ସମ୍ବଲପୁରରେ ଚାଷୀ ଆତ୍ମହତ୍ୟା ଅଭିଯୋଗ

ସମ୍ୱଲପୁର: ଧନକଉଡ଼ା ବ୍ଲକ୍ ସିଂଘିକଟା ଅଞ୍ଚଳରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ଜଣଙ୍କ ହେଲେ ଦୟାନିଧି ରୋହୀଦାସ। ଦୟାନିଧି ଗତକାଲି ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ମୃତ ଦୟାନିଧି ଚାଷ ଲାଗି ଋଣ କରିବା ସହ ହାତଉଧାରି କରିଥିଲେ। ହେଲେ ମରୁଡି ଯୋଗୁଁ ଫସଲ ଉଜୁଡି ଯାଇଥିଲା। ଏହାକୁ ନେଇ ସେ […]

chasi

Rakesh Mallick
  • Published: Saturday, 05 December 2015
  • , Updated: 05 December 2015, 06:03 PM IST

ସମ୍ୱଲପୁର: ଧନକଉଡ଼ା ବ୍ଲକ୍ ସିଂଘିକଟା ଅଞ୍ଚଳରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ଜଣଙ୍କ ହେଲେ ଦୟାନିଧି ରୋହୀଦାସ। ଦୟାନିଧି ଗତକାଲି ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି।

ମୃତ ଦୟାନିଧି ଚାଷ ଲାଗି ଋଣ କରିବା ସହ ହାତଉଧାରି କରିଥିଲେ। ହେଲେ ମରୁଡି ଯୋଗୁଁ ଫସଲ ଉଜୁଡି ଯାଇଥିଲା। ଏହାକୁ ନେଇ ସେ କିଛିଦିନ ହେବ ଚିନ୍ତିତ ଥିଲେ। ଋଣ ଶୁଝିବା ଚିନ୍ତାରେ ସେ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଦେଇଥିଲେ ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

Related story