ସାଲେପୁର: ଗୋଦାମରେ ରହିଛି ସାର,ହେଲେ ଚାଷୀକୁ ମିଳୁନି

ସାଲେପୁର: ବର୍ଷା ଦିନ ଆସିଯାଇଥିବାରୁ ଚାଷ କାମରେ ବ୍ୟସ୍ତଅଛି ଚାଷୀ। ଭଲ ଫସଲ ପାଇଁ ଚାଷୀ ସାର ଉପରେ ନିର୍ଭର କରେ। ହେଲେ ଚାଷୀକୁ ମିଳୁନାହିଁ ଉନ୍ନତମାନର ସାର। ଗୋଦାମ ଘରେ ସାର ଥାଇ ମଧ୍ୟ ଚାଷୀକୁ ମିଳୁନାହିଁ । ଫଳରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ଏଭଳି ଅଭିଯୋଗ ଆସିଛି ସାଲେପୁର କୁଳିଆରେ ଥିବା ମାର୍କଫେଡ୍ ଗୋଦାମରୁ।

salepur

Rakesh Mallick
  • Published: Sunday, 16 August 2015
  • , Updated: 16 August 2015, 07:51 AM IST

ସାଲେପୁର: ବର୍ଷା ଦିନ ଆସିଯାଇଥିବାରୁ ଚାଷ କାମରେ ବ୍ୟସ୍ତଅଛି ଚାଷୀ। ଭଲ ଫସଲ ପାଇଁ ଚାଷୀ ସାର ଉପରେ ନିର୍ଭର କରେ। ହେଲେ ଚାଷୀକୁ ମିଳୁନାହିଁ ଉନ୍ନତମାନର ସାର। ଗୋଦାମ ଘରେ ସାର ଥାଇ ମଧ୍ୟ ଚାଷୀକୁ ମିଳୁନାହିଁ । ଫଳରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ଏଭଳି ଅଭିଯୋଗ ଆସିଛି ସାଲେପୁର କୁଳିଆରେ ଥିବା ମାର୍କଫେଡ୍ ଗୋଦାମରୁ।


ଗତ କିଛି ଦିନ ତଳେ ଏହି ଗୋଦାମକୁ ଆସିଥିଲା ୫ ହଜାର ଶହେ ୫୧ କୁଇଣ୍ଟାଲରୁ ଅଧିକ ବିଭିନ୍ନ କିସମର ସାର। ସେଥିରୁ ୩ଟି ବ୍ଳକର ମୋଟ ୩୬ଟି ସୋସାଇଟିରୁ ୩୪ଟି ସୋସାଇଟି ପ୍ରଥମ ପର୍ଯ୍ୟାୟରେ ୩୬ ଶହ ୩୦ କୁଇଣ୍ଟାଲରୁ ଅଧିକ ସାର ଉଠାଯାଇଛି। ଏହାସତ୍ତ୍ୱେ ଚାଷୀଙ୍କ ପାଖରେ କୌଣସି ସାର ପହଞ୍ଚି ନ ଥିବା ଅଭିଯୋଗ ହୋଇଛି। ତେବେ ପ୍ରଶାସନ ପକ୍ଷରୁ ଦିଆଯାଉଥିବା ସାର ଅଭାବରୁ ଚାଷୀ ବାଧ୍ୟ ହୋଇ ବଜାରରୁ ନିମ୍ନ ମାନର ସାରକୁ ଚଢା ଦାମରେ କିଣୁଛି ବୋଲି ଚାଷୀ ସରୋଜ କୁମାର ସାହୁ କହିଛନ୍ତି।
ଏନେଇ ଯୋଗାଯୋଗ କରିବାରୁ ମାର୍କଫେଡ୍ ଗୋଦାମ ଇନଚାର୍ଜ ତ୍ରିଲୋଚନ ସାହୁ କହିଛନ୍ତି, ସାର ପର୍ଯ୍ୟାପ୍ତ ପରିମାଣରେ ଗଚ୍ଛିତ ଅଛି। ସୋସାଇଟିରୁ ଚାଷୀମାନେ ସାର କିଣନ୍ତୁ।

Related story