ସମ୍ବଲପୁର: କିଶୋର, ବୟସ୍କଙ୍କୁ ଏକାଠି କରିବା ପ୍ରୟାସରେ ଆରମ୍ଭ ହେଲା ଇନିସିଏଟିଭି କାର୍ଯ୍ୟକ୍ରମ

ସମ୍ବଲପୁର: ଆଜିର ଯୁଗରେ ବିଭିନ୍ନ କାରଣରୁ ବୟସ୍କ ଓ ଛୋଟ ପିଲାମାନଙ୍କ ମଧ୍ୟରେ ଦୂରତା ବଢିବାରେ ଲାଗିଛି । ଫଳରେ ପରିଣତ ବୟସରେ ବୟସ୍କ ବ୍ୟକ୍ତିମାନେ ପରିବାର ମଧ୍ୟରେ ନିଜକୁ ଏକୁଟିଆ ଅନୁଭବ କରୁଛନ୍ତି । ଏପରି ସାମାଜିକ ସମସ୍ୟାକୁ ଦୂର କରିବା ପାଇଁ ସମ୍ୱଲପୁରର କିଛି ଉତ୍ସାହୀ ବ୍ୟକ୍ତିଙ୍କ ଉଦ୍ୟମରେ ଆରମ୍ଭ ହୋଇଛି ଇନିସିଏଟିଭ ନାମକ ଏକ ସଂସ୍ଥା। ଏହି ସଂସ୍ଥା ଜରିଆରେ ଗୋଟିଏ ପ୍ଲାଟଫର୍ମରେ ଉଭୟ ବୟସ୍କ ଓ କିଶୋର ପିଢିଙ୍କୁ ଏକାଠି କରିବାର […]

sambalpur

Rakesh Mallick
  • Published: Friday, 10 July 2015
  • , Updated: 10 July 2015, 02:19 PM IST

ସମ୍ବଲପୁର: ଆଜିର ଯୁଗରେ ବିଭିନ୍ନ କାରଣରୁ ବୟସ୍କ ଓ ଛୋଟ ପିଲାମାନଙ୍କ ମଧ୍ୟରେ ଦୂରତା ବଢିବାରେ ଲାଗିଛି । ଫଳରେ ପରିଣତ ବୟସରେ ବୟସ୍କ ବ୍ୟକ୍ତିମାନେ ପରିବାର ମଧ୍ୟରେ ନିଜକୁ ଏକୁଟିଆ ଅନୁଭବ କରୁଛନ୍ତି । ଏପରି ସାମାଜିକ ସମସ୍ୟାକୁ ଦୂର କରିବା ପାଇଁ ସମ୍ୱଲପୁରର କିଛି ଉତ୍ସାହୀ ବ୍ୟକ୍ତିଙ୍କ ଉଦ୍ୟମରେ ଆରମ୍ଭ ହୋଇଛି ଇନିସିଏଟିଭ ନାମକ ଏକ ସଂସ୍ଥା। ଏହି ସଂସ୍ଥା ଜରିଆରେ ଗୋଟିଏ ପ୍ଲାଟଫର୍ମରେ ଉଭୟ ବୟସ୍କ ଓ କିଶୋର ପିଢିଙ୍କୁ ଏକାଠି କରିବାର ପ୍ରୟାସ କରାଯାଉଛି । ସବୁଦିନ ସହରର ବୟସ୍କ ଲୋକମାନେ ଓ କିଶୋର କିଶୋରୀମାନେ ଏଠାକୁ ଆସି  ବିଭିନ୍ନ ପ୍ରସଙ୍ଗରେ ପରସ୍ପର ମଧ୍ୟରେ ମତ ବିନିମୟ କରିବେ । ପିଲାମାନେ ନାଚ, ଗୀତ, କବିତା, ଓ କାହାଣୀ କହିବେ । ଠିକ ସେହିପରି ବୟସ୍କ ଲୋକମାନେ ସେମାନଙ୍କର ଅନୁଭୁତି ଓ ଅଭିଜ୍ଞତା ପିଲାମାନଙ୍କ ସହ ବାଣ୍ଟିବେ । ସରକାରୀ ଦଳ ଉପମୁଖ୍ୟ ସଚେତକ ରୋହିତ ପୁଜାରୀ ଏହାକୁ ଉଦଘାଟନ କରିଥିଲେ । ଏଥିରେ ସହରର ବହୁ ବରିଷ୍ଠ ନାଗରିକ ଓ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Related story