ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ପିପିଲି(ଦ୍ୱିତୀକୃଷ୍ଣ ପଟ୍ଟନାୟକ): ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍‌ ଆଦର୍ଶ ଗ୍ରାମ ନୂଆଗାଁ ଜୟଦୁର୍ଗା ଠାକୁରାଣୀ ମନ୍ଦିରରୁ ଗତକାଲି ରାତିରେ ଚୋରି ହୋଇଛି। ମନ୍ଦିରରେ ଥିବା ଅଷ୍ଟଧାତୁରେ ନିର୍ମିତ ମୂର୍ତ୍ତି ଓ ଜୟଦୁର୍ଗାଙ୍କ ସୁନା ମୁକୁଟ ଚୋରି ହୋଇଛି। ଏଥିସହ ଜୟଦୁର୍ଗା, ନୀଳକଣ୍ଠ, ଗୋପୀନାଥ, ସୋମନାଥ ଓ ରାଧାକୃଷ୍ଣ ମୂର୍ତ୍ତି ସହିତ ୫ ଜଣ ପାର୍ଶ୍ୱ ଦେବତାଙ୍କ ମୂର୍ତ୍ତି ମଧ୍ୟ ଦୁର୍ବୃତ୍ତମାନେ ଚୋରି କରିଛନ୍ତି।<a href="">(image) </a></p> <p>ଘଟଣାସ୍ଥଳରେ ସତ୍ୟବାଦୀ ପୋଲିସ ପହଞ୍ଚି ତଦନ୍ତ ଜାରି ରହିଛି। ପ୍ରାୟ ୫ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଜିନିଷ ଏହି ମନ୍ଦିରରୁ ଚୋରି ହୋଇଥିବା ଅନୁମାନ କରାଯାଉଛି।</p> <p>https://www.youtube.com/watch?v=29tFR5Va-EY</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।