ସମ୍ୱଲପୁର ବିଶ୍ୱବିଦ୍ୟାଳୟ ପ୍ରଦର୍ଶନ କଳା ବିଭାଗ ଅଧ୍ୟାପକଙ୍କ ବିରୋଧରେ ଅଶାଳୀନ ବ୍ୟବହାର ଅଭିଯୋଗ ଆଣିଲେ ଛାତ୍ରୀ

ସମ୍ୱଲପୁର: ସମ୍ୱଲପୁର ବିଶ୍ୱବିଦ୍ୟାଳୟର ଅଧ୍ୟାପକ ମନୋଜ କୁମାର ବେହେରା ଛାତ୍ରୀମାନଙ୍କୁ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଅଭିଯୋଗକାରୀ ଛାତ୍ରୀମାନେ ସମ୍ୱଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଏ ନେଇ ଲିଖିତ ଭାବେ ଜଣାଇବା ସହ ଧାରଣାରେ ବସିଛନ୍ତି। ଛାତ୍ରୀମାନେ ଅଭିଯୋଗରେ ଦର୍ଶାଇଛନ୍ତି, ପ୍ରଦର୍ଶନ କଳା ବିଭାଗ ଅଧ୍ୟାପକ ମନୋଜ କୁମାର ବେହେରା କେତେକ ଛାତ୍ରୀଙ୍କ ପ୍ରତି ଆପତ୍ତିଜନକ ବ୍ୟବହାର ତଥା ଦ୍ୱିଅର୍ଥବୋଧକ ଶବ୍ଦ ପ୍ରୟୋଗ କରୁଛନ୍ତି। ସମ୍ୱଲପୁରୀ ଭାଷା ଓ ସଂସ୍କୃତି ପ୍ରତି ଆକ୍ରୋଶ ମୂଳକ ମନ୍ତବ୍ୟ ଦେବା […]

smb

Rakesh Mallick
  • Published: Tuesday, 08 March 2016
  • , Updated: 08 March 2016, 04:41 PM IST

ସମ୍ୱଲପୁର: ସମ୍ୱଲପୁର ବିଶ୍ୱବିଦ୍ୟାଳୟର ଅଧ୍ୟାପକ ମନୋଜ କୁମାର ବେହେରା ଛାତ୍ରୀମାନଙ୍କୁ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଅଭିଯୋଗକାରୀ ଛାତ୍ରୀମାନେ ସମ୍ୱଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଏ ନେଇ ଲିଖିତ ଭାବେ ଜଣାଇବା ସହ ଧାରଣାରେ ବସିଛନ୍ତି।

ଛାତ୍ରୀମାନେ ଅଭିଯୋଗରେ ଦର୍ଶାଇଛନ୍ତି, ପ୍ରଦର୍ଶନ କଳା ବିଭାଗ ଅଧ୍ୟାପକ ମନୋଜ କୁମାର ବେହେରା କେତେକ ଛାତ୍ରୀଙ୍କ ପ୍ରତି ଆପତ୍ତିଜନକ ବ୍ୟବହାର ତଥା ଦ୍ୱିଅର୍ଥବୋଧକ ଶବ୍ଦ ପ୍ରୟୋଗ କରୁଛନ୍ତି। ସମ୍ୱଲପୁରୀ ଭାଷା ଓ ସଂସ୍କୃତି ପ୍ରତି ଆକ୍ରୋଶ ମୂଳକ ମନ୍ତବ୍ୟ ଦେବା ସହ ସମ୍ୱଲପୁରୀ ନାଚ ଶିଖୁଥିବା ଛାତ୍ରୀମାନଙ୍କୁ ହଇରାଣ କରୁଛନ୍ତି। ଏହି ଅଭିଯୋଗକୁ ଗମ୍ଭୀରତା ସହ ଅନୁସନ୍ଧାନ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ରାଜ୍ୟପାଳଙ୍କୁ ଜଣାଇବୁ।

ତେବେ ଅଧ୍ୟାପକ ମନୋଜ କୁମାର ବେହେରା ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

Related story