Advertisment

ଚିଟ୍ ଫଣ୍ଡ୍ ଠକେଇ: ସାଫେକ୍ସ ଇନଫ୍ରା ଇଣ୍ଡିଆର ସଂପତ୍ତି ବାଜ୍ୟାପ୍ତି ପାଇଁ  କଟକ ସ୍ୱତନ୍ତ୍ର କୋର୍ଟଙ୍କ ନିର୍ଦ୍ଦେଶ

କଟକ: ଚିଟ୍ ଫଣ୍ଡ୍ ଠକେଇ ମାମଲାରେ ସୋମବାର କଟକର ଏକ ସ୍ୱତନ୍ତ୍ର କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଚିଟ୍ ଫଣ୍ଡ୍ ସଂସ୍ଥା ସାଫେକ୍ସ ଇନଫ୍ରା ଇଣ୍ଡିଆର ସଂପତ୍ତି ବାଜ୍ୟାପ୍ତି ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ସଂସ୍ଥାର ସଂପତ୍ତି ବାଜ୍ୟାପ୍ତ କରି ସର୍ବସାଧାରଣ ନିଲାମ ନିର୍ଦ୍ଦେଶ ଦେଇଛନ୍ତି। ନିଲାମରୁ ଯେଉଁ ଅର୍ଥ ମିଳିବ, ତାହାକୁ ଜମାକାରୀଙ୍କ ମଧ୍ୟରେ ବାଣ୍ଟି ଦେବାକୁ କୋର୍ଟ କହିଛନ୍ତି। ସାଫେକ୍ସ ଇନଫ୍ରା ଇଣ୍ଡିଆର ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ୧୩ ଏକରରୁ ଅଧିକ ଜମି ରହିଛି। […]

author-image
Rakesh Mallick
ଅଦ୍ୟତନ ହୋଇଛି
ଚିଟ୍ ଫଣ୍ଡ୍ ଠକେଇ: ସାଫେକ୍ସ ଇନଫ୍ରା ଇଣ୍ଡିଆର ସଂପତ୍ତି ବାଜ୍ୟାପ୍ତି ପାଇଁ  କଟକ ସ୍ୱତନ୍ତ୍ର କୋର୍ଟଙ୍କ ନିର୍ଦ୍ଦେଶ

safexinfra

କଟକ: ଚିଟ୍ ଫଣ୍ଡ୍ ଠକେଇ ମାମଲାରେ ସୋମବାର କଟକର ଏକ ସ୍ୱତନ୍ତ୍ର କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଚିଟ୍ ଫଣ୍ଡ୍ ସଂସ୍ଥା ସାଫେକ୍ସ ଇନଫ୍ରା ଇଣ୍ଡିଆର ସଂପତ୍ତି ବାଜ୍ୟାପ୍ତି ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ସଂସ୍ଥାର ସଂପତ୍ତି ବାଜ୍ୟାପ୍ତ କରି ସର୍ବସାଧାରଣ ନିଲାମ ନିର୍ଦ୍ଦେଶ ଦେଇଛନ୍ତି। ନିଲାମରୁ ଯେଉଁ ଅର୍ଥ ମିଳିବ, ତାହାକୁ ଜମାକାରୀଙ୍କ ମଧ୍ୟରେ ବାଣ୍ଟି ଦେବାକୁ କୋର୍ଟ କହିଛନ୍ତି। ସାଫେକ୍ସ ଇନଫ୍ରା ଇଣ୍ଡିଆର ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ୧୩ ଏକରରୁ ଅଧିକ ଜମି ରହିଛି। ସେହିପରି ବିଭିନ୍ନ ବ୍ୟାଙ୍କରେ କଂପାନୀର ଏକାଉଣ୍ଟରେ ୫ ଲକ୍ଷ ୬୪ ହଜାରରୁ ଅଧିକ ଟଙ୍କା ରହିଛି। ଜମି ବିକି ଓ ଏକାଉଣ୍ଟର ଏହି ଅର୍ଥକୁ ବାଜ୍ୟାପ୍ତ କରି ଜମାକାରୀଙ୍କୁ ଅର୍ଥ ଫେରସ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଏହି ସଂସ୍ଥା ଜମାକାରୀଙ୍କଠାରୁ ୧୦ କୋଟିର ଅଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଚଳିତ ବର୍ଷ ଜାନୁଆରୀ ମାସରେ ସିବିଆଇ ସାଫେକ୍ସ ଇନଫ୍ରା ଇଣ୍ଡିଆ ଓ ଏହାର ନିର୍ଦ୍ଦେଶକମାନଙ୍କ ବାସଭବନଗୁଡ଼ିକ ଉପରେ ଚଢ଼ାଉ କରିଥିଲା। ଭୁବନେଶ୍ୱର, ବ୍ରହ୍ମପୁର ଓ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ସିବିଆଇ ଅଧିକାରୀମାନେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ କଂପାନୀର ନିର୍ଦ୍ଦେଶକ ଫିରୋଜ ଖାନ, ପୁମା ଚନ୍ଦଅ ବିଶ୍ୱାଳ, ଏସ୍. ଚିନ୍ମୟ ସୁବୁଦ୍ଧି, ଅମାନୁଲ୍ଲା ଖାନ୍ ଓ ସନ୍ତୋଷ କୁମାର ନନ୍ଦଙ୍କ ଘରୁ ଅନେକ କାଗଜପତ୍ର ଜବତ କରିଥିଲା ସିବିଆଇ।

ଏହି କଂପାନୀ ୨୦୧୦ରେ ଆରମ୍ଭ ହୋଇଥିଲା। ଏହାର ଜମାକାରୀଙ୍କ ମଧ୍ୟରେ ଅଧିକାଂଶ ଥିଲେ ସୁରଟରେ କାମ କରୁଥିବା ଓଡ଼ିଆମାନେ। ସେମାନଙ୍କୁ ହିଁ କଂପାନୀ ଟାର୍ଗେଟ କରୁଥିଲା। ସେମାନଙ୍କଠାରୁ ଟଙ୍କା ନେଇ ବେଆଇନ ଭାବେ ଅନ୍ୟ ବ୍ୟବସାୟରେ ଲଗାଉଥିଲେ। ତେବେ ଜମାକାରୀମାନଙ୍କୁ ଭୁଆଁ ବନାଇବା ପାଇଁ କିଛି ମିଛ କଂପାନୀ ଖୋଲିଥିଲେ ଓ ସେଥିରେ ଅର୍ଥ ବିନିଯୋଗ ହେଉଥିଲା ବୋଲି କହୁଥିଲେ।

Advertisment

ସିବିଆଇ ପୂର୍ବରୁ ରାଜ୍ୟ କ୍ରାଇମ ବ୍ରାଞ୍ଚ ଏହି କଂପାନୀ ଉପରେ ଚଢ଼ାଉ କରି ୮ ଜଣ ଅଧିକାରୀଙ୍କୁ ଗିରଫ କରିଥିଲା।