- Videos
- Odisha
- ସାଲେପୁରରେ ସରବତ ପିଇ ଅସୁସ୍ଥଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟୁଛି, ମେଡିକାଲରୁ ଘରକୁ ଫେରିଲେ ୧୨୭
ସାଲେପୁରରେ ସରବତ ପିଇ ଅସୁସ୍ଥଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟୁଛି, ମେଡିକାଲରୁ ଘରକୁ ଫେରିଲେ ୧୨୭
- Published: Thursday, 15 February 2018
- , Updated: 15 February 2018, 06:08 PM IST
<p>ସାଲେପୁର (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ସାଲେପୁରରେ ସରବତ ପିଇ ଅସୁସ୍ଥ ଶତାଧିକ ଲୋକଙ୍କ ମଧ୍ୟରୁ ୧୨୭ ଜଣ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି। ଏବେ ବି ବିଭିନ୍ନ ମେଡିକାଲରେ ୫୫ ଜଣରୁ ଅଧିକ ଚିକିତ୍ସିତ ହେଉଛନ୍ତି।</p>
<p>ଗତକାଲି ସ୍ଥାନୀୟ ସ୍ୱପ୍ନେଶ୍ୱର ମନ୍ଦିରରେ ଜାଗର ଯାତ୍ରା ଅବସରରେ ରାଇସୁଙ୍ଗୁଡା ଗାଁର କିଛି ଲୋକ ସରବତ ପିଇବା ପରେ ହଠାତ ଅସୁସ୍ଥ ହୋଇ ପଡିଥିଲେ। ରାତିରେ ଝାଡାବାନ୍ତି ହେବାରୁ ସେମାନଙ୍କୁ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ସାଲେପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ବି ଅନେକ ଆକ୍ରାନ୍ତ ଥିବାରୁ ରୋଗୀ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା ରହିଛି।</p>
<p>ସେପଟେ ସାଲେପୁରରେ ସରବତ ବିକୁଥିବା ଦୋକାନୀ ପ୍ରଭାକର ରାଉତଙ୍କୁ ପୋଲିସ୍‌ ଗିରଫ କରିଛି। ଢେଙ୍କାନାଳ ରେଳ ଷ୍ଟେସନ୍‌ରୁ ତାଙ୍କୁ ସାଲେପୁର ପୋଲିସ୍ ଗିରଫ କରିଥିବା ସୂଚନା ମିଳିଛି।</p>