ସହିଦ ରଞ୍ଜନଙ୍କ ଶେଷକୃତ୍ୟ ସମ୍ପନ୍ନ

ବରଗଡ଼: ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲାର ନକୁଲନର ମେଲାୱାଡ଼ା ଗାଁ ନିକଟରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗତକାଲି ସହିଦ ହୋଇଥିବା ଓଡ଼ିଆ ଯବାନ ରଞ୍ଜନ ଦାସଙ୍କର  ଶେଷକୃତ୍ୟ ଆଜି ତାଙ୍କ  ଜନ୍ମମାଟି ଖଣ୍ଡହତାରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସଂପନ୍ନ ହୋଇଛି। ଆଜି ରାୟପୁରରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ତାଙ୍କ ମରଶରୀରକୁ ସମ୍ବଲପୁର ଅଣାଯାଇଥିଲା। ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ସେଠାରୁ ତାଙ୍କ ମରଶରୀରକୁ ବରଗଡ଼ ଅଣା ଯାଇଥିଲା। ବରଗଡ଼ ରିଜର୍ଭ ପୋଲିସ୍ ପଡ଼ିଆରେ ତାଙ୍କୁ ଜିଲ୍ଲା ପ୍ରଶାସନ […]

sahid-ranjan

Rakesh Mallick
  • Published: Thursday, 31 March 2016
  • , Updated: 31 March 2016, 02:23 PM IST

ବରଗଡ଼: ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲାର ନକୁଲନର ମେଲାୱାଡ଼ା ଗାଁ ନିକଟରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗତକାଲି ସହିଦ ହୋଇଥିବା ଓଡ଼ିଆ ଯବାନ ରଞ୍ଜନ ଦାସଙ୍କର  ଶେଷକୃତ୍ୟ ଆଜି ତାଙ୍କ  ଜନ୍ମମାଟି ଖଣ୍ଡହତାରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସଂପନ୍ନ ହୋଇଛି।

ଆଜି ରାୟପୁରରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ତାଙ୍କ ମରଶରୀରକୁ ସମ୍ବଲପୁର ଅଣାଯାଇଥିଲା। ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ସେଠାରୁ ତାଙ୍କ ମରଶରୀରକୁ ବରଗଡ଼ ଅଣା ଯାଇଥିଲା। ବରଗଡ଼ ରିଜର୍ଭ ପୋଲିସ୍ ପଡ଼ିଆରେ ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା।  ଜିଲ୍ଲାପାଳ  ଅଞ୍ଜନ କୁମାର ମାଣିକ, ଏସପି ଆଶିଷ ସିଂ, ବରଗଡ଼ ସାଂସଦ ପ୍ରଭାସ ସିଂଙ୍କ ସମେତ ବରଗଡ଼ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହାପରେ ତାଙ୍କ ମର ଶରୀରକୁ ଏକ ଶୋଭାଯାତ୍ରାରେ ଖଣ୍ଡହତା ଗ୍ରାମ ଅଭିମୁଖେ ନିଆଯାଇଥିଲା।

ସିଆରପିଏଫ୍ କମାଣ୍ଡର ତପନ କୁମାର କହିଛନ୍ତି, “ସହିଦ  ରଞ୍ଜନ ଦାସଙ୍କ ବଳିଦାନକୁ ଆମେ କେବେ ଭୁଲି ପାରିବୁ ନାହିଁ । ତାଙ୍କ ବଳିଦାନ ଦେଶ ତଥା ଆମ ସିଆରପିଏଫ୍ ପାଇଁ ପ୍ରେରଣାର ଉତ୍ସ।”

ଗତକାଲି ଛତିଶଗଡ଼ର ଦାନ୍ତେୱାଡ଼ା ଜିଲ୍ଲା ଅନ୍ତତର୍ଗତ ମେଲାୱାଡ଼ା ଗାଁ ନିକଟରେ ଏକ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ରଞ୍ଜନଙ୍କ ସମେତ ୭ ଜଣ ଯବାନ ସହିଦ ହୋଇଥିଲେ। ସେମାନେ ସିଆର୍‌ପିଏଫ୍‌ ୨୩୦ ବାଟାଲିୟନର ଥିଲେ।

ସହିଦ ହୋଇଥିବା ଅନ୍ୟ ଯବାନମାନେ ହେଲେ ଡି. ବିଜୟ ରାଜ, ପ୍ରଦୀପ ତିର୍କୀ, ରୁପ୍ ନାରାୟଣ ଦାସ, ଦେବେନ୍ଦ୍ର ଚୌରାସିଆ, ଏସ୍‌ଏନ୍‌ ଉଦୟ ସିଂହ ଓ ଜେ. ରାଜେନ୍ଦ୍ରନ।

ଗତକାଲି ଅପରାହ୍ନ ପ୍ରାୟ ୪ଟା ବେଳେ ଏକ ଟାଟା ୭୦୯ ମିନି ଟ୍ରକ୍‌ରେ ୭ ଜଣ  ଯବାନ ମେଲାୱାଡ଼ା ଗାଁ ଦେଇ ଯାଉଥିବା ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ମାତ୍ରା ଏତେ ଥିଲା ଯେ ମିନି ଟ୍ରକ୍‌ଟି ଖଣ୍ଡ ଖଣ୍ଡ ହୋଇଯାଇଥିଲା। ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିବା ସ୍ଥାନରେ ପ୍ରାୟ ଚାରି ଫୁଟର ଗାତ ସୃଷ୍ଟି ହୋଇଥିଲା।

Related story