲା ପ୍ରଶାସନ ସହଯୋଗରେ ସାମାଜିକ ସଂଗଠନ ବିଚାର ଭାରତୀ ଟ୍ରଷ୍ଟ ଦ୍ୱାରା ‘ସାଥୀ’ ନାଁରେ ଏହି ସଚେତନତା କାର୍ଯ୍ୟକ୍ରମ ଶନିବାର ଭୁବନେଶ୍ୱରସ୍ଥିତ ମହର୍ଷି ମହିଳା କଲେଜରେ ଆରମ୍ଭ ହୋଇଛି ଓ ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲାର ୩୬ଟି କଲେଜରେ ଏହି ସଚେତନତା ଅଭିଯାନ ଚାଲିବ ବୋଲି ଜଣାପଡ଼ିଛି ।

ଶନିବାର ମହର୍ଷି ମହିଳା କଲେଜର ପ୍ରାୟ ୨୦୦ ଛାତ୍ରୀ ଓ ଅଧ୍ୟାପିକାମାନଙ୍କ ଉପସ୍ଥିତିରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଲେଜ ଛାତ୍ରୀମାନଙ୍କୁ ସଂଗଠନ ପକ୍ଷରୁ ମନସ୍ତତ୍ତ୍ୱବିତ୍ , ପୁଲିସ ଅଧିକାରୀ, ଡାକ୍ତର, ସରକାରୀ ଅଧିକାରୀମାନଙ୍କ ଏକ ଟିମ୍ ବାଲ୍ୟ ବିବାହ, ଲିଙ୍ଗଗତ ଭେଦଭାବ, ଘରୋଇ ହିଂସା, ସାଇବର ଅପରାଧ ଓ ରାଗିଂ ଆଦିକୁ ନେଇ ସମାଜରେ ଘଟୁଥିବା ଘଟଣାବଳୀ ଓ ଏହାକୁ କିଭଳି ମୁକାବିଲା କରାଯିବ ତାହା ଉପରେ ସଚେତନ କରାଇଥିଲେ । ଛାତ୍ରୀମାନଙ୍କ ସହ ମଧ୍ୟ ଏସବୁ ପ୍ରସଙ୍ଗରେ ଭାବ ବିନିମୟ ହୋଇଥିଲା ।

‘ସାଥୀ’ କାର୍ଯ୍ୟକ୍ରମର ମୁଖ୍ୟ ତଥା ସଂଗଠନର ସମ୍ପାଦିକା ପ୍ରୀତିଛନ୍ଦା ଧଳ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ଖୋର୍ଦ୍ଧା ଜିଲ୍ଲାର ୩୬ଟି କଲେଜରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯିବ । ମନସ୍ତତ୍ତ୍ୱବିତ୍‌, ପୁଲିସ ଅଧିକାରୀ, ଡାକ୍ତର, ସରକାରୀ ଅଧିକାରୀ ଓ ବିଶେଷଜ୍ଞମାନଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି । ଯେଉଁମାନେ ଛାତ୍ରୀମାନଙ୍କ ସହ ସିଧାସଳଖ ଭାବ ବିନିମୟ କରି ସେମାନଙ୍କୁ ସଚେତନ କରାଇବେ । ସେମାନଙ୍କର କିଛି ସମସ୍ୟା ଥିଲେ ତା’ର ସମାଧାନ ଖୋଜିବାରେ ସହଯୋଗ କରିବେ । ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ରାଜ୍ୟର ଅନ୍ୟ ଭାଗରେ ମଧ୍ୟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

ଏହି କାର୍ଯ୍ୟକ୍ରମରେ ମହର୍ଷି ମହିଳା ଜୁନିୟର କଲେଜ ପ୍ରିନ୍ସିପାଲ ଗୀତାଶ୍ରୀ ମିଶ୍ର, ଡିଗ୍ରୀ କଲେଜ ପ୍ରିନ୍ସିପାଲ ପତିତପାବନ ସ୍ୱାଇଁ , ଆସିଷ୍ଟାଣ୍ଟ କଲେକ୍ଟର ଓଏଏସ୍ ଜ୍ୟୋସ୍ନା ପାତ୍ର ,ସମାଜସେବୀ ନମ୍ରତା ଚଢ଼ା ପ୍ରମୁଖ ସାମିଲ ହୋଇଥିଲେ।

Related story