ବାହା ଭୋଜି ଖାଇ ଘରକୁ ଫେରି ପାରିଲେନି; ଟ୍ରକ୍ ସହ ପିଟି ହେଲା ବୋଲେରୋ, ୨ ମୃତ

ସାଲେପୁର: ଗତକାଲି ବିଳମ୍ବିତ ରାତିରେ କଟକ-ସାଲେପୁର ରାସ୍ତାର ଭାତପଡ଼ା ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାର ଶିକାର ହୋଇଛି ଏକ ବରଯାତ୍ରୀ ଗାଡ଼ି। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକମାନେ ହେଲେ ପ୍ରମୋଦ ପଲେଇ ଓ ଦେବାଶିଷ ରାୟ। ଗୁରୁତରମାନଙ୍କୁ କଟକ ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଗତକାଲି ନିଶ୍ଚିନ୍ତକୋଇଲି ବ୍ଲକ୍‌ ଦୀକ୍ଷିତପଡ଼ା ଗାଁରୁ ଏକ ବରଯାତ୍ରୀ କଟକ ଯାଇଥିଲା। ଫେରିବା ବେଳେ […]

bollero

Rakesh Mallick
  • Published: Monday, 01 May 2017
  • , Updated: 01 May 2017, 10:40 PM IST

ସାଲେପୁର: ଗତକାଲି ବିଳମ୍ବିତ ରାତିରେ କଟକ-ସାଲେପୁର ରାସ୍ତାର ଭାତପଡ଼ା ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାର ଶିକାର ହୋଇଛି ଏକ ବରଯାତ୍ରୀ ଗାଡ଼ି। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।

ମୃତକମାନେ ହେଲେ ପ୍ରମୋଦ ପଲେଇ ଓ ଦେବାଶିଷ ରାୟ। ଗୁରୁତରମାନଙ୍କୁ କଟକ ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଗତକାଲି ନିଶ୍ଚିନ୍ତକୋଇଲି ବ୍ଲକ୍‌ ଦୀକ୍ଷିତପଡ଼ା ଗାଁରୁ ଏକ ବରଯାତ୍ରୀ କଟକ ଯାଇଥିଲା। ଫେରିବା ବେଳେ ବରଯାତ୍ରୀରେ ଯାଇଥିବା ଏକ ବୋଲେରୋ ଭାତପଡ଼ା ନିକଟରେ ଏକ ଟ୍ରକ୍‌ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।

Related story