ଆମେରିକାରେ ମହକିଲେ ଓଡ଼ିଆ କୁନି ପ୍ରତିଭା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କମାଲ କଲେ କୁନି ଝିଅ। ଆମେରିକାରେ ମହକିଲା ଓଡ଼ିଆ ପ୍ରତିଭାଙ୍କ ବାତ୍ସା। ପାଠ ପଢ଼ାରେ ଶ୍ରେଷ୍ଟ ପ୍ରଦର୍ଶନ କରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଠାରୁ ସମ୍ମାନିତ ହୋଇଛନ୍ତି। ସେ ହେଉଛନ୍ତି ସମ୍ରତା ଡଲପତ୍‌।  ୧୦ ବର୍ଷୀୟ ସମ୍ରତା ଚତୁର୍ଥ ଶ୍ରେଣୀର ଛାତ୍ରୀ ହୋଇଥିବା ବେଳେ ଏକାଡେମିକ୍‌ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରି ପୁରସ୍କୃତ ହୋଇଛନ୍ତି ।  ୟୁଏସ ପ୍ରେସିଡେଣ୍ଟାଲ ଗୋଲଡ୍‌ ସାର୍ଟିଫିକେଟ ହାସଲ କରିଥିବା ସମ୍ରତା Albion Elementary Schoolରେ ପଢ଼ନ୍ତି। ଓହିଓର […]

7901

Tapas Behera
  • Published: Saturday, 29 May 2021
  • , Updated: 29 May 2021, 07:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କମାଲ କଲେ କୁନି ଝିଅ। ଆମେରିକାରେ ମହକିଲା ଓଡ଼ିଆ ପ୍ରତିଭାଙ୍କ ବାତ୍ସା। ପାଠ ପଢ଼ାରେ ଶ୍ରେଷ୍ଟ ପ୍ରଦର୍ଶନ କରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଠାରୁ ସମ୍ମାନିତ ହୋଇଛନ୍ତି। ସେ ହେଉଛନ୍ତି ସମ୍ରତା ଡଲପତ୍‌।  ୧୦ ବର୍ଷୀୟ ସମ୍ରତା ଚତୁର୍ଥ ଶ୍ରେଣୀର ଛାତ୍ରୀ ହୋଇଥିବା ବେଳେ ଏକାଡେମିକ୍‌ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରି ପୁରସ୍କୃତ ହୋଇଛନ୍ତି । 

ୟୁଏସ ପ୍ରେସିଡେଣ୍ଟାଲ ଗୋଲଡ୍‌ ସାର୍ଟିଫିକେଟ ହାସଲ କରିଥିବା ସମ୍ରତା Albion Elementary Schoolରେ ପଢ଼ନ୍ତି। ଓହିଓର ନର୍ଥ ରୟାଲଟନ୍‌ରେ ରହୁଥବା ସମ୍ରତାଙ୍କ  ବାପା ସମ୍ରିତ୍‌ ଶେଖର ଡଲପତ୍‌ ପେଶାରେ ‌ଇଞ୍ଜିନିୟର। ବ୍ରହ୍ମପୁରରେ ଜନ୍ମଗ୍ରହଣ କରିଥିବା ସମ୍ରତାଙ୍କ ନିଜ ଘର ହେଉଛି ସମ୍ବଲପୁର।  ସେ ବେଙ୍ଗାଲୁରରେ ପ୍ରି-ନର୍ସରୀ ଓ ନର୍ସରୀ ପଢ଼ିଛନ୍ତି। ପରେ ସେ ବାପାଙ୍କ ସହ ଆମେରିକା ଚାଲି ଯାଇଥିଲେ। ଏବେ ସେ ସେଠାରେ ରହି ଅଧ୍ୟୟନ କରୁଛନ୍ତି।

Related story