କଟକ(ଓଡ଼ିଶା ରିପୋର୍ଟର): ଅପରାଧିଙ୍କ ବିରୋଧରେ ଆକ୍ସନ ମୁଡ଼କୁ ଆସିଲା କଟକ ପୁଲିସ୍। କମିଶନରେଟ୍ ପୁଲିସର ଏନକାଉଣ୍ଟରରେ କଟକର ଦୁର୍ଦ୍ଦାନ୍ତ ଅପରାଧୀ ଶେଖ୍ ବାବୁ ଆହତ ହୋଇଛି । ତା’ ବାମ ଗୋଡ଼ରେ ଗୁଳି ବାଜିବାରୁ ତାକୁ କଟକ ଏସ୍ସିବି ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ବାବୁ ନାଁରେ କଟକର ବିଭିନ୍ନ ଥାନାରେ ୨୧ରୁ ଅଧିକ ମାମଲା ରହିଛି ବୋଲି ପୁଲିସ୍ କହିଛି ।
ଗତକାଲି ସଂଧ୍ୟାରେ ବାରଙ୍ଗ ପାଖରେ କମିଶନରେଟ୍ ପୁଲିସ୍ର ସ୍ପେଶାଲ ସ୍କ୍ୱାର୍ଡ ଏବଂ ଦରଘାବଜାର ପୁଲିସ୍ ସହ ବାବୁର ମୁହାଁମୁହିଁ ହୋଇଥିଲା। ପୁଲିସ୍ ତାକୁ ଧରିବାକୁ ଚେଷ୍ଟା କରିବାରୁ ବାବୁ ପ୍ରଥମେ ଗୁଳି ଚଳାଇଥିଲା । ପୁଲିସ୍ ପାଲଟା ଗୁଳି କରିବାରୁ ବାବୁର ବାଁ ଗୋଡ଼ରେ ବାଜିଥିଲା । ତେବେ ଏନକାଉଣ୍ଟରରେ ଦରଘାବଜାର ଥାନା IIC ଓ ସ୍ପେଶାଲ ସ୍କ୍ୱାର୍ଡର ଜଣେ ହାବିଲଦାର ଆହତ ହୋଇଛନ୍ତି । ବାବୁ ପାଖରୁ ଗୋଟିଏ ବନ୍ଧୁକ, ୨ ରାଉଣ୍ଡ ଗୁଳି ଓ ଗୋଟିଏ ବାଇକ୍ ଜବତ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଓଏଏସ୍ ବଦଳି: ଯସ୍ମିନ ପଟ୍ଟନାୟକ ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଳସଚିବ, ମନୋଜ ପାଢ଼ୀ ଶିକ୍ଷକ ପ୍ରତିଷ୍ଠାନ ନିର୍ଦ୍ଦେଶକ
ବରିଷ୍ଠ ଓଏଏସ୍ ପୁରିନ୍ଦର ଧରୁଆଙ୍କୁ ଖାଦ୍ୟଯୋଗାଣ ଓ ଖାଉଟିକଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଏବଂ ଓଏଏସ୍ ରୀନା ମହାପାତ୍ରଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି ହୋଇଛି ।
Miscellaneous
୧.୩୬ଲକ୍ଷ କୋଟି ଟଙ୍କାର ଶିଳ୍ପପ୍ରକଳ୍ପକୁ ମଞ୍ଜୁରୀ ଦେଲେ ମୋହନ ସରକାର
ବିଜେପି ସରକାର କ୍ଷମତାକୁ ଆସିବା ପରେ ଦ୍ୱିତୀୟ ଏଚଏଲସିଏ ବୈଠକରେ ମଞ୍ଜୁରୀ। ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୭୪୩୫୦ଟି ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
Miscellaneous
ପୁଣି ଆଳୁ ଅଟକାଇଲେ ମମତା, ବିଜେଡି-ବିଜେପି ଦୋଷ ଲଦାଲଦି
ଗତକାଲିଠୁ ସୀମାରେ ଅଟକିଛି ଶହ ଶହ ଆଳୁ ଗାଡ଼ି। ଆଳୁ ରପ୍ତାନୀ ଉପରେ କଟକଣା ଲଗାଇଛନ୍ତି ପଶ୍ଚିମବଙ୍ଗ ସରକାର। ପରସ୍ପର ଉପରେ ଦୋଷ ଲଦିଲେ ବିଜେଡି-ବିଜେପି।
Crime
କାର୍ ହେଡ୍ଲାଇଟ୍ରେ ହେଉଥିଲା ଗଞ୍ଜେଇ ଚାଲାଣ
କାର ହେଡ୍ ଲାଇଟ୍ ଓ ଡିକି ତଳେ ଗଞ୍ଜେଇ ଥିବା ଅବକାରୀ ବିଭାଗ ଜାଣିବାକୁ ପାଇଥିଲା। ପରେ କାର୍ ଲାଇଟ୍ ଖୋଲି ଗଞ୍ଜେଇ ଜବତ କରାଯାଇଥିଲା।
Miscellaneous
ଭୀମସାରରୁ ଚୋରି ନବଜାତ ଶିଶୁପୁତ୍ର ଉଦ୍ଧାର
ଘଟଣାରେ ସଂପୃକ୍ତ ମହିଳା ଓ ତାଙ୍କ ସ୍ୱାମୀ ଅଟକ। ଚୋରିର ଉଦ୍ଦେଶ୍ୟ ଜଣାପଡି ନାହିଁ, ଅଧିକ ତଦନ୍ତ କରୁଛି ପୁଲିସ।