ଶୀତଳ ଷଷ୍ଠୀ ଯାତ୍ରା ଅବସରରେ ଗୁଆଗୁଣ୍ଡା ପର୍ବ

ସମ୍ବଲପୁର: ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ଅବସରରେ ଆଜି ରାତିରେ ବିଭିନ୍ନ ପଡ଼ାରେ ଦେବ ନିମନ୍ତ୍ରଣ ବା ଗୁଆଗୁଣ୍ଡା ପର୍ବ ସଂପନ୍ନ ହେବ। ଶିବାଳୟମାନଙ୍କରୁ ହନୁମାନ ମହାପ୍ରଭୁ ଶୋଭାଯାତ୍ରାରେ ବାହାରି ବିଭିନ୍ନ ମନ୍ଦିରକୁ ଯିବେ। ଗୁଆ, ହଳଦୀଗୁଣ୍ଡ ଓ ଲଡୁ ଦେଇ ଅନ୍ୟ ଦେବଦେବୀଙ୍କୁ, ଶିବ-ପାର୍ବତୀଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯିବ। ସହରର ଝାଡୁଆପଡ଼ା, ମୋଦି ପଡ଼ା, ବଡ଼ ବଜାର, ଠାକୁର ପଡ଼ା, ବାଲିବନ୍ଧା, ମାନେଶ୍ୱର ଓ ବୁଢ଼ାରଜା ସମେତ ବିଭିନ୍ନ ଶିବାଳୟରୁ […]

sitalsasthi sambalpur

Rakesh Mallick
  • Published: Sunday, 28 May 2017
  • , Updated: 28 May 2017, 08:28 PM IST

ସମ୍ବଲପୁର: ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ଅବସରରେ ଆଜି ରାତିରେ ବିଭିନ୍ନ ପଡ଼ାରେ ଦେବ ନିମନ୍ତ୍ରଣ ବା ଗୁଆଗୁଣ୍ଡା ପର୍ବ ସଂପନ୍ନ ହେବ। ଶିବାଳୟମାନଙ୍କରୁ ହନୁମାନ ମହାପ୍ରଭୁ ଶୋଭାଯାତ୍ରାରେ ବାହାରି ବିଭିନ୍ନ ମନ୍ଦିରକୁ ଯିବେ। ଗୁଆ, ହଳଦୀଗୁଣ୍ଡ ଓ ଲଡୁ ଦେଇ ଅନ୍ୟ ଦେବଦେବୀଙ୍କୁ, ଶିବ-ପାର୍ବତୀଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯିବ। ସହରର ଝାଡୁଆପଡ଼ା, ମୋଦି ପଡ଼ା, ବଡ଼ ବଜାର, ଠାକୁର ପଡ଼ା, ବାଲିବନ୍ଧା, ମାନେଶ୍ୱର ଓ ବୁଢ଼ାରଜା ସମେତ ବିଭିନ୍ନ ଶିବାଳୟରୁ ହନୁମାନ ନିଉତାରେ ବାହାରିବେ। ହନୁମାନ ମହାପ୍ରଭୁ ଆସନ୍ତାକାଲି ରାତିରେ ବିଭିନ୍ନ ଶିବାଳୟରୁ ବାହାରିବ ବିବାହ ଶୋଭାଯାତ୍ରାରେ ଯିବେ।

Related story