ସମ୍ୱଲପୁର:ବର୍ଷାପାଣିରେ ଭୁଷୁଡିଲା ଖସୁଆ ନିକଟରେ ନିର୍ମାଣାଧୀନ ବିଜୁ ସେତୁ

ସମ୍ୱଲପୁର: ସମ୍ୱଲପୁର ଜିଲ୍ଲା ଚାରମାଲ ଥାନା ଅନ୍ତର୍ଗତ ଖସୁଆ ନିକଟରେ ନିର୍ମାଣାଧିନ ପୋଲ ବର୍ଷା ପାଣିରେ ଭୁଷୁଡି ପଡିଛି। ଏହି ପୋଲଟି ବିଜୁ ସେତୁ ଯୋଜନା ଅଧୀନରେ ନିର୍ମାଣ ହେଉଥିଲା। ମାଓ ପ୍ରଭାବିତ ଏହି ଘଞ୍ଚ ଜଙ୍ଗଲରେ ନିର୍ମାଣ କାମର ତଦାରଖ ଠିକ ଭାବେ ହେଉ ନାହିଁ। ଫଳରେ କାମ ନିମ୍ନମାନର ହୋଇଥିବା କାରଣରୁ ସାମାନ୍ୟ ବର୍ଷାରେ ପୋଲର ଛାତ ଭୁଷୁଡି ପଡିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।୨ କୋଟି ୬ ଲକ୍ଷ ଟଙ୍କ। ବ୍ୟୟ […]

sambulpur

Rakesh Mallick
  • Published: Monday, 03 August 2015
  • , Updated: 04 August 2015, 04:12 AM IST

ସମ୍ୱଲପୁର: ସମ୍ୱଲପୁର ଜିଲ୍ଲା ଚାରମାଲ ଥାନା ଅନ୍ତର୍ଗତ ଖସୁଆ ନିକଟରେ ନିର୍ମାଣାଧିନ ପୋଲ ବର୍ଷା ପାଣିରେ ଭୁଷୁଡି ପଡିଛି। ଏହି ପୋଲଟି ବିଜୁ ସେତୁ ଯୋଜନା ଅଧୀନରେ ନିର୍ମାଣ ହେଉଥିଲା। ମାଓ ପ୍ରଭାବିତ ଏହି ଘଞ୍ଚ ଜଙ୍ଗଲରେ ନିର୍ମାଣ କାମର ତଦାରଖ ଠିକ ଭାବେ ହେଉ ନାହିଁ। ଫଳରେ କାମ ନିମ୍ନମାନର ହୋଇଥିବା କାରଣରୁ ସାମାନ୍ୟ ବର୍ଷାରେ ପୋଲର ଛାତ ଭୁଷୁଡି ପଡିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।୨ କୋଟି ୬ ଲକ୍ଷ ଟଙ୍କ। ବ୍ୟୟ ଅଟକଳରେ ଦେବଗଡର ଏକ କଷ୍ଟ୍ରକ୍ସନ କମ୍ପାନୀ ପୋଲ ନିର୍ମାଣ କରୁଛି।  ଗ୍ରାମ୍ୟ ଉନ୍ନୟନ ସଂସ୍ଥା ବା ଆର.ଡି. ବିଭାଗ ପକ୍ଷର ତତ୍ତ୍ୱାବଧାନରେ ଏହି ନିର୍ମାଣ କାମ ଚାଲିଥିଲା।  ୩ ତାରିଖ ସକାଳେ ଏହି ଘଟଣା ଜଣାପଡିବା ପରେ ସଂପୃକ୍ତ ଠିକା ସଂସ୍ଥା ତରଫରୁ ସେଠାରେ ତାଳିପକା ମରାମତି ଆରମ୍ଭ କରାଯାଇଛି।

ତେବେ ପୋଲ ଭଷୁଡି ପଡିବା ନେଇ ବିଭାଗୀୟ ଅଧୀକାରୀଙ୍କ ପାଖରେ ଖବର ଥିଲେ ମଧ୍ୟ କେହି  ଘଟଣାସ୍ଥଳକୁ ଆସି ନ ଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏନେଇ ଜିଲ୍ଲାପାଳଙ୍କୁ ପଚାରିବାରୁ  ସେ ଏହି ଘଟଣାର ଅନୁଧ୍ୟାନ କରିବେ।

Related story