ମା’ ସମଲେଶ୍ୱରୀ ମନ୍ଦିରରେ ହେବ ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ଶୋ

ସମ୍ବଲପୁର: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର ପରିସରରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ଆଲୋକ ଓ ଶଦ୍ଦ ପ୍ରଦର୍ଶନୀ। ଏହି ପ୍ରକଳ୍ପ ପାଇଁ ୭ କୋଟି ଟଙ୍କାର ବ୍ୟୟ ଅଟକଳ ଅନୁମୋଦନ ହୋଇଛି।  ସେଥିରୁ ୨କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ସୂଚନା ଦେଇଛନ୍ତି ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ଲାଇଟ୍ ଆଣ୍ଡ ସାଉଣ୍ଡ ମାଧ୍ୟମରେ ସମ୍ୱଲପୁରର ଐତିହାସିକ କୀର୍ତ୍ତିରାଜି ଓ ମାଆ ସମଲେଇଙ୍କ ମନ୍ଦିର ସମ୍ପର୍କରେ ପ୍ରଦର୍ଶନ ହେବ। କୋଣାର୍କ ସୂର୍ଯ୍ୟମନ୍ଦିର ଢାଞ୍ଚାରେ ଏଠାରେ ଲାଇଟ୍ […]

Rakesh Mallick
  • Published: Thursday, 26 October 2017
  • , Updated: 26 October 2017, 08:29 AM IST

ସମ୍ବଲପୁର: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର ପରିସରରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ଆଲୋକ ଓ ଶଦ୍ଦ ପ୍ରଦର୍ଶନୀ। ଏହି ପ୍ରକଳ୍ପ ପାଇଁ ୭ କୋଟି ଟଙ୍କାର ବ୍ୟୟ ଅଟକଳ ଅନୁମୋଦନ ହୋଇଛି।  ସେଥିରୁ ୨କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ସୂଚନା ଦେଇଛନ୍ତି ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ।

ଲାଇଟ୍ ଆଣ୍ଡ ସାଉଣ୍ଡ ମାଧ୍ୟମରେ ସମ୍ୱଲପୁରର ଐତିହାସିକ କୀର୍ତ୍ତିରାଜି ଓ ମାଆ ସମଲେଇଙ୍କ ମନ୍ଦିର ସମ୍ପର୍କରେ ପ୍ରଦର୍ଶନ ହେବ। କୋଣାର୍କ ସୂର୍ଯ୍ୟମନ୍ଦିର ଢାଞ୍ଚାରେ ଏଠାରେ ଲାଇଟ୍ ଆଣ୍ଡ ସାଉଣ୍ଡ ପ୍ରଦର୍ଶନ ହେବ। ସମ୍ବଲପୁର ମାନଚିତ୍ରରେ ଏହା ଏକ ନୂଆ ଅଧ୍ୟାୟ ବୋଲି ରାସେଶ୍ୱରୀ ପାଣିଗ୍ରାହୀ କହିଛନ୍ତି।

Related story