ସମ୍ବଲପୁର ସମେତ ୩ଟି ମଣ୍ଡଳ କାରାଗାରରେ ଲାଗିବ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ସିସିଟିଭି କ୍ୟାମେରା

ସମ୍ବଲପୁର: ସମ୍ୱଲପୁର ମଣ୍ଡଳ କାରାଗାର ସମେତ ବାରିପଦା ଓ କଟକ ଚୌଦ୍ୱାରା ମଣ୍ଡଳ କାରାଗାରରେ ଶୀଘ୍ର ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ସିସିଟିଭି କ୍ୟାମେରା ଲଗାଯିବ । ଏଥିପାଇଁ ୧କୋଟି ୪୨ଲକ୍ଷ ଟଙ୍କ। ମଞ୍ଜୁର ହୋଇଥିବା ସମ୍ୱଲପୁର ମଣ୍ଡଳ କାରାଗାର ଜେଲର ସୁଶାନ୍ତ ରାଉତ କହିଛନ୍ତି । କ୍ୟାମେରା ଗୁଡିକ ଜେଲର ମୁଖ୍ୟ ଫ।ଟକ, ଜେଲ ଭିତରେ ଓ ୱାର୍ଡରେ ଲାଗିବ। ଫଳରେ ଜେଲ ଅନ୍ତେବାସୀ ଓ କର୍ମଚାରୀଙ୍କ କାର୍ଯ୍ୟକଳାପ, ଗତିବିଧି ଉପରେ ନଜର ରଖିହେବ ବୋଲି ସେ […]

smb

Rakesh Mallick
  • Published: Monday, 02 November 2015
  • , Updated: 02 November 2015, 03:45 PM IST

ସମ୍ବଲପୁର: ସମ୍ୱଲପୁର ମଣ୍ଡଳ କାରାଗାର ସମେତ ବାରିପଦା ଓ କଟକ ଚୌଦ୍ୱାରା ମଣ୍ଡଳ କାରାଗାରରେ ଶୀଘ୍ର ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ସିସିଟିଭି କ୍ୟାମେରା ଲଗାଯିବ । ଏଥିପାଇଁ ୧କୋଟି ୪୨ଲକ୍ଷ ଟଙ୍କ। ମଞ୍ଜୁର ହୋଇଥିବା ସମ୍ୱଲପୁର ମଣ୍ଡଳ କାରାଗାର ଜେଲର ସୁଶାନ୍ତ ରାଉତ କହିଛନ୍ତି । କ୍ୟାମେରା ଗୁଡିକ ଜେଲର ମୁଖ୍ୟ ଫ।ଟକ, ଜେଲ ଭିତରେ ଓ ୱାର୍ଡରେ ଲାଗିବ। ଫଳରେ ଜେଲ ଅନ୍ତେବାସୀ ଓ କର୍ମଚାରୀଙ୍କ କାର୍ଯ୍ୟକଳାପ, ଗତିବିଧି ଉପରେ ନଜର ରଖିହେବ ବୋଲି ସେ କହିଛନ୍ତି। ପୂର୍ବରୁ ସମ୍ୱଲପୁର ମଣ୍ଡଳ କାରାଗାରରେ ୭ଟି ସିସିଟିଭି କ୍ୟାମେରା ଲାଗିଥିଲା। ସେଗୁଡିକ ଏବେ କାମ କରୁନାହିଁ । ନୂଆ ସିସିଟିଭି କ୍ୟାମେରା ଲାଗିବା ପରେ ବନ୍ଦୀଙ୍କ ଗତିବିଧି ତଦାରଖ ଓ ଜେଲର ପରିଚାଳନାରେ ଅଧିକ ସ୍ୱଚ୍ଛତା ଅଣାଯାଇ ପାରିବ ବୋଲି ଜେଲର ରାଉତ ପ୍ରକାଶ କରିଛନ୍ତି।

Related story