ସମ୍ବଲପୁର ଆଇଆଇଏମରେ ପାଠ ପଢା ନେଇ ଅନିଶ୍ଚିତତା: ୧୦କୁ ଘୁଞ୍ଚିଲା ବୈଠକ

ସମ୍ବଲପୁର: ଆଇଆଇଏମ୍ ସମ୍ୱଲପୁରରେ କେବେ ପାଠପଢା ଆରମ୍ଭ ହେବ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି।  ସମସ୍ୟାର ସମାଧାନ ପାଇଁ ଆସନ୍ତାକାଲି ବସିବାକୁ ଥିବା ବୈଠକକୁ ୧୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ତେବେ ସମ୍ୱଲପୁରରେ ପଢିବାକୁ ଆଡମିଶନ କରିଥିବା ଛାତ୍ରଛାତ୍ରୀ ଆଗ୍ରହ ଦେଖାଉ ନ ଥିବାରୁ ସମସ୍ୟା ଏବେ ବଢିବାରେ ଲାଗିଛି। ସେପଟେ ନୂଆକରି ଆରମ୍ଭ ହୋଇଥିବା ୬ ଆଇଆଇଏମରୁ ବର୍ତ୍ତମାନ ସୁଦ୍ଧା ୩ ଆଇଆଇଏମରେ ପାଠପଢା ଆରମ୍ଭ ହୋଇଛି। ଦିନକୁ ଦିନ ଆଇଆଇଏମ୍ ଗଣିତ ଜଟିଳ […]

IIM-odisha

Rakesh Mallick
  • Published: Sunday, 06 September 2015
  • , Updated: 06 September 2015, 03:13 PM IST

[caption id="attachment_11168" align="aligncenter" width="720"] ଫାଇଲ ଫଟୋ[/caption]

ସମ୍ବଲପୁର: ଆଇଆଇଏମ୍ ସମ୍ୱଲପୁରରେ କେବେ ପାଠପଢା ଆରମ୍ଭ ହେବ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି।  ସମସ୍ୟାର ସମାଧାନ ପାଇଁ ଆସନ୍ତାକାଲି ବସିବାକୁ ଥିବା ବୈଠକକୁ ୧୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ତେବେ ସମ୍ୱଲପୁରରେ ପଢିବାକୁ ଆଡମିଶନ କରିଥିବା ଛାତ୍ରଛାତ୍ରୀ ଆଗ୍ରହ ଦେଖାଉ ନ ଥିବାରୁ ସମସ୍ୟା ଏବେ ବଢିବାରେ ଲାଗିଛି। ସେପଟେ ନୂଆକରି ଆରମ୍ଭ ହୋଇଥିବା ୬ ଆଇଆଇଏମରୁ ବର୍ତ୍ତମାନ ସୁଦ୍ଧା ୩ ଆଇଆଇଏମରେ ପାଠପଢା ଆରମ୍ଭ ହୋଇଛି।

ଦିନକୁ ଦିନ ଆଇଆଇଏମ୍ ଗଣିତ ଜଟିଳ ହେଉଛି। ନୂଆକରି ଆରମ୍ଭ ହୋଇଥିବା ୬ ଆଇଆଇଏମରୁ ଅମ୍ରିତସର, ନାଗପୁର ଓ ବୁଦ୍ଧଗୟାରେ ପାଠପଢା ଆରମ୍ଭ ହୋଇସାରିଲାଣି। ୬୦ ସିଟରୁ ନାଗପୁରରେ ୫୫, ଅମ୍ରିତସରରେ ୪୬, ବୁଦ୍ଧଗୟାରେ ୩୦ ପିଲା ଆଡମିଶନ କରିଛନ୍ତି। ବିଶାଖାପାଟଣା, ସମ୍ୱଲପୁରରେ ଓ ଶ୍ରୀମୁରରରେ ପାଠପଢା ଆରମ୍ଭ ହୋଇନାହିଁ। ସମ୍ୱଲପୁର ପାଇଁ ଚିନ୍ତାଜନକ ସ୍ଥିତି ହେଉଛି  ୬୦ ସିଟରୁ ମାତ୍ର ୧୨ ଜଣ ଛାତ୍ରୀଛାତ୍ର ଆଡମିଶନ କରିଛନ୍ତି । ଏମାନଙ୍କ ମଧ୍ୟରୁ ୫ ଜଣ ଏବେ ସମ୍ୱଲପୁର ଆସିବାକୁ ରାଜି ହେଉନାହାନ୍ତି। ଓଟିଭିକୁ ମିଳିଥିବା ସୂଚନା ଅନୁସାରେ ଏତେ କମ ସଂଖ୍ୟାକ ପିଲାଙ୍କୁ ନେଇ ପାଠପଢା ଆରମ୍ଭ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି ଇନ୍ଦୋର କର୍ତ୍ତୃପକ୍ଷ। ସମସ୍ୟାର ସମାଧାନ ପାଇଁ ଆସନ୍ତାକାଲି ଉଚ୍ଚସ୍ତରୀୟ ବୈଠକ ବସିବାର ଥିଲା । ତେବେ ଏହି ଉଚ୍ଚସ୍ତରୀୟ ବୈଠକ ଆସନ୍ତା ୧୦ ତାରିଖରେ ବସିବ । ଏପଟେ ନାଇଜରର ଡିନ୍ ଡଃ ପ୍ରଣୟ ସ୍ୱାଇଁ ପାରିପାର୍ଶ୍ୱିକ ଭିତ୍ତିଭୂମିର ଉନ୍ନତି ସାଙ୍ଗକୁ ଆଡମିଶନ ନେଇଥିବା ପିଲାଙ୍କୁ ଇନ୍ଦୋର ଆଇଆଇଏମରେ ପାଠପଢିବାର ସୁବିଧା କରାଯାଉ ବୋଲି କହିଛନ୍ତି। ଏପଟେ ପଶ୍ଚିମାଞ୍ଚଳ ପିପୁଲ୍ସ ଫେ।ରମ ଫର ଆଇଆଇଏମ ପୁଣି ଥରେ କାଉନସେଲିଂ ସହ କ୍ୟାଟ ପରୀକ୍ଷାର କଟଅଫ୍ ମାର୍କ କୋହଳ ପାଇଁ ଦାବି କରିଛି। ଆଇଆଇଏମ ସମ୍ୱଳପୁର ପାଇଁ କେବଳ ଛାତ୍ରଛାତ୍ରୀ ନୁହେଁ, ପାଠ ପଢାଇବାକୁ ଭଲ ଫାକଲ୍ଟି ମଧ୍ୟ ଆସିବାକୁ ଆଗ୍ରହ ପ୍ରକାଶ କରୁ ନ ଥିବା ଜଣାପଡିଛି।

Related story