ମଦ ବିରୋଧରେ ତାତିଲେ ମହିଳା; ଦେଶୀ ମଦଭାଟିରେ କଲେ ଭଙ୍ଗାରୁଜା

ସମ୍ବଲପୁର: ସମ୍ବଲପୁରରେ ମଦ ବିରୋଧରେ ତାତିଲେ ମହିଳା। ଅଇଁଠାପାଲି ଥାନା ଦାନୀପାଲି-ଚମାରପଡାରେ ଦେଶୀମଦ ତିଆରି କରୁଥିବା ଲୋକଙ୍କ ଘରେ ପଶି ବ୍ୟାପକ ଭଂଗାରୁଜା କରିଛନ୍ତି । ଅଭିଯୋଗ ଅନୁସାରେ, ଦେଶୀ ମଦ ଯୋଗୁଁ ପଡ଼ାରେ ଅସାମାଜିକ କାର୍ଯ୍ୟକଳାପ ବଢୁଛି। ମୂଲ ଲାଗି ଲୋକେ ଯାହା ରୋଜଗାର କରୁଛନ୍ତି ସେଥିରେ ମଦ ପିଇ ଦେଉଛନ୍ତି। ମଦ ଭାଟି ବନ୍ଦ କରିବା ନେଇ ବାରମ୍ବାର ଅବକାରୀ ବିଭାଗ ଓ ଜିଲ୍ଳା ପ୍ରଶାସନ ନିକଟରେ ଗୁହାରି କରି ବିଫଳ ହେବା ପରେ […]

ttt

Rakesh Mallick
  • Published: Friday, 12 May 2017
  • , Updated: 12 May 2017, 01:48 PM IST

ସମ୍ବଲପୁର: ସମ୍ବଲପୁରରେ ମଦ ବିରୋଧରେ ତାତିଲେ ମହିଳା। ଅଇଁଠାପାଲି ଥାନା ଦାନୀପାଲି-ଚମାରପଡାରେ ଦେଶୀମଦ ତିଆରି କରୁଥିବା ଲୋକଙ୍କ ଘରେ ପଶି ବ୍ୟାପକ ଭଂଗାରୁଜା କରିଛନ୍ତି ।

ଅଭିଯୋଗ ଅନୁସାରେ, ଦେଶୀ ମଦ ଯୋଗୁଁ ପଡ଼ାରେ ଅସାମାଜିକ କାର୍ଯ୍ୟକଳାପ ବଢୁଛି। ମୂଲ ଲାଗି ଲୋକେ ଯାହା ରୋଜଗାର କରୁଛନ୍ତି ସେଥିରେ ମଦ ପିଇ ଦେଉଛନ୍ତି।

ମଦ ଭାଟି ବନ୍ଦ କରିବା ନେଇ ବାରମ୍ବାର ଅବକାରୀ ବିଭାଗ ଓ ଜିଲ୍ଳା ପ୍ରଶାସନ ନିକଟରେ ଗୁହାରି କରି ବିଫଳ ହେବା ପରେ ଶେଷରେ ମହିଳାମାନେ ଏକାଠି ହୋଇ ଦେଶୀ ମଦ ପାଇଁ ବ୍ୟବହୃତ ସାମଗ୍ରୀଗୁଡ଼ିକୁ ଭଙ୍ଗାରୁଜା କରିଛନ୍ତି।

Related story