ଶ୍ରେୟାସ ମୃତ୍ୟୁ ମାମଲା: ୩ ଅଭିଯୁକ୍ତଙ୍କୁ ଛାଡ଼ି ଦେଲା ପୋଲିସ

<p>ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ଜିଲ୍ଲା ଗଡ଼ପୋଷର ଛାତ୍ର ଶ୍ରେୟାସ କେଶରବାନୀ ମୃତ୍ୟୁ ମାମଲାକୁ ଦୁଇ ମାସ ବିତିଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ବିଶାଖାପାଟଣା ପୋଲିସ ୩ଜଣ ଅଭିଯୁକ୍ତଙ୍କୁ ଜେରା କରି ଛାଡ଼ି ଦେଇଛି। ଏହାସହ ଅଭିଯୁକ୍ତଙ୍କ ବିରୋଧରେ ଲଗାଯାଇଥିବା ୩୦୨ ଦଫାକୁ ପରିବର୍ତ୍ତନ କରାଯାଇ ୩୦୪ ଦଫା ଲଗାଇ ଚାର୍ଜସିଟ୍ ଦାଖଲ କରାଯିବ ବୋଲି ତଦନ୍ତକାରୀ ଭାଇଜାକ ପୋଲିସ ସୂଚନା ଦେଇଥିବା ଶ୍ରେୟାସଙ୍କ ବାପା କହିଛନ୍ତି।&nbsp; ଯାହାକୁ ନେଇ ପରିବାର ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇବା ସହ ସିବିଆଇ ତଦନ୍ତ ଦାବି କରାଯାଇଛି।</p> <p>ଗତକାଲି ଶ୍ରେୟାସଙ୍କ ବାପାଙ୍କଠାରୁ ଫୋନ୍ ଯୋଗେ ସବିଶେଷ ତଥ୍ୟ ନେଇଛନ୍ତି ଭାଇଜାଗ ସିଆଇଡି। ଏଥିସହ ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଶ୍ରେୟାସ ମୃତ୍ୟୁ ଘଟଣାରେ ତିନି ଅଭିଯୁକ୍ତ ନାବାଳକ ହୋଇଥିବାରୁ ସେମାନଙ୍କ ଅଭିଭାବକଙ୍କୁ ସିଆରପିସି ଧାରା ୪୧ ଅନୁସାରେ ନୋଟିସ୍ କରାଯିବ ବୋଲି ତଦନ୍ତକାରୀ ପୋଲିସ ଅଧିକାରୀ କହିଥିବା ଗୋବିନ୍ଦପୁର ଥାନା ଅଧିକାରୀ କହିଛନ୍ତି। ହେଲେ କ୍ୟାମେରା ଆଗରେ ସେ କିଛି କହିବାକୁ ମନା କରିଦେଇଛନ୍ତି।&nbsp; ବିଶାଖାପାଟନମ୍&zwnj;ର ଏକ ଘରୋଇ ସ୍କୁଲରେ ଶ୍ରେୟାସ ପାଠ ପଢୁଥିଲେ। ୨ମାସ ତଳେ ସହପାଠୀଙ୍କ ଦ୍ୱାରା ରାଗିଂର ଶିକାର ହୋଇ ସେ ପ୍ରାଣ ହରାଇଥିବା ଅଭିଯୋଗ ହୋଇଥିଲା।</p>

Ordigital Desk
  • Published: Tuesday, 13 March 2018
  • Updated: 13 March 2018, 09:27 AM IST

Sports

Latest News

<p>ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ଜିଲ୍ଲା ଗଡ଼ପୋଷର ଛାତ୍ର ଶ୍ରେୟାସ କେଶରବାନୀ ମୃତ୍ୟୁ ମାମଲାକୁ ଦୁଇ ମାସ ବିତିଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ବିଶାଖାପାଟଣା ପୋଲିସ ୩ଜଣ ଅଭିଯୁକ୍ତଙ୍କୁ ଜେରା କରି ଛାଡ଼ି ଦେଇଛି। ଏହାସହ ଅଭିଯୁକ୍ତଙ୍କ ବିରୋଧରେ ଲଗାଯାଇଥିବା ୩୦୨ ଦଫାକୁ ପରିବର୍ତ୍ତନ କରାଯାଇ ୩୦୪ ଦଫା ଲଗାଇ ଚାର୍ଜସିଟ୍ ଦାଖଲ କରାଯିବ ବୋଲି ତଦନ୍ତକାରୀ ଭାଇଜାକ ପୋଲିସ ସୂଚନା ଦେଇଥିବା ଶ୍ରେୟାସଙ୍କ ବାପା କହିଛନ୍ତି।&nbsp; ଯାହାକୁ ନେଇ ପରିବାର ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇବା ସହ ସିବିଆଇ ତଦନ୍ତ ଦାବି କରାଯାଇଛି।</p><p>ଗତକାଲି ଶ୍ରେୟାସଙ୍କ ବାପାଙ୍କଠାରୁ ଫୋନ୍ ଯୋଗେ ସବିଶେଷ ତଥ୍ୟ ନେଇଛନ୍ତି ଭାଇଜାଗ ସିଆଇଡି। ଏଥିସହ ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଶ୍ରେୟାସ ମୃତ୍ୟୁ ଘଟଣାରେ ତିନି ଅଭିଯୁକ୍ତ ନାବାଳକ ହୋଇଥିବାରୁ ସେମାନଙ୍କ ଅଭିଭାବକଙ୍କୁ ସିଆରପିସି ଧାରା ୪୧ ଅନୁସାରେ ନୋଟିସ୍ କରାଯିବ ବୋଲି ତଦନ୍ତକାରୀ ପୋଲିସ ଅଧିକାରୀ କହିଥିବା ଗୋବିନ୍ଦପୁର ଥାନା ଅଧିକାରୀ କହିଛନ୍ତି। ହେଲେ କ୍ୟାମେରା ଆଗରେ ସେ କିଛି କହିବାକୁ ମନା କରିଦେଇଛନ୍ତି।&nbsp; ବିଶାଖାପାଟନମ୍&zwnj;ର ଏକ ଘରୋଇ ସ୍କୁଲରେ ଶ୍ରେୟାସ ପାଠ ପଢୁଥିଲେ। ୨ମାସ ତଳେ ସହପାଠୀଙ୍କ ଦ୍ୱାରା ରାଗିଂର ଶିକାର ହୋଇ ସେ ପ୍ରାଣ ହରାଇଥିବା ଅଭିଯୋଗ ହୋଇଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos