ସମ୍ବିତଙ୍କ ସିଧା ଆକ୍ରମଣ; ‍‘ବିଜେଡିଠୁ ଟଙ୍କା ନେଇ ଚୁପ୍‌ ବସିଛନ୍ତି କଂଗ୍ରେସ ବିଧାୟକ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରୀ ପ୍ରସଙ୍ଗରେ କଂଗ୍ରେସକୁ ଘେରିଛନ୍ତି  ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ସେ ସିଧାସଳଖ  ହାଥରସ କଂଗ୍ରେସ ବିଧାୟକମାନଙ୍କୁ ଟାର୍ଗେଟ କରି ସେମାନେ ବିଜେଡିଠୁ ଟଙ୍କା ନେଇ ପରୀ ପ୍ରସଙ୍ଗରେ ମୁହଁ ବନ୍ଦ ରଖିଥିବା କହିଛନ୍ତି। ତା’ ସହିତ ଏ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଘେରିଛନ୍ତି।  ଗଣମାଧ୍ୟମ ସମ୍ମୁଖରେ ସମ୍ବିତ ପାତ୍ର କହିଛନ୍ତି, ଏକ ୫ ବର୍ଷର ଝିଅ ‘ପରୀ’ ସହ ଲୋମଟାଙ୍କୁରା ନୃଶଂସ କାଣ୍ଡ ଘଟିଥିବା ବେଳେ ଚୁପ୍‌ ହୋଇ ବସିଛନ୍ତି […]

sambit

Niharika Rout
  • Published: Monday, 30 November 2020
  • , Updated: 30 November 2020, 02:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରୀ ପ୍ରସଙ୍ଗରେ କଂଗ୍ରେସକୁ ଘେରିଛନ୍ତି  ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ସେ ସିଧାସଳଖ  ହାଥରସ କଂଗ୍ରେସ ବିଧାୟକମାନଙ୍କୁ ଟାର୍ଗେଟ କରି ସେମାନେ ବିଜେଡିଠୁ ଟଙ୍କା ନେଇ ପରୀ ପ୍ରସଙ୍ଗରେ ମୁହଁ ବନ୍ଦ ରଖିଥିବା କହିଛନ୍ତି। ତା’ ସହିତ ଏ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଘେରିଛନ୍ତି। 

ଗଣମାଧ୍ୟମ ସମ୍ମୁଖରେ ସମ୍ବିତ ପାତ୍ର କହିଛନ୍ତି, ଏକ ୫ ବର୍ଷର ଝିଅ ‘ପରୀ’ ସହ ଲୋମଟାଙ୍କୁରା ନୃଶଂସ କାଣ୍ଡ ଘଟିଥିବା ବେଳେ ଚୁପ୍‌ ହୋଇ ବସିଛନ୍ତି କଂଗ୍ରେସର ୯ ଜଣ ବିଧାୟକ ।  ସେମାନେ ବିଜେଡିଠୁ ଟଙ୍କା ନେଇ ମୁହଁ ଚୁପ୍‌ କରି ବସିଛନ୍ତି। ଅରୁଣ ସାହୁଙ୍କୁ କ୍ଲିନଚିଟ୍‌ ଦେଇଛନ୍ତି।

ଏହାସହିତ ସେ ଏହା କଂଗ୍ରେସର ଦୋମୁହାଁ ନୀତି ବୋଲି କହିଛନ୍ତି ।  ଶ୍ରୀ ପାତ୍ର କହିଛନ୍ତି, ହାଥରସରେ ଅପରାଧ ହେଲା ରାହୁଲ ଗାନ୍ଧୀ ସେଠାକୁ ଗଲେ। ମାତ୍ର ଏଠି କଂଗ୍ରେସ ଚୁପ୍।  ଏ ପ୍ରକାର ଦୋମୁହାଁ ନୀତି କାହିଁକି? ଅରୁଣଙ୍କ ସହ କ’ଣ ପାଇଁ ଠିଆ ହୋଇଛନ୍ତି କଂଗ୍ରେସ ବିଧାୟକ ? ସେମାନେ ତାହାର ଜବାବ ଦିଅନ୍ତୁ ।

ସୂଚନାଯୋଗ୍ୟ, ପରୀକୁ ନ୍ୟାୟ ଦେବା ଦାବିରେ ଦିଲ୍ଲୀରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନକୁ ଆଜି ଭେଟିଥିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ସେ ଏନସିପିସିଆର୍ ଅଧ୍ୟକ୍ଷ ପ୍ରିୟାଙ୍କ କାନୁନଗୋଙ୍କୁ ଭେଟି ସ୍ମାରକପତ୍ର ଦେଇଥିଲେ । ସେଠାରୁ ଫେରି ଗଣମାଧ୍ୟମ ନିକଟରେ ସିଧାସଳଖ କଂଗ୍ରେସ ବିଧାୟକଙ୍କୁ ଟାର୍ଗେଟ କରି ଏପରି ଭାବେ ବର୍ଷିଥିଲେ ସମ୍ବିତ।

Related story