ସବୁ ଜିଲ୍ଲାରେ ପ୍ରତିଷ୍ଠା ହେବ ସୁଲଭ ହସ୍‌ପିଟାଲ୍

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟରେ ସମସ୍ତ  ଜିଲ୍ଳାରେ ପ୍ରତିଷ୍ଠା ହେବ ସୁଲଭ ହସ୍‌ପିଟାଲ୍। ରାଜ୍ୟ ସରକାରଙ୍କ ଏମ୍‌ପାୱାର୍ଡ କମିଟି ଇନଫ୍ରାଷ୍ଟକଚର୍ ବା ଇସିଆଇ ବୈଠକରେ ସୋମବାର ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି।  ହସପିଟାଲ ନିର୍ମାଣ ନେଇ  ଇଣ୍ଟରନ୍ୟାସନାଲ ଫାଇନାନସ୍ କର୍ପୋରେସନ ବା ଆଇଏଫ୍‌ସି ଏବଂ  ରାଜ୍ୟ ସରକାରଙ୍କ ମଧ୍ୟରେ  ଏମଓୟୁ ସ୍ୱାକ୍ଷରିତ ହୋଇଛି। ପିପିପି ମୋଡରେ ଏସବୁ ହସ୍‌ପିଟାଲ ନିର୍ମାଣ ହେବ। ସେହିପରି ରାଜ୍ୟର ଆଉ କିଛି ସହରକୁ ଟାଉନ୍ ବସ୍ ଚଳାଚଳ ନେଇ ମଧ୍ୟ […]

ECI

Rakesh Mallick
  • Published: Monday, 08 February 2016
  • , Updated: 08 February 2016, 02:56 PM IST

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟରେ ସମସ୍ତ  ଜିଲ୍ଳାରେ ପ୍ରତିଷ୍ଠା ହେବ ସୁଲଭ ହସ୍‌ପିଟାଲ୍। ରାଜ୍ୟ ସରକାରଙ୍କ ଏମ୍‌ପାୱାର୍ଡ କମିଟି ଇନଫ୍ରାଷ୍ଟକଚର୍ ବା ଇସିଆଇ ବୈଠକରେ ସୋମବାର ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି।  ହସପିଟାଲ ନିର୍ମାଣ ନେଇ  ଇଣ୍ଟରନ୍ୟାସନାଲ ଫାଇନାନସ୍ କର୍ପୋରେସନ ବା ଆଇଏଫ୍‌ସି ଏବଂ  ରାଜ୍ୟ ସରକାରଙ୍କ ମଧ୍ୟରେ  ଏମଓୟୁ ସ୍ୱାକ୍ଷରିତ ହୋଇଛି। ପିପିପି ମୋଡରେ ଏସବୁ ହସ୍‌ପିଟାଲ ନିର୍ମାଣ ହେବ।

ସେହିପରି ରାଜ୍ୟର ଆଉ କିଛି ସହରକୁ ଟାଉନ୍ ବସ୍ ଚଳାଚଳ ନେଇ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି। କୋରାପୁଟ, ଜୟପୁର, ବୋରିଗୁମ୍ମା, ସୁନାବଡା ଏବଂ କଟକରୁ ଆଠଗଡ଼ ଓ ବାଙ୍କୀକୁ ଟାଉନ୍ ବସ୍ ଚଳାଚଳ କରିବ। ଏହି ବୈଠକରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପାଢୀଙ୍କ ସମେତ ବିଭିନ୍ନ ବଭାଗର ସଚିବ ଉପସ୍ଥିତ ଥିଲେ।

 

Related story