ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଦିନେ କୋରାନ୍ ପଢ଼ୁଥିଲେ। ଆଲ୍ଲାଙ୍କୁ ଡାକୁଥିଲେ। ଆଜି କିନ୍ତୁ ତାଙ୍କର ବଦଳିଛି ପରିଚୟ। କୋରାନ ବଦଳରେ ଓଡ଼ିଶୀ ବେଶରେ ପଢ଼ୁଛନ୍ତି ଗୀତା, ଭାଗବତ! ମୁସଲମାନ ଧର୍ମ ତ୍ୟାଗ କରି ଗ୍ରହଣ କରିଛନ୍ତି ହିନ୍ଦୁ ଧର୍ମ। ଆଉ ସାଇରା ବାନୁ ପାଲଟି ଯାଇଛନ୍ତି ସୋନମ ଆର୍ଯ୍ୟ।
ପୂରା ଘଟଣାଟି ଏମିତି। ବରଗଡ଼ ଜିଲ୍ଲା ପାଇକମାଲରେ ଏକ ଗାଁରେ ଜନ୍ମ ଗ୍ରହଣ କରିଥିଲେ ସାଇନା ବାନୁ। ପିଲା ବେଳୁ ହିନ୍ଦୁ ଧର୍ମ ପ୍ରତି ଆକୃଷ୍ଟ ହୋଇଥିଲେ। ଆଉ ବଡ଼ ହେଲା ପରେ ହିନ୍ଦୁ ଯୁବକଙ୍କୁ ବାହା ହେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ପାଠ ପଢ଼ୁଥିବା ବେଳେ ଜଣେ ହିନ୍ଦୁ ଧର୍ମର ଯୁବକଙ୍କ ପ୍ରେମରେ ପଡ଼ିଲେ। ହେଲେ ବାଧକ ସାଜିଲା ଧର୍ମ। କାରଣ ସାଇନା ହେଉଛନ୍ତି ମୁସଲମାନ୍। ତେଣୁ କେମିତି ହିନ୍ଦୁ ପରିବାରରେ ବୋହୂ ହେବେ?
ଧର୍ମ ଗ୍ରହଣ କରିବା ପରେ ସାଇନା ବାନୁ ପାଲଟି ଯାଇଛନ୍ତି ସୋନମ ଆର୍ଯ୍ୟ। ଆର୍ଯ୍ୟା ସମାଜ ସହିତ ହିନ୍ଦୁ ଜାଗରଣ ମଞ୍ଚର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା ଧର୍ମ ପରିବର୍ତ୍ତନ ପ୍ରକ୍ରିୟା। ବିନା କୌଣସି ଚାପରେ ସେ ହିନ୍ଦୁ ଧର୍ମ ଗ୍ରହଣ କରିଥିବା କହିଛନ୍ତି ସୋନମ ଆର୍ଯ୍ୟ। ଧର୍ମ ପରିବର୍ତ୍ତନ ପରେ ସୋନମ ତାଙ୍କ ଘରକୁ ଚାଲି ଯାଇଥିବା ଜଣାପଡ଼ିଛି।
ସେପଟେ ମୁସଲିମ ଝିଅ ସନାତନ ହିନ୍ଦୁ ଧର୍ମ ଗ୍ରହଣ କରିବା ହିନ୍ଦୁ ସମାଜ ପାଇଁ ଖୁସିର କଥା ବୋଲି କହିଛନ୍ତି ଆର୍ଯ୍ୟ ସମାଜ ଓ ହିନ୍ଦୁ ଜାଗରଣ ମଞ୍ଚର କର୍ମକର୍ତ୍ତା।
https://www.youtube.com/watch?v=N1cA1meK1es