ସାଲେପୁର: ବସ୍‌ ଧକ୍କାରେ ବାଇକ୍ ଆରୋହୀ ମୃତ

ସାଲେପୁର: କଟକ ଜିଲ୍ଲା ସାଲେପୁର ମାଛୁଆ ଛକ ନିକଟରେ ଆଜି ସକାଳେ ବସ୍‌ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଉଛନ୍ତି ସପନପୁର ଅଞ୍ଚଳର ରୁଦ୍ର ପ୍ରସାଦ ଦାସ। ବସ୍‌ଟି କେନ୍ଦ୍ରାପଡ଼ାରୁ କଟକ ଯାଉଥିବା ବେଳେ  ମାଛୁଆ ଛକ ନିକଟରେ  ରୁଦ୍ର ଉପରକୁ ବସ୍‌ଟି ଚଢ଼ି ଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ପରିବାରକୁ କ୍ଷତି ପୂରଣ ପ୍ରଦାନ ଦାବିରେ  ସ୍ଥାନୀୟ ଲୋକେ କଟକ- ଚାନ୍ଦବାଲି ରାସ୍ତା ଅବରୋଧ କରିଥିଲେ। ଫଳରେ […]

accident

Rakesh Mallick
  • Published: Saturday, 25 June 2016
  • , Updated: 25 June 2016, 10:22 AM IST

ସାଲେପୁର: କଟକ ଜିଲ୍ଲା ସାଲେପୁର ମାଛୁଆ ଛକ ନିକଟରେ ଆଜି ସକାଳେ ବସ୍‌ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଉଛନ୍ତି ସପନପୁର ଅଞ୍ଚଳର ରୁଦ୍ର ପ୍ରସାଦ ଦାସ। ବସ୍‌ଟି କେନ୍ଦ୍ରାପଡ଼ାରୁ କଟକ ଯାଉଥିବା ବେଳେ  ମାଛୁଆ ଛକ ନିକଟରେ  ରୁଦ୍ର ଉପରକୁ ବସ୍‌ଟି ଚଢ଼ି ଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ମୃତକଙ୍କ ପରିବାରକୁ କ୍ଷତି ପୂରଣ ପ୍ରଦାନ ଦାବିରେ  ସ୍ଥାନୀୟ ଲୋକେ କଟକ- ଚାନ୍ଦବାଲି ରାସ୍ତା ଅବରୋଧ କରିଥିଲେ। ଫଳରେ ବହୁ ଯାନବାହନ ଅଟକି ରହିଥିଲା। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।

Related story