ସାଇବର ଅପରାଧ ମୁକାବିଲା ପାଇଁ ଆଜିଠୁ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ

କଟକ: କଟକ ସ୍ଥିତ କ୍ରାଇମ୍ ବ୍ରାଞ୍ଚ୍ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହେବ ସାଇବର୍ କ୍ରାଇମ୍ ଇନଭେଷ୍ଟିଗେସନ୍ ଆଣ୍ଡ୍ ଫେ।ରେନ୍ସିକ୍ ଶୀର୍ଷକ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ଦିନକୁ ଦିନ ବୃଦ୍ଧି ପାଉଥିବା ସାଇବର୍ ଅପରାଧ ଏବଂ ଏହି ଅପରାଧର ତଦନ୍ତ ସମୟରେ କିଭଳି ସତର୍କତା ଅବଲମ୍ୱନ କରିବାକୁ ହେବ ସେ ସମ୍ପର୍କରେ ପୋଲିସ୍ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ତେବେ ସାଇବର ଅପରାଧର ପ୍ରକାରଭେଦ, ଏଫଆଇଆର୍ ପଞ୍ଜିକରଣ, ଡିଜିଟାଲ ଏଭିଡେନ୍ସ ସଂଗ୍ରହ ପ୍ରଣାଳୀ, ଫେ।ରେନ୍ସିକ୍ ଇମେଜିଂ, ଡିଜିଟାଲ୍ […]

dg

Rakesh Mallick
  • Published: Saturday, 27 June 2015
  • , Updated: 27 June 2015, 07:09 AM IST

କଟକ: କଟକ ସ୍ଥିତ କ୍ରାଇମ୍ ବ୍ରାଞ୍ଚ୍ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହେବ ସାଇବର୍ କ୍ରାଇମ୍ ଇନଭେଷ୍ଟିଗେସନ୍ ଆଣ୍ଡ୍ ଫେ।ରେନ୍ସିକ୍ ଶୀର୍ଷକ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ଦିନକୁ ଦିନ ବୃଦ୍ଧି ପାଉଥିବା ସାଇବର୍ ଅପରାଧ ଏବଂ ଏହି ଅପରାଧର ତଦନ୍ତ ସମୟରେ କିଭଳି ସତର୍କତା ଅବଲମ୍ୱନ କରିବାକୁ ହେବ ସେ ସମ୍ପର୍କରେ ପୋଲିସ୍ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ତେବେ ସାଇବର ଅପରାଧର ପ୍ରକାରଭେଦ, ଏଫଆଇଆର୍ ପଞ୍ଜିକରଣ, ଡିଜିଟାଲ ଏଭିଡେନ୍ସ ସଂଗ୍ରହ ପ୍ରଣାଳୀ, ଫେ।ରେନ୍ସିକ୍ ଇମେଜିଂ, ଡିଜିଟାଲ୍ ଏଭିଡେନ୍ସର ପ୍ୟାକେଜିଂ ପ୍ରଭୃତି ବିଷୟବସ୍ତୁ ଉପରେ ପୋଲିସ୍ ଅଧିକାରୀମାନଙ୍କୁ ସାଇବର୍ ଏକ୍ସପର୍ଟ ମାନେ ପ୍ରଶିକ୍ଷଣ ଦେବେ। ଅନ୍ୟପକ୍ଷରେ ସାଇବର୍ ଅପରାଧ ନେଇ ସାଧାରଣ ଲୋକଙ୍କୁ କିଭଳି ସଚେତନ କରାଯିବ ସେଥିପ୍ରତି ମଧ୍ୟ ପ୍ରଶିକ୍ଷଣ ସମୟରେ ବିଶେଷ ଧ୍ୟାନ ଦିଆଯିବ ବୋଲି ଜଣାପଡ଼ିଛି। ପୋଲିସ୍ ଡିଜି ସଞ୍ଜୀବ୍ ମାରିକ୍ ଏହି ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି କ୍ରାଇମବ୍ରାଞ୍ଚ ଆଡିସନାଲ୍ ଡିଜି ବିଜୟ କୁମାର ଶର୍ମାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ।

Related story