ଭଗବାନଙ୍କୁ ଲୁଟିଥିଲେ, ବନ୍ଧା ହେଲେ

ସାଲେପୁର (ମନୋଜ ଆଚାର୍ଯ୍ୟ): ଚୋରଙ୍କ ସାହାସକୁ ମାନିବାକୁ ପଡ଼ିବ। ଚୋରି କଲେ କଲେ ଶେଷରେ ଭଗବାନଙ୍କ ମନ୍ଦିରକୁ ବି ଛାଡ଼ିଲେ ନାହିଁ। ସେଠାରେ କଳାକନା ବୁଲାଇ ଦେଇଥିଲେ। ଆଜି ଏହି ଚୋରି ଘଟଣାର ପର୍ଦ୍ଦାଫାସ କରିଛି ସାଲେପୁର ପୋଲିସ। ଦୁଇ ଆନ୍ତଃଜିଲ୍ଲା ଡକାୟତଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି। ସେମାନେ ହେଲେ ଫେ।ଗଳ ପଞ୍ଚାୟତର ପ୍ରେମଚାନ୍ଦ ରାଉତ ଓ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣାର ଆଜାଦ ଖାନ। କଟକ ଜିଲ୍ଲା କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ଜିଗ୍ନିପୁର ଶ୍ରୀ […]

salepur police arrest two criminal1

salepur police arrest two criminal1

Rakesh Mallick
  • Published: Tuesday, 05 June 2018
  • Updated: 05 June 2018, 10:45 PM IST

Sports

Latest News

ସାଲେପୁର (ମନୋଜ ଆଚାର୍ଯ୍ୟ): ଚୋରଙ୍କ ସାହାସକୁ ମାନିବାକୁ ପଡ଼ିବ। ଚୋରି କଲେ କଲେ ଶେଷରେ ଭଗବାନଙ୍କ ମନ୍ଦିରକୁ ବି ଛାଡ଼ିଲେ ନାହିଁ। ସେଠାରେ କଳାକନା ବୁଲାଇ ଦେଇଥିଲେ। ଆଜି ଏହି ଚୋରି ଘଟଣାର ପର୍ଦ୍ଦାଫାସ କରିଛି ସାଲେପୁର ପୋଲିସ। ଦୁଇ ଆନ୍ତଃଜିଲ୍ଲା ଡକାୟତଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି। ସେମାନେ ହେଲେ ଫେ।ଗଳ ପଞ୍ଚାୟତର ପ୍ରେମଚାନ୍ଦ ରାଉତ ଓ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣାର ଆଜାଦ ଖାନ।

କଟକ ଜିଲ୍ଲା କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ଜିଗ୍ନିପୁର ଶ୍ରୀ ବଳଦେବଜୀଉ ମନ୍ଦିରରୁ ଗତ ଏପ୍ରିଲ୍‌ ୧୬ ତାରିଖରେ ଚୋରି ହୋଇଥିଲା। ଏନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ୧୯ ଦିନ ପରେ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି। ପୋଲିସ ସେମାନଙ୍କଠାରୁ ଶ୍ରୀଜୀଉଙ୍କର ପୂଜାର୍ଚ୍ଚନା ପାଇଁ ବ୍ୟବହୃତ ୧୭ଟି ଥାଳି, ୬ଟି କାଂସି, ୪ଟି ଚଟୁ, ଡଙ୍କି, କାନ୍ଥଘଣ୍ଟା, ମାଇକ ମେସିନ ସାଙ୍ଗକୁ ବହୁ ପରିମାଣର ପୂଜାସାମଗ୍ରୀ ଜବତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos