ୱେଟେଲ୍‌ ଚିଟ୍‌ଫଣ୍ଡ ଠକେଇର ସିବିଆଇ ତଦନ୍ତ ଆରମ୍ଭ

ସମ୍ୱଲପୁର: ୨୦ ମାସରେ ଦୁଇ ଗୁଣା ଅର୍ଥ ହେବାର ପ୍ରତିଶ୍ରୁତି ଦେଇ ହାଇଦ୍ରାବାଦର ଏକ ଟିଟ୍‌ଫଣ୍ଡ ସଂସ୍ଥା ‘ୱେଟେଲ୍‌’ ପଶ୍ଚିମ ଓଡ଼ିଶାରେ ଶାଖା ଖୋଲି ଲୋକଙ୍କଠାରୁ ବହୁ ଟଙ୍କା ଠକି ନେଇଥିଲା। ଏହି ଘଟଣାରେ ଆଜି ସିବିଆଇ ଏସ୍‌ପି ଖୋଳତାଡ ଆରମ୍ଭ କରିଛନ୍ତି। ୱେଟେଲ୍‌ ଚିଟ୍‌ଫଣ୍ଡ ସଂସ୍ଥା ପଶ୍ଚିମ ଓଡ଼ିଶାର ବରଗଡ଼ ଓ ଝାରସୁଗୁଡ଼ାରେ ଶାଖା ଖୋଲି ଗରିବଙ୍କ ଅର୍ଥ ଲୁଟି ନେଇଥିଲା। କିଛି ଦିନ ପରେ ସଂସ୍ଥାର କର୍ମଚାରୀମାନେ ଅଫିସ୍‌ ବନ୍ଦ କରି ଚମ୍ପଟ ମାରିଥିଲେ। […]

cbi

Rakesh Mallick
  • Published: Monday, 12 December 2016
  • , Updated: 13 December 2016, 07:15 AM IST

ସମ୍ୱଲପୁର: ୨୦ ମାସରେ ଦୁଇ ଗୁଣା ଅର୍ଥ ହେବାର ପ୍ରତିଶ୍ରୁତି ଦେଇ ହାଇଦ୍ରାବାଦର ଏକ ଟିଟ୍‌ଫଣ୍ଡ ସଂସ୍ଥା ‘ୱେଟେଲ୍‌’ ପଶ୍ଚିମ ଓଡ଼ିଶାରେ ଶାଖା ଖୋଲି ଲୋକଙ୍କଠାରୁ ବହୁ ଟଙ୍କା ଠକି ନେଇଥିଲା। ଏହି ଘଟଣାରେ ଆଜି ସିବିଆଇ ଏସ୍‌ପି ଖୋଳତାଡ ଆରମ୍ଭ କରିଛନ୍ତି।

ୱେଟେଲ୍‌ ଚିଟ୍‌ଫଣ୍ଡ ସଂସ୍ଥା ପଶ୍ଚିମ ଓଡ଼ିଶାର ବରଗଡ଼ ଓ ଝାରସୁଗୁଡ଼ାରେ ଶାଖା ଖୋଲି ଗରିବଙ୍କ ଅର୍ଥ ଲୁଟି ନେଇଥିଲା। କିଛି ଦିନ ପରେ ସଂସ୍ଥାର କର୍ମଚାରୀମାନେ ଅଫିସ୍‌ ବନ୍ଦ କରି ଚମ୍ପଟ ମାରିଥିଲେ।  ଏ ନେଇ ଅଭିଯୋଗ ହେବା ପରେ ସିବିଆଇ ଏସ୍‌ପି ରାଜୀବ ରଞ୍ଜନଙ୍କ ନେତୃତ୍ୱରେ ଏକ ଟିମ୍‌ ଆଜି ବୁର୍ଲା ଏମ୍‌ସିଏଲ୍‌ ଗେଷ୍ଟ ହାଉସ୍‌ରେ କେତେକ ଜମାକାରୀଙ୍କ କାଗଜପତ୍ର ଯାଞ୍ଚ କରିଥିଲେ।

Related story