ଏଇ ସବୁ କାରଣରୁ ଚାଲିଗଲା ରାଗିଂର ଶିକାର ହୋଇଥିବା ଶ୍ରେୟାସଙ୍କ ଜୀବନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶାଖାପାଟଣାରେ ପଢ଼ୁଥିବା ସମ୍ବଲପୁର ଛାତ୍ର ଶ୍ରେୟାସଙ୍କ ମୃତ୍ୟୁ ଇଣ୍ଟରନାଲ ଆଘାତ ଯୋଗୁଁ ହୋଇଛି। ହାର୍ଟର ଗୋଟିଏ ଦୁଇଟି ସ୍ଥାନରେ କ୍ଷତ ଚିହ୍ନ ରହିଛି। କ୍ୟାପିଟାଲ ହସ୍ପିଟାଲରୁ ଆସିଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ଶ୍ରେୟାସଙ୍କ ପୋଷ୍ଟମର୍ଟମ ରିପୋର୍ଟ ବିଶାଖାପାଟଣା ପୋଲିସକୁ ହସ୍ତାନ୍ତର କରାଯାଇଛି। ଏହି ରିପୋର୍ଟ ଏବେ ରାଗିଂ କରିଥିବା ଛାତ୍ରଙ୍କ ପାଇଁ ଅଡୁଆ ବଢାଇପାରେ। ସେପଟେ ଓଡ଼ିଶା ଆସିଥିବା ଭାଇଜାଗ ପୋଲିସ ଶ୍ରେୟସ ଚିକିତ୍ସିତ ହୋଇଥିବା ହସ୍ପିଟାଲ ଯାଇ ଡାକ୍ତରଙ୍କୁ […]

sambalpur student postmortem report come

Rakesh Mallick
  • Published: Friday, 12 January 2018
  • , Updated: 12 January 2018, 06:44 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶାଖାପାଟଣାରେ ପଢ଼ୁଥିବା ସମ୍ବଲପୁର ଛାତ୍ର ଶ୍ରେୟାସଙ୍କ ମୃତ୍ୟୁ ଇଣ୍ଟରନାଲ ଆଘାତ ଯୋଗୁଁ ହୋଇଛି। ହାର୍ଟର ଗୋଟିଏ ଦୁଇଟି ସ୍ଥାନରେ କ୍ଷତ ଚିହ୍ନ ରହିଛି। କ୍ୟାପିଟାଲ ହସ୍ପିଟାଲରୁ ଆସିଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ଶ୍ରେୟାସଙ୍କ ପୋଷ୍ଟମର୍ଟମ ରିପୋର୍ଟ ବିଶାଖାପାଟଣା ପୋଲିସକୁ ହସ୍ତାନ୍ତର କରାଯାଇଛି। ଏହି ରିପୋର୍ଟ ଏବେ ରାଗିଂ କରିଥିବା ଛାତ୍ରଙ୍କ ପାଇଁ ଅଡୁଆ ବଢାଇପାରେ। ସେପଟେ ଓଡ଼ିଶା ଆସିଥିବା ଭାଇଜାଗ ପୋଲିସ ଶ୍ରେୟସ ଚିକିତ୍ସିତ ହୋଇଥିବା ହସ୍ପିଟାଲ ଯାଇ ଡାକ୍ତରଙ୍କୁ ପଚରା ଉଚରା କରିଛି।

ଶ୍ରେୟାସଙ୍କ ମୃତ୍ୟୁ କେମିତି ହେଲା?  ରାଗିଂ ନା ଆଉ କିଛି, ଏଯାଏଁ ପ୍ରମାଣିତ ହୋଇନାହିଁ। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଶ୍ରେୟସର ଶରୀରରେ ଇଣ୍ଟରନାଲ କ୍ଷତ ରହିଥିଲା। ହାର୍ଟରେ ଗୋଟିଏ ଦୁଇଟି ସ୍ଥାନରେ କ୍ଷତ ହୋଇଥିଲା। ଫଳରେ ତାଙ୍କର ଫୁସଫୁସରେ ପାଣି ଜମି ରହିଥିଲା। ଏହାଛଡା ଫୁସଫୁସର ଏକ ରକ୍ତନଳୀରେ ରକ୍ତ ଜମାଟ ବାନ୍ଧି ଥିଲା। ଏଥିସହ ହାର୍ଟ  କ୍ଷିପ୍ର ଗତିରେ ଚାଲି ହଠାତ ବନ୍ଦ ହୋଇଯାଇଥିଲା। ତେବେ ମୃତ୍ୟୁ ପୂର୍ବରୁ ଏସବୁ ଇଣ୍ଟରନାଲ କ୍ଷତ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟ କହୁଛି।

Related story