ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ନେଲା ଆଉ ଜଣେ ଯୁବ ସାମ୍ୱାଦିକଙ୍କ ଜୀବନ। ତାଙ୍କ ନାଁ ହେଉଛି ସବନମ ଶିରିନ। ସେ ଭଏସ୍ ଅଫ୍ SOA କମ୍ୟୁନିଟିରେ କାର୍ଯ୍ୟରତ ଥିଲେ। କରୋନାରେ ଆକ୍ରାନ୍ତ ହୋଇ ସବନମ ଶିରିନ ଭୁବନେଶ୍ୱର ଏମ୍ସରେ ପ୍ରାଣ ହରାଇଛନ୍ତି। ତାଙ୍କ ବିୟୋଗରେ ଗଣମାଧ୍ୟମ ଜଗତରେ ଶୋକର ଛାୟା ଖେଳି ଯାଇଛି।
ସବନମ ଶିରିନଙ୍କ ସ୍ୱାମୀ କରୋନା ଆକ୍ରାନ୍ତ ହୋଇଥିଲେ। ସେଥିପାଇଁ ସେ ସଙ୍ଗରୋଧରେ ଥିଲେ। ମଙ୍ଗଳବାର ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଏମ୍ସ କୋଭିଡ୍ ହସ୍ପିଟାଲ୍କୁ ନିଆଯାଇଥିଲା। ମାତ୍ର ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
ସବନମ ଶିରିନ ଓଡ଼ିଆର ଦୈନିକ ଓ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟ କରିଥିଲେ। DD ଓଡ଼ିଆରେ ସେ ଉପସ୍ଥାପିକା ଭାବେ କାମ କରିଥିଲେ।
ଗତ କିଛିଦିନ ତଳେ କରୋନା ଗଞ୍ଜାମ ଜିଲ୍ଲାରୁ ୫ ଗଣମାଧ୍ୟମ ପ୍ରତିନିଧିଙ୍କ ଜୀବନ ନେଇଥିଲା। ସେମାନେ ହେଲେ- ମନୋଜ କୁମାର ସାହୁ, ଗୋବିନ୍ଦ ବେହେରା, କରୁଣାକର ସାହୁ, ନରେଶ ବେହେରା ଓ ପ୍ରଦୀପ କିଶୋର ସାହୁ। ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।